Bangladesh: ମସ୍ଜିଦ୍ରେ ଚୁମ୍ବନ ଅଭିଯୋଗରେ ମୃତ୍ୟୁଦଣ୍ଡକୁ ନେଇ ବିବାଦ: ଅପରାଧର ବିବରଣୀ ଦେଲେନି ସାଉଦି କର୍ତ୍ତୃପକ୍ଷ
"ଢାକା: ସାଉଦି ଆରବର ପବିତ୍ର ସହର ମକ୍କାର ଏକ ମସ୍ଜିଦ୍ରେ ଅନୈତିକ କାର୍ଯ୍ୟ କରିବା ଅଭିଯୋଗରେ ଦୁଇ ବାଂଲାଦେଶୀ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।
ଗତ ୧୪ ତାରିଖରେ ଏହି ଦଣ୍ଡ କାର୍ଯ୍ୟକାରୀ ହୋଇଥିବା ସାଉଦି କର୍ତ୍ତୃପକ୍ଷଙ୍କ ସୂଚନାରୁ ଜଣାପଡ଼ିଛି।
ତେବେ କେଉଁ ନିର୍ଦ୍ଦିଷ୍ଟ ଅପରାଧ ପାଇଁ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା, ତାହା ସାର୍ବଜନୀନ କରାଯାଇନାହିଁ।
ମସ୍ଜିଦ୍ରେ ପରସ୍ପରକୁ ଚୁମ୍ବନ ଦେବା ଅଭିଯୋଗରେ ସେମାନଙ୍କୁ ଫାଶୀ ଦିଆଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାକୁ ସାଉଦି କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି।Advertisment ମୃତକ ଦୁଇଜଣ ହେଉଛନ୍ତି ନଜରୁଲ ଇସ୍ଲାମ ଅବଦୁଲ ବାସିର ଓ ସିତି ଅଖତର।
ସାଉଦି ଗୃହ ମନ୍ତ୍ରଣାଳୟ ଅନୁସାରେ, ମସ୍ଜିଦ୍ର ପବିତ୍ରତା ଭଙ୍ଗ କରି ଅନୈତିକ କାର୍ଯ୍ୟ କରିଥିବା ଅଭିଯୋଗରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ଇସ୍ଲାମୀୟ ଆଇନର "ତାଜିର" ବ୍ୟବସ୍ଥା ଅନୁଯାୟୀ ଅଦାଲତ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।
ପରେ ଉଚ୍ଚ ନ୍ୟାୟିକ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଓ ରାଜକୀୟ ଆଦେଶ ପରେ ଦଣ୍ଡ କାର୍ଯ୍ୟକାରୀ ହୋଇଥିଲା।
ଆହୁରି ପଢନ୍ତୁ: Bhadrak Loan Fraud: ୧୨ ଲକ୍ଷ ଋଣର ଝଲକ ଦେଖାଇ ୪୦.୫୧ ଲକ୍ଷ ଟଙ୍କାର ଚୂନ ଲଗାଇଲେ ଏହି ଘଟଣାକୁ ନେଇ ବିବାଦର ମୁଖ୍ୟ କାରଣ ହେଉଛି ମୃତ୍ୟୁଦଣ୍ଡ ପୂର୍ବରୁ ବାଂଲାଦେଶ ସରକାର କିମ୍ବା ସେଠାକାର ଦୂତାବାସକୁ ସୂଚନା ଦିଆଯାଇ ନଥିଲା।
ଢାକାରେ ଥିବା ସାଉଦି ଆରବର ରାଷ୍ଟ୍ରଦୂତଙ୍କଠାରୁ ବାଂଲାଦେଶ ସରକାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଛନ୍ତି।
ଏଥିପାଇଁ ଏକ ଔପଚାରିକ କୂଟନୈତିକ ପତ୍ର ମଧ୍ୟ ପଠାଯାଇଛି।
ବାଂଲାଦେଶର ବିଦେଶ ମନ୍ତ୍ରଣାଳୟ ଏହି ଘଟଣାକୁ ନିରାଶାଜନକ ବୋଲି କହିଛି।
ମୃତ୍ୟୁଦଣ୍ଡ ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ କୂଟନୈତିକ ସ୍ତରରେ ହସ୍ତକ୍ଷେପ କରିବାର ସୁଯୋଗ ରହିଥାନ୍ତା ବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଛି।
ମୃତକଙ୍କ ପରିବାର ମଧ୍ୟ ମାମଲାର ବିଚାର ପ୍ରକ୍ରିୟା ଓ ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ଦାବି କରିଛନ୍ତି।
ନଜରୁଲ ଇସ୍ଲାମ ବାଂଲାଦେଶର ବ୍ରାହ୍ମଣବାଡ଼ିଆ ଅଞ୍ଚଳର ବାସିନ୍ଦା ଥିଲେ।
ସେ ୨୦୨୨ ନଭେମ୍ବରରେ ସାଉଦି ଆରବ ଯାଇ ମକ୍କାର ମସ୍ଜିଦ୍ ଅଲ୍ ହରମ୍ରେ ସଫେଇ କାମ କରୁଥିଲେ।
ପରିବାରର କହିବା ଅନୁସାରେ, ତାଙ୍କୁ ୨୦୨୩ରେ ଗିରଫ କରାଯାଇଥିଲା।
କିନ୍ତୁ କେଉଁ ଅଭିଯୋଗରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ଓ ବିଚାର ସମୟରେ ଆଇନଗତ ସହାୟତା ମିଳିଥିଲା କି ନାହିଁ, ସେ ସମ୍ପର୍କରେ ପରିବାର ସନ୍ଦେହ ପ୍ରକାଶ କରିଛି।
ସାଉଦି ଆରବରେ ମୃତ୍ୟୁଦଣ୍ଡ ଦେବା ଓ ବିଚାର ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶ୍ନ ଉଠିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।