Ramayana: ୫୦ ଥର ବଦଳା ଯାଇଥିଲା ପୁଷ୍ପକ ବିମାନର ଡିଜାଇନ୍; ଚଳଚ୍ଚିତ୍ର ‘ରାମାୟଣ’ ନେଇ ବଡ଼ କଥା କହିଲେ ନିତେଶ ତିୱାରୀ

Nov 02, 2026 - 14:08
Ramayana: ୫୦ ଥର ବଦଳା ଯାଇଥିଲା ପୁଷ୍ପକ ବିମାନର ଡିଜାଇନ୍; ଚଳଚ୍ଚିତ୍ର ‘ରାମାୟଣ’ ନେଇ ବଡ଼ କଥା କହିଲେ ନିତେଶ ତିୱାରୀ

ମୁମ୍ବାଇ: ଭାରତୀୟ ସିନେମା ଜଗତର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ' ରାମାୟଣ 'କୁ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ।

ବଲିଉଡ ଷ୍ଟାର ରଣବୀର କପୁରଙ୍କ ଅଭିନୀତ ଏହି ମେଗା ବଜେଟ୍ ଚଳଚ୍ଚିତ୍ରକୁ ଭବ୍ୟ ରୂପ ଦେବା ପାଇଁ ନିର୍ଦ୍ଦେଶକ ନିତେଶ ତିୱାରୀ ଓ ତାଙ୍କ ଟିମ୍ କେତେ ପରିଶ୍ରମ କରିଛନ୍ତି, ତାହାର ରୋଚକ ତଥ୍ୟ ସାମ୍ନାକୁ ଆସିଛି।

ବିଶେଷକରି ପୁଷ୍ପକ ବିମାନର ଡିଜାଇନ୍ ଓ ରାବଣ-ଜଟାୟୁଙ୍କ ଯୁଦ୍ଧ ଦୃଶ୍ୟ ପ୍ରସ୍ତୁତି ପଛରେ ରହିଛି ଦୀର୍ଘ ବର୍ଷର ପରିଶ୍ରମ।

ନିର୍ଦ୍ଦେଶକଙ୍କ ଅନୁଯାୟୀ, କେବଳ ଗୋଟିଏ ଯୁଦ୍ଧ ଦୃଶ୍ୟ ପାଇଁ ସାଢ଼େ ୬ ବର୍ଷ ସମୟ ଲାଗିଥିବାବେଳେ ପୁଷ୍ପକ ବିମାନର ଚୂଡ଼ାନ୍ତ ରୂପ ଦେବାକୁ ପ୍ରାୟ ଦୁଇ ବର୍ଷ ଲାଗିଥିଲା।

Advertisment ଏକ ସାକ୍ଷାତକାରରେ ନିତେଶ ତିୱାରୀ କହିଛନ୍ତି, ଏହି ଚଳଚ୍ଚିତ୍ର ନିର୍ମାଣର ସବୁଠାରୁ ବଡ଼ ଆହ୍ୱାନ ଥିଲା ରାମାୟଣର ମୂଳ ଭାବନାକୁ ଅକ୍ଷୁଣ୍ଣ ରଖି ଏହାକୁ ଆଧୁନିକ ସିନେମାର ରୂପ ଦେବା।

ଭାରତରେ ରାମାୟଣର ୩୦୦ରୁ ଅଧିକ ସଂସ୍କରଣ ରହିଛି।

ପ୍ରତ୍ୟେକ ସଂସ୍କରଣରେ ଅନେକ ସୁନ୍ଦର ଉପକାହାଣୀ ଓ ଭିନ୍ନ ଭିନ୍ନ ଚରିତ୍ର ଚିତ୍ରଣ ରହିଛି।

ତେଣୁ ମହର୍ଷି ବାଲ୍ମୀକିଙ୍କ ରାମାୟଣକୁ ମୁଖ୍ୟ ଆଧାର କରି ଅନ୍ୟ ସଂସ୍କରଣର ଉପଯୁକ୍ତ କାହାଣୀଗୁଡ଼ିକୁ ଏକାଠି କରିବାକୁ ଟିମ୍ ଉଦ୍ୟମ କରିଥିଲା।

ଏଭଳି ଏକ ଚଳଚ୍ଚିତ୍ର ନିର୍ମାଣ କରିବା ତାଙ୍କ ଲକ୍ଷ୍ୟ ଥିଲା, ଯାହାକୁ ନେଇ ଭାରତୀୟମାନେ ଗର୍ବ ଅନୁଭବ କରିବେ ଏବଂ ଏହାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରାଯାଇପାରିବ।

ଗୋଟିଏ ଯୁଦ୍ଧ ଦୃଶ୍ୟ ପାଇଁ ସାଢ଼େ ୬ ବର୍ଷ ଚଳଚ୍ଚିତ୍ରର ଭିଏଫ୍ଏକ୍ସ କାମ ପାଇଁ ହୋଇଥିବା ଦୀର୍ଘ ପ୍ରସ୍ତୁତିର ଉଦାହରଣ ଦେଇ ନିତେଶ କହିଛନ୍ତି, ରାବଣ ଓ ଜଟାୟୁଙ୍କ ମଧ୍ୟରେ ହେଉଥିବା ଯୁଦ୍ଧ ଦୃଶ୍ୟକୁ ସମ୍ପୂର୍ଣ୍ଣ ରୂପ ଦେବା ପାଇଁ ପ୍ରାୟ ସାଢ଼େ ୬ ବର୍ଷ ଲାଗିଥିଲା।

ପ୍ରଥମେ କଳାକାର ଓ ଟିମ୍କୁ ଏହି ଦୃଶ୍ୟର ଧାରଣା ବୁଝାଇବାଠାରୁ ଆରମ୍ଭ କରି ଏହାକୁ ପରଦାରେ ଜୀବନ୍ତ କରିବା ପର୍ଯ୍ୟନ୍ତ ହଜାର ହଜାର ଲୋକ କାମ କରିଛନ୍ତି।

ଏହା କେବଳ ଗୋଟିଏ ଦୃଶ୍ୟ ହୋଇଥିଲେ ମଧ୍ୟ ଏହା ପଛରେ ଥିବା ପରିଶ୍ରମ ଓ ପ୍ରସ୍ତୁତି ଅତ୍ୟନ୍ତ ବ୍ୟାପକ ବୋଲି ସେ କହିଛନ୍ତି।

ନିର୍ମାଣ କାର୍ଯ୍ୟ ଜଟିଳ ହୋଇଥିଲା ଚଳଚ୍ଚିତ୍ରର ଅନ୍ୟତମ ଆକର୍ଷଣ ପୁଷ୍ପକ ବିମାନର ଡିଜାଇନ୍କୁ ନେଇ ମଧ୍ୟ ନିତେଶ ରୋଚକ ତଥ୍ୟ ଦେଇଛନ୍ତି।

ତାଙ୍କ ଟିମ୍ ପ୍ରଥମେ ପ୍ରାୟ ଦୁଇ ବର୍ଷ ଧରି ବିମାନର ଡିଜାଇନ୍ ଉପରେ କାମ କରିଥିଲା।

ଚୂଡ଼ାନ୍ତ ଡିଜାଇନ୍ ବାଛିବା ପୂର୍ବରୁ ପ୍ରାୟ ୪୦ରୁ ୫୦ଟି ଭିନ୍ନ ଭିନ୍ନ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା।

କେବଳ ଦେଖିବାକୁ ଆକର୍ଷଣୀୟ ନୁହେଁ, ବରଂ ବିମାନଟି କିପରି ଉଡ଼ିପାରିବ, ତାହାର ଏକ ଯୁକ୍ତିଯୁକ୍ତ ବୈଜ୍ଞାନିକ ଆଧାର ରହିବା ଉପରେ ମଧ୍ୟ ଟିମ୍ ଗୁରୁତ୍ୱ ଦେଇଥିଲା।

ଡିଜାଇନ୍ ରେ ପରିବର୍ତ୍ତନ ହେବା ସହ ରାବଣ-ଜଟାୟୁ ଯୁଦ୍ଧ ଦୃଶ୍ୟର ଯୋଜନାକୁ ମଧ୍ୟ ବାରମ୍ବାର ବଦଳାଇବାକୁ ପଡ଼ିଥିଲା।

ବିମାନର ଗଠନ, ଗମ୍ବୁଜ ଓ ଅନ୍ୟାନ୍ୟ ଅଂଶ ଅନୁଯାୟୀ ଜଟାୟୁଙ୍କ ଗତିବିଧି ଏବଂ ଯୁଦ୍ଧର ଦୃଶ୍ୟକୁ ପୁନର୍ବାର ଯୋଜନା କରାଯାଇଥିଲା।

ଏହି ସବୁ ପରିବର୍ତ୍ତନ ଯୋଗୁଁ ନିର୍ମାଣ କାର୍ଯ୍ୟ ଆହୁରି ଜଟିଳ ହୋଇଥିଲା।

Aishwarya at 53: ୫୩ ବର୍ଷରେ ଐଶ୍ବର୍ଯ୍ୟା ନିତେଶଙ୍କ କହିବା ଅନୁଯାୟୀ, 'ରାମାୟଣ' କେବଳ ଏକ ପୌରାଣିକ କାହାଣୀ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏକ ମହାନ ଗାଥା।

ତେଣୁ ଏହାର ପ୍ରତ୍ୟେକ ଚରିତ୍ର, ଦୃଶ୍ୟ ଓ ଉପକରଣକୁ ଯଥାସମ୍ଭବ ନିଖୁଣ ଭାବେ ପ୍ରସ୍ତୁତ କରିବାକୁ ଟିମ୍ ଚେଷ୍ଟା କରିଛି।

ଏବେ ଦର୍ଶକଙ୍କ ଅପେକ୍ଷା ରହିଛି ଏହି ବିଶାଳ ପ୍ରକଳ୍ପ ପରଦାରେ କେତେ ସଫଳତାର ସହ ଜୀବନ୍ତ ହେଉଛି ତାହା ଦେଖିବାକୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।