Shree Jagannath Temple: ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି, ତିନି ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

Nov 02, 2026 - 14:08
Shree Jagannath Temple: ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି, ତିନି ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ତା୦୨.୧୧.୨୦୨୬ ରିଖ ସୋମବାର ଶ୍ରୀମନ୍ଦିର ରେ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ।

ଆଜି ତିନି ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ,ପୁରୀ ପକ୍ଷରୁ ସୂଚନା ଦିଆଯାଇଛି।

Advertisment ସହଯୋଗ କାମନା କରିଛି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମହାକାର୍ତ୍ତିକ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେ ହେଁ କାର୍ତ୍ତିକ ମାସରେ ଦର୍ଶନାର୍ଥୀଙ୍କ ଅତ୍ୟଧିକ ଭିଡ଼ ତଥା ନୀତି ବହୁଳତା କାରଣରୁ ଦୈନିକ ଦିବା ପହୁଡ଼ କରାଯିବା ସମ୍ଭବ ହୋଇପାରୁ ନାହିଁ l ପାଗ ଅନୁକୂଳ ନଥିବା ହେତୁ,ଭକ୍ତମାନଙ୍କ ଭିଡ଼ କମ୍ ରହି ଥିବାରୁ, ଆଜି ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୪.୦୦ ଟିକା ଠାରୁ ସନ୍ଧ୍ୟା ଘ.୭.୦୦ଟିକା ପର୍ଯ୍ୟନ୍ତ ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଏଥିଲାଗି ସମସ୍ତଙ୍କ ସହଯୋଗ କାମନା କରିଛି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ।

Rescue Operation: ଗିଡିପାବାଲିଠାରେ ଭୂସ୍ଖଳନ: ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଉଦ୍ଧାରକାରୀ ଦଳ ନିୟୋଜିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।