ASSOCHAM's O-LEADS: ଷ୍ଟାର୍ଟଅପ୍ଗୁଡ଼ିକୁ ବଜାର ସୁଯୋଗ ମିଳିଲେ ଉତ୍ପାଦ ଓ ସେବାର ବାଣିଜ୍ୟିକ ବ୍ୟବହାର ବଢ଼ିପାରିବ: ମନ୍ତ୍ରୀ
"ଭୁବନେଶ୍ବର: ଷ୍ଟାର୍ଟଅପ୍ଗୁଡ଼ିକୁ କେବଳ ଯୋଗାଣକାରୀ ଭାବେ ବିଚାର ନ କରି ସେମାନଙ୍କୁ ନବସୃଜନ ସହଯୋଗୀ ଭାବେ ଗ୍ରହଣ କରିବାକୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି।
Advertisment ଆସୋଚାମ ପକ୍ଷରୁ ଆୟୋଜିତ ଓ-ଲିଡ୍ସ ସମ୍ମିଳନୀ ୨୦୨୬ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ସେ କହିଲେ, ଷ୍ଟାର୍ଟଅପ୍ଗୁଡ଼ିକ କେବଳ ନୂଆ ବ୍ୟବସାୟ ଆରମ୍ଭ କରିବାରେ ସୀମିତ ରହିବା ଉଚିତ ନୁହେଁ।
ସେମାନେ ନିଜ ଚିନ୍ତାଧାରାକୁ ଶିଳ୍ପ ଜଗତରେ ବାସ୍ତବ ପ୍ରୟୋଗ କରିବା ପାଇଁ ପ୍ରୟାସ କରିବା ଦରକାର।
ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟ ନିଜ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ କିଭଳି ଅଭିନବ ଉପାୟରେ ସମାଧାନ କରାଯାଇପାରିବ, ସେ ସମ୍ପର୍କରେ ଷ୍ଟାର୍ଟଅପ୍ଗୁଡ଼ିକ ସହ ଯୋଡ଼ିହେବା ଦରକାର। ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଷ୍ଟାର୍ଟଅପ୍ଗୁଡ଼ିକୁ ପରୀକ୍ଷାଗାର, ବଜାର ସୁଯୋଗ ଓ ମାର୍ଗଦର୍ଶନ ମିଳିଲେ, ସେମାନଙ୍କ ଉତ୍ପାଦ ଓ ସେବାର ବାଣିଜ୍ୟିକ ବ୍ୟବହାର ବଢ଼ିପାରିବ।
ଓଡ଼ିଶା ଆଗାମୀ ଦିନରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ: ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ସେମିକଣ୍ଡକ୍ଟର ଇଲେକ୍ଟ୍ରୋନିକ୍ସ ଓ ଅଟୋମେସନ ଭଳି କ୍ଷେତ୍ର ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ପଦକ୍ଷେପଗୁଡ଼ିକରେ ଶିଳ୍ପସଂସ୍ଥାଗୁଡ଼ିକ ଅଧିକରୁ ଅଧିକ ମାତ୍ରାରେ ଭାଗ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଏହି ଅବସରରେ ଆସୋଚାମ ଓଡ଼ିଶାର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ସହଅଧ୍ୟକ୍ଷ ଡକ୍ଟର ପ୍ରବୋଧ ମହାନ୍ତି, ଷ୍ଟାର୍ଟଅପ ପରିଷଦ ଅଧ୍ୟକ୍ଷ ଅବନୀଶ ନାୟକ, ଏମଏସ୍ଏମ୍ଇ ସଚିବ ରଶ୍ମିତା ପଣ୍ଡା, ଦେବାଙ୍କୁର ଘୋଷ ଓ ସୌରଭ ସାନ୍ୟାଲ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।