Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ

Sep 10, 2026 - 00:24
Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ

"ଢାକା: ବାଂଲାଦେଶରେ ମିଳିମିଳାର ଭୟାବହ ସଂକ୍ରମଣ ଜାରି ରହିଥିବାବେଳେ ମାର୍ଚ୍ଚରୁ ଏଯାବତ୍‌ ମିଳିମିଳା ଓ ମିଳିମିଳା ସଦୃଶ ଲକ୍ଷଣରେ ୧,୦୦୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।

ସେହିପରି ୧,୮୭,୪୮୪ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି।

ଡିଜିଏଚ୍‌ଏସ୍‌ର ତଥ୍ୟ ଅନୁସାରେ, ଚଳିତ ବର୍ଷର ସଂକ୍ରମଣ ଗତ କିଛି ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ଭୟାବହ ମିଳିମିଳା ସଙ୍କଟରେ ପରିଣତ ହୋଇଛି।Advertisment ସ୍ବାସ୍ଥ୍ୟ ଅଧିକାରୀମାନେ ସ୍ବୀକାର କରିଛନ୍ତି ଯେ, ଟିକାକରଣ କାର୍ଯ୍ୟକ୍ରମରେ ରହିଥିବା ଫାଙ୍କ ଯୋଗୁ ସଂକ୍ରମଣ ନିୟନ୍ତ୍ରଣରେ ବାଧା ସୃଷ୍ଟି ହୋଇଛି।

ମିଳିମିଳା ଅତ୍ୟନ୍ତ ସଂକ୍ରାମକ ରୋଗ।

କାଶ ଓ ଛିଙ୍କ ମାଧ୍ୟମରେ ଏହା ସହଜରେ ବ୍ୟାପିଥାଏ।

ରୋଗ ହେବା ପରେ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନ ଥିବାରୁ ଟିକାକରଣ ହିଁ ପ୍ରମୁଖ ପ୍ରତିରୋଧ ବ୍ୟବସ୍ଥା।

ଗୁରୁତର ସ୍ଥିତିରେ ମସ୍ତିଷ୍କ ପ୍ରଦାହ ଓ ଶ୍ବାସକ୍ରିୟାରେ ସାଂଘାତିକ ସମସ୍ୟା ଭଳି ଜଟିଳତା ଦେଖାଦେଇପାରେ।

ସଂକ୍ରମଣ ରୋକିବା ପାଇଁ ସରକାର ବ୍ୟାପକ ଟିକାକରଣ ଅଭିଯାନ ଚଳାଇଛନ୍ତି।

କେରଳର ମଲପ୍ପୁରମ୍‌ରେ ମିଳିମିଳା ବ୍ୟାପିଲା, ୨୦ ଦିନରେ ୧୪୪ ଶିଶୁ ଆକ୍ରାନ୍ତ ଡିଜିଏଚ୍‌ଏସ୍‌ର ମୁଖପାତ୍ର ଜାହିଦ ରେହାନଙ୍କ ଅନୁସାରେ, ଏଯାବତ୍‌ ୧ କୋଟି ୮୦ ଲକ୍ଷରୁ ଅଧିକ ଶିଶୁଙ୍କୁ ମିଳିମିଳା ଟିକା ଦିଆଯାଇଛି।

ତଥାପି ପ୍ରାୟ ୪୦ ଲକ୍ଷ ଶିଶୁ ଟିକାକରଣ ଅଭିଯାନରୁ ବାଦ୍‌ ପଡ଼ିଥିବାରୁ ଅନେକ ଅଞ୍ଚଳରେ ସଂକ୍ରମଣର ଆଶଙ୍କା ରହିଛି।

ବିଶେଷଜ୍ଞମାନଙ୍କ ମତରେ, କେବଳ ଜରୁରିକାଳୀନ ଟିକାକରଣ ନୁହେଁ, ନିୟମିତ ଟିକାକରଣରେ ରହିଯାଇଥିବା ଶିଶୁଙ୍କୁ ଚିହ୍ନଟ କରି ଟିକା ଦେବା ଆବଶ୍ୟକ।

ଟିକାକରଣରେ ରହିଥିବା ଫାଙ୍କ ଦୂର ନ ହେଲେ ମିଳିମିଳା ନିୟନ୍ତ୍ରଣ କରିବା କଷ୍ଟକର ହେବ ବୋଲି ସେମାନେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।