Attacked: ଶ୍ରୀରାମପୁର ଜନସଭା ପୂର୍ବରୁ ହାଇଡ୍ରାମା: ଗୃହବନ୍ଦୀ କରାଯାଇଥିବା ମମତାଙ୍କ ଅଭିଯୋଗ

Sep 26, 2026 - 19:23
Attacked: ଶ୍ରୀରାମପୁର ଜନସଭା ପୂର୍ବରୁ ହାଇଡ୍ରାମା: ଗୃହବନ୍ଦୀ କରାଯାଇଥିବା ମମତାଙ୍କ ଅଭିଯୋଗ

"କୋଲକାତା: ପଶ୍ଚିମବଙ୍ଗର ଶ୍ରୀରାମପୁର କୋର୍ଟ ମୈଦାନରେ ଶନିବାର ଅପରାହ୍ଣରେ ମମତା ବାନାର୍ଜୀଙ୍କ ଜନସଭା ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଛି।

ଜନସଭାରେ ଯୋଗ ଦେବାକୁ ଯାଉଥିବା ବିଧାୟକ କୁନାଲ ଘୋଷଙ୍କୁ ହୁଗଲି ଜିଲ୍ଲାରେ ଆକ୍ରମଣ ହୋଇଥିଲା।

ଉତ୍ତରପାରା ଅଞ୍ଚଳରେ କିଛି ଲୋକ ତାଙ୍କ କାର୍‌କୁ ଘେରି ଯାଇ ତାଙ୍କୁ କଳା ପତାକା ଦେଖାଇ ଫେରିଯିବାକୁ କହିଥିଲେ।

ତା"ପରେ ସେମାନେ ତାଙ୍କ ଗାଡ଼ି ଉପରକୁ ପଥର ଓ ଅଣ୍ଡା ଫିଙ୍ଗିଥିଲେ।

ସେ ଆହତ ହେବା ସହିତ ତାଙ୍କ ଗାଡ଼ିର ପଛ ୱିଣ୍ଡସିଲ୍ଡ ଭାଙ୍ଗି ଯାଇଥିବା ବିଧାୟକ ଅଭିଯୋଗ କରିଛନ୍ତି।Advertisment ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ବିଜେପି ତାଙ୍କୁ ରାଲି ସ୍ଥଳକୁ ଯିବାକୁ ଦେଉନାହିଁ।

ତାଙ୍କୁ ଓ ତାଙ୍କ ଦଳର ନେତାମାନଙ୍କୁ ଗୃହବନ୍ଦୀ କରାଯାଇଛି।କୋର୍ଟଙ୍କ ଆଦେଶ ଅନୁଯାୟୀ ସେମାନେ ସଭା କରୁଥିବାବେଳେ ଲୋକଙ୍କୁ ସଭାସ୍ଥଳକୁ ଆସିବାକୁ ଦିଆଯାଉନାହିଁ ଓ ରାସ୍ତାରେ ସେମାନଙ୍କୁ ମାଡ଼ ମରାଯାଉଛି।

ଆମ ବିଧାୟକ କୁନାଲ ଘୋଷ ଆହତ ହୋଇଥିବା ମମତା କହିଛନ୍ତି।

କୁନାଲ ଘୋଷଙ୍କ ଗାଡ଼ି ଉପରେ ଅଣ୍ଡା ଓ ପଥରମାଡ଼ ୧୫ ଦିନ କୋର୍ଟରେ ଲଢ଼ିବା ପରେ ଆଜିର ସଭା ପାଇଁ ଅନୁମତି ମିଳିଛି।

କିନ୍ତୁ ବିଜେପି ଏପରି ସ୍ଥିତି କରିଛି, ମୁଁ କେବେବି ଏମିତି ସ୍ଥିତି ଦେଖିନଥିଲି।

ଏମିତି ଘଟଣା ଆଫ୍ରିକୀୟ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳୁନାହିଁ ବୋଲି ମମତା କହିଛନ୍ତି।

ବିଜେପି ଗୁଣ୍ଡାମାନେ ଶ୍ରୀରାମପୁରରେ ତୃଣମୂଳ କଂଗ୍ରେସ ରାଲି ସ୍ଥଳ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ନିଜ କବ୍ଜାକୁ ନେଇଯାଇଥିବା ମମତା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀରାମପୁରରେ ଜନସଭା କରିବାକୁ ପୁଲିସ ଅନୁମତି ନ ମିଳିବାରୁ ମମତା କୋଲକାତା ହାଇକୋର୍ଟରୁ ଅନୁମତି ଆଣିଥିଲେ।

କୋର୍ଟ ସର୍ବାଧିକ ୧୦୦୦ ଲୋକଙ୍କୁ ନେଇ ଶନିବାର ଜନସଭା କରିବାକୁ ଅନୁମତି ଦେଇଥିଲେ।

Durga puja festive season: ଦୁର୍ଗାପୂଜା ପୂର୍ବରୁ ମିଳିପାରେ ବଡ଼ ଉପହାର!

ବଢ଼ିପାରେ DA-DR, ଖାତାକୁ ଆସିପାରେ ଏରିୟର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।