Bank Deposits: ଗୋଟିଏ ବିବରଣୀରେ ଜଣାପଡ଼ିବ ବ୍ୟାଙ୍କ ଜମା ଓ ନିବେଶ ହିସାବ
"ନୂଆଦିଲ୍ଲୀ: ଗ୍ରାହକଙ୍କ ବ୍ୟାଙ୍କ ଖାତାରେ କେତେ ରାଶି ଜମା ରହିଛି, ସେୟାର ବଜାର ବା ମ୍ୟୁଚୁଆଲ ଫଣ୍ଡରେ କେତେ ଅର୍ଥ ନିବେଶ ହୋଇଛି ଏସବୁ ଜାଣିବା ପାଇଁ ଆଉ ଅଲଗା ଅଲଗା ରେକର୍ଡ ଖୋଜିବାକୁ ପଡ଼ିବ ନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂଆ ବ୍ୟବସ୍ଥାକୁ ମଞ୍ଜୁରି ଦେଇଛି ଯେଉଁଥିରେ ଗୋଟିଏ ସ୍ଥାନରେ ଏସବୁ ତଥ୍ୟ ଗ୍ରାହକଙ୍କୁ ମିଳିଯିବ।
ଅର୍ଥାତ୍ ବ୍ୟାଙ୍କ ଜମା ରାଶି ମଧ୍ୟ କନସୋଲିଡେଟେଡ୍ ଆକାଉଣ୍ଟ ଷ୍ଟେଟମେଣ୍ଟ (ସିଏଏସ୍)ରେ ଉପଲବ୍ଧ ହେବ।
ଗ୍ରାହକଙ୍କ ଆର୍ଥିକ କାରବାରକୁ ସହଜ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଉକ୍ତ ପଦକ୍ଷେପ ନେଇଛି।
ବର୍ତ୍ତମାନ କନସୋଲିଡେଟେଡ୍ ଆକାଉଣ୍ଟ ଷ୍ଟେଟମେଣ୍ଟ୍ (ସିଏଏସ୍)ରେ ମୁଖ୍ୟତଃ ସେୟାର, ବଣ୍ଡ୍ ଓ ମ୍ୟୁଚୁଆଲ୍ ଫଣ୍ଡ୍ର ତଥ୍ୟ ମିଳୁଛି।
ନୂଆ ବ୍ୟବସ୍ଥା ଫଳରେ ବିଭିନ୍ନ ବ୍ୟାଙ୍କରେ ଜମା ଥିବା ଅର୍ଥ ଓ ନିବେଶର ହିସାବ ରଖିବା ସହଜ ହେବ।Advertisment ଏହି ବ୍ୟବସ୍ଥା ୨୦୨୬ ଡିସେମ୍ବର ୩୧ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି।
ଏହା ସହିତ ଗ୍ରାହକଙ୍କ ସମ୍ମତିକ୍ରମେ ଆର୍ଥିକ ତଥ୍ୟ ଆଦାନପ୍ରଦାନକୁ ମଧ୍ୟ ସହଜ କରାଯିବ।
ଏହି ପଦକ୍ଷେପ ଦ୍ୱାରା ଗ୍ରାହକମାନେ ନିଜର ସମସ୍ତ ଜମା ଓ ନିବେଶ ଉପରେ ନଜର ରଖିପାରିବେ।
ଧରନ୍ତୁ ଜଣେ ବ୍ୟକ୍ତିଙ୍କ ସଞ୍ଚୟ ଖାତାରେ ୨ ଲକ୍ଷ ଟଙ୍କା ରହିଛି।
ମ୍ୟୁଚୁଆଲ୍ ଫଣ୍ଡରେ ୩ ଲକ୍ଷ ଟଙ୍କା ଏବଂ ସେୟାରରେ ୧ ଲକ୍ଷ ଟଙ୍କା ନିବେଶ ହୋଇଛି।
ଏସବୁ ସୂଚନା ଗୋଟିଏ ସ୍ଥାନରେ ମିଳିଯିବ।
ଏହାଦ୍ବାରା ସଂପୃକ୍ତ ବ୍ୟକ୍ତିଙ୍କ ମୋଟ ଆର୍ଥିକ କାରବାର ବା ଜମା ଓ ନିବେଶ ଚିତ୍ର ସ୍ପଷ୍ଟ ହେବ।
ଅର୍ଥାତ୍ କେତେ ଅର୍ଥ ବ୍ୟାଙ୍କରେ ଜମା ରହିଥିବାବେଳେ କେତେ ଅର୍ଥ ବଜାରର ହ୍ରାସବୃଦ୍ଧି ସହ ଜଡ଼ିତ ତାହା ଜଣାପଡ଼ିବ।
ନିବେଶରେ ସନ୍ତୁଳନ ରଖିବା ଏବଂ ଭବିଷ୍ୟତର ଆର୍ଥିକ ଲକ୍ଷ୍ୟ ସଂକ୍ରାନ୍ତ ଯୋଜନା ପ୍ରସ୍ତୁତ କରିବାରେ ଏହା ସହାୟକ ହେବ।
କଂଗ୍ରେସ ସାଂସଦ-ପ୍ରଫେସରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବହିଷ୍କାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।