ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼! ବଢିଲା…
ନୂଆଦିଲ୍ଲୀ, ୨୩।୧୦: ଦୀପାବଳି ପୂର୍ବରୁ ଅହମ୍ମଦାବାଦର ଡ୍ରାଇଭର ଓ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ଅଦାନୀ ଗ୍ୟାସ ହଠାତ୍ କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ (CNG) ଦର କିଲୋ ପିଛା ୪.୪୫ ଟଙ୍କା ବୃଦ୍ଧି କରିଛି। ପାର୍ବଣ ସମୟରେ ଲୋକେ ସପିଂ ଓ ବୁଲାବୁଲି ପାଇଁ ଯୋଜନା କରୁଥିବା ବେଳେ ଗ୍ୟାସ ଦର ବୃଦ୍ଧି ସେମାନଙ୍କ ବଜେଟ ଉପରେ ପ୍ରଭାବ ପକାଇବ।
ବିଶେଷ କରି ଅଟୋ ଚାଳକ ଏବଂ ଦୈନିକ ରୋଜଗାର ଉପରେ ନିର୍ଭରଶୀଳ ଗାଡ଼ି ଚାଳକଙ୍କ ପକେଟ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।
ଏହା ପୂର୍ବରୁ ଅଗଷ୍ଟ ୨୦୨୬ରେ ମଧ୍ୟ କମ୍ପାନୀ CNG ଦର କିଲୋ ପିଛା ୪ ଟଙ୍କା ବଢ଼ାଇଥିଲା। ଏହା ପରେ CNG ଦର ୯୪.୨୦ ଟଙ୍କାରେ ପହଞ୍ଚିଥିଲା। ଏବେ ପୁଣି ଥରେ କିଲୋ ପିଛା ୪.୪୫ ଟଙ୍କା ବୃଦ୍ଧି ପାଇବା ପରେ ଅହମ୍ମଦାବାଦରେ ଅଦାନୀ CNGର ନୂଆ ଦର ୯୮.୪୭ ଟଙ୍କା ହୋଇଛି। ଫଳରେ ପାର୍ବଣ ସମୟରେ ଯାତାୟାତ ଖର୍ଚ୍ଚ ବଢ଼ିବା ନେଇ ଗାଡ଼ି ଚାଳକ ଓ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।