12 SEPTEMBER 2026

Welcome!

Unlock your personalized experience.
Sign Up

Bank: ୧୫ ତାରିଖ ଯାଏଁ ବ୍ୟାଙ୍କ ବନ୍ଦ: ଧର୍ମଘଟରେ ୩୬ ହଜାର କର୍ମଚାରୀ ସାମିଲ, ୧୦ ହଜାର କୋଟିର କାରବାର ପ୍ରଭାବିତ

Sep 12, 2026 - 04:02
Bank: ୧୫ ତାରିଖ ଯାଏଁ  ବ୍ୟାଙ୍କ ବନ୍ଦ: ଧର୍ମଘଟରେ ୩୬ ହଜାର କର୍ମଚାରୀ ସାମିଲ, ୧୦ ହଜାର କୋଟିର କାରବାର ପ୍ରଭାବିତ

ଭୁବନେଶ୍ବର: ରାଜ୍ୟରେ ଲଗାତାର ପାଞ୍ଚ ଦିନ ବ୍ୟାଙ୍କ ବନ୍ଦ ରହିବ। ଆଜି ଧର୍ମଘଟ, ଆସନ୍ତାକାଲି ଦ୍ବିତୀୟ ଶନିବାର, ତା’ପରେ ରବିବାର, ସୋମବାର ଗଣେଶ ପୂଜା ଓ ମଙ୍ଗଳବାର ନୂଆଁଖାଇ ପାଇଁ ଛୁଟି ଥିବାରୁ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ। ଆଜି ଧର୍ମଘଟ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ବନ୍ଦ ରହିଥିଲେ ମଧ୍ୟ ଏଟିଏମ୍‌ ଓ କ୍ୟାସ୍‌ ଡିପୋଜିଟ୍‌ ମେସିନ୍‌ଗୁଡ଼ିକ ଖୋଲା ରହିଛି। ଆଜି ଗ୍ରାହକଙ୍କୁ ବିଶେଷ ଅସୁବିଧା ହୋଇନାହିଁ। କିନ୍ତୁ ଆସନ୍ତାକାଲିଠାରୁ ଚାରି ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ପ୍ରତ୍ୟକ୍ଷ କାରବାର ପ୍ରଭାବିତ ହେବା ଆଶଙ୍କା ରହିଛି।

Education: ସମାଜ ଆମ ଯୋଗାଯୋଗ ପଦ୍ଧତିକୁ ଆକାର ଦେଇଥାଏ: ଶ୍ରୀ ଅଖିଳ କୁମାର ମିଶ୍ର

ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଓ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌କୁ ନେଇ ମତଭେଦ ଭଳି ପ୍ରସଙ୍ଗରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ) ପକ୍ଷରୁ ଆଜି ଦେଶବ୍ୟାପୀ ଦିନିକିଆ ଧର୍ମଘଟ କରାଯାଇଥିଲା। ଏହାର ପ୍ରଭାବରେ ସାରା ଓଡ଼ିଶାରେ ୨୫୦୦ରୁ ଅଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାରେ କାରବାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଘରୋଇ ବ୍ୟାଙ୍କ ଶାଖା ସମ୍ମୁଖରେ ପିକେଟିଂ କରାଯିବାରୁ କିଛି ଶାଖା ବନ୍ଦ ରହିଥିଲା। ଗୋଟିଏ ଦିନର ଧର୍ମଘଟରେ ରାଜ୍ୟରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି। ତେବେ କାରବାର ଜାରି ରଖିବା ଲାଗି ବ୍ୟାଙ୍କଗୁଡ଼ିକ ସ୍କେଲ୍‌-୪ ଓ ତାଠାରୁ ଉଚ୍ଚବର୍ଗର ଅଧିକାରୀଙ୍କୁ ମୁତୟନ କରିଥିଲେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା କାଉଣ୍ଟରରେ କାରବାର ସମ୍ପୂର୍ଣ୍ଣ ଠପ୍‌  ହୋଇ ଯାଇଥିବାବେଳେ କ୍ଲିୟରିଂ ଓ ବୈଦେଶିକ ମୁଦ୍ରା କାରବାର ହୋଇ ପାରିନଥିଲା।

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌

ଧର୍ମଘଟ ସମ୍ପର୍କରେ ୟୁଏଫ୍‌ବିୟୁ ଓଡ଼ିଶା ରାଜ୍ୟ ଶାଖାର ଆବାହକ ଡକ୍ଟର ଚିତ୍ତରଞ୍ଜନ ପଣ୍ଡା କହିଥିଲେ, ଓଡ଼ିଶାରେ କର୍ମଚାରୀଠାରୁ ଆରମ୍ଭ କରି ସ୍କେଲ୍‌-୩ ପର୍ଯ୍ୟନ୍ତର ଅଧିକାରୀଙ୍କୁ ମିଶାଇ ପ୍ରାୟ ୩୬ ହଜାର କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିଲେ। ସ୍କେଲ୍‌-୪ ଓ ତା’ଠାରୁ ଉଚ୍ଚବର୍ଗର ଅଧିକାରୀମାନେ ସାମିଲ ହୋଇ ନଥିଲେ। ସେଭଳି ଅଧିକାରୀଙ୍କ ସଂଖ୍ୟା ନଗଣ୍ୟ। ଏଥି ସହିତ ପ୍ରଭାବିତ ବ୍ୟବସାୟ ସମ୍ପର୍କରେ ସେ କହିଲେ, ଗୋଟିଏ ଦିନରେ ୧୦ ହଜାର କୋଟି ଟଙ୍କାରୁ ୨୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରତିଦିନ ଅଢ଼େଇ ହଜାର ଶାଖାରେ ୨୦୦୦ କୋଟି ଟଙ୍କାର କେବଳ ନଗଦ କାରବାର ହୋଇଥାଏ। ଏହା ବ୍ୟତୀତ ଆଇଏମ୍‌ପିଏସ୍‌, ଆର୍‌ଟିଜିଏସ୍‌, ଚେକ୍‌ ଜମା ଓ ଅନ୍ୟାନ୍ୟ କାରବାର ମଧ୍ୟ ରହିଛି ବୋଲି ସେ କହିଥିଲେ। ଧର୍ମଘଟକୁ ନେଇ ୟୁଏଫ୍‌ବିୟୁ ପକ୍ଷରୁ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଇଛି। ଦାବି ପୂରଣ ନ ହେଲେ ପୁଣି ଥରେ ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଉ ଏକ ଧର୍ମଘଟ କରାଯିବ। ତା’ପରେ ମଧ୍ୟ ଦାବି ପୂରଣ ନ ହେଲେ ଅକ୍ଟୋବର ୨୬ରୁ ଅବିରତ ଓ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ କରାଯିବ ବୋଲି ୟୁଏଫ୍‌ବିୟୁ ପକ୍ଷରୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।