Bangladesh; ବାଂଲାଦେଶ ବର୍ଡ଼ର ଗାର୍ଡ଼ ଦ୍ବାରା ଧରାପଡ଼ିଲେ ଆସାମ ମତ୍ସ୍ୟଜୀବୀ: ଡ୍ରଗ୍‌ ଓ ଅସ୍ତ୍ର ଚୋରାଚାଲାଣ ଅଭିଯୋଗ

Aug 29, 2026 - 21:00
Bangladesh; ବାଂଲାଦେଶ ବର୍ଡ଼ର ଗାର୍ଡ଼ ଦ୍ବାରା ଧରାପଡ଼ିଲେ ଆସାମ ମତ୍ସ୍ୟଜୀବୀ: ଡ୍ରଗ୍‌ ଓ ଅସ୍ତ୍ର ଚୋରାଚାଲାଣ ଅଭିଯୋଗ

"ଗୁଆହାଟୀ: ଆସାମର ଶ୍ରୀଭୂମି ଜିଲ୍ଲାର ଜଣେ ୩୫ ବର୍ଷୀୟ ମତ୍ସ୍ୟଜୀବୀ ଗୁରୁବାର ସକାଳେ ଭାରତ-ବାଂଲାଦେଶ ସୀମା ନିକଟରୁ ନିଖୋଜ ହୋଇଯାଇଥିଲେ।

ବାଂଲାଦେଶ ବର୍ଡ଼ର ଗାର୍ଡ଼ (ବିଜିବି) ଶୁକ୍ରବାର ଅଭିଯୋଗ କରିଛି ଯେ, ଆସାମ ମତ୍ସ୍ୟଜୀବୀ ଜଣକ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ।

ବଲାଇ ନମଶୁଦ୍ର ନାମକ ଏହି ବ୍ୟକ୍ତି ଜଣକ ଶ୍ରୀଭୂମି ଜିଲ୍ଲାର ଗୋବିନ୍ଦପୁର ଗ୍ରାମର ବାସିନ୍ଦା।

ବଲାଇଙ୍କ ପତ୍ନୀ ମମତା ନମଶୁଦ୍ର କହିଛନ୍ତି ଯେ, ତାଙ୍କ ସ୍ବାମୀ ପ୍ରତିଦିନ ସୀମା ପାଖରେ ମାଛ ଧରିବାକୁ ଯାଉଥିଲେ।

ଗୁରୁବାର ସକାଳେ ପ୍ରାୟ ୫ଟା ୩୦ ସମୟରେ ପୂର୍ବ ସନ୍ଧ୍ୟାରେ ବିଛାଯାଇଥିବା ଜାଲରୁ ମାଛ ସଂଗ୍ରହ କରିବାକୁ ସେଠାକୁ ଯାଇଥିଲେ।

Advertisment କିନ୍ତୁ ଅପରାହ୍ଣ ସୁଦ୍ଧା ସେ ଫେରିନଥିଲେ।

ସେ ପୁଲିସରେ ଅଭିଯୋଗ କରିଥିଲେ।

ଗୁରୁବାର ବାଂଲାଦେଶରୁ ତାଙ୍କୁ କେହି ଫୋନ କରି ବଲାଇ ବାଂଲାଦେଶରେ ଅବୈଧ ଭାବେ ପ୍ରବେଶ କରି ଧରାପଡ଼ିଥିବା କହିଥିଲେ।

ତାଙ୍କୁ ଭାରତ ପଠାଇବାକୁ ହେଲେ ତାଙ୍କ ଭୋଟର ପରିଚୟ ପତ୍ର, ଆଧାର କାର୍ଡ଼ ଓ ପାସପୋର୍ଟ ଦେବାକୁ କହିଥିଲେ।

ବିଜିବି ସୋସିଆଲ ମିଡିଆ ପୋଷ୍ଟରେ ବଲାଇଙ୍କଠାରୁ ଗୋଟିଏ ବିଦେଶୀ ତିଆରି ପିସ୍ତଲ, ଦୁଇ ରାଉଣ୍ଡ .୨୨ ବୋର ଗୁଳି ଏବଂ ୫୦୦ ୟାବା ଟାବଲେଟ୍ ଜବତ କରିଥିବା ଅଭିଯୋଗ କରିଥିଲା।

ଆହୁରି ପଢନ୍ତୁ; Supremecourt: ସୁପ୍ରିମକୋର୍ଟରେ ଇଥାନଲ୍‌ ମିଶ୍ରଣ ପ୍ରସଙ୍ଗର ଶୁଣାଣି ସୋମବାର ବିଜିବି କହିଛି ଯେ, ଭାରତ ପାର୍ଶ୍ୱରୁ ଏକ ଚୋରା ଚାଲାଣକାରୀ ଦଳ ବାଂଲାଦେଶରେ ପ୍ରବେଶ କରିଥିଲେ ଓ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ।

ଆତ୍ମରକ୍ଷା ପାଇଁ ବିଜିବି ପକ୍ଷରୁ ପାଲଟା ଗୁଳି ଚାଳନା ହୋଇଥିଲା।

ଚୋରା ଚାଲାଣକାରୀମାନେ ଖସି ପଳାଇବାକୁ ଚେଷ୍ଟା କରିଥିବାବେଳେ ବିଜିବି କର୍ମଚାରୀମାନେ ସେମାନଙ୍କୁ ପିଛା କରି ଜଣେ ଭାରତୀୟ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ବୋଲି ଶୁକ୍ରବାର ସୋସିଆଲ ମିଡିଆ ପୋଷ୍ଟରେ କହିଥିଲେ।

ଆହୁରି ପଢନ୍ତୁ; China warns: ଚୀନ୍‌ର ସତର୍କ ସୂଚନା: ଯେକୌଣସି ମୁହୂର୍ତ୍ତରେ ଫାଟିପାରେ କୃତ୍ରିମ ହ୍ରଦ ଶ୍ରୀଭୂମିର ଅତିରିକ୍ତ ପୁଲିସ ଅଧୀକ୍ଷକ (ଅପରାଧ) ତ୍ରିନୟନ ଭୂୟାଁ ଶନିବାର କହିଛନ୍ତି ଯେ, ମତ୍ସ୍ୟଜୀବୀଙ୍କ ନିଖୋଜ ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ସହିତ ସମନ୍ୱୟ ସ୍ଥାପନ କରାଯାଇଛି।

ଶନିବାର ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ବିଜିବି ଶୁକ୍ରବାର ଜଣେ ଭାରତୀୟଙ୍କୁ ୟାବା ଟାବଲେଟ୍ ଓ ଏକ ପିସ୍ତଲ ସହିତ ଗିରଫ କରିବା ବିଷୟରେ ସୂଚନା ଦେଇଛି ଓ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି।

ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ଓ ମାମଲା ତଦନ୍ତାଧୀନ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।