13 SEPTEMBER 2026

Welcome!

Unlock your personalized experience.
Sign Up

Telkoi MLA: ସୁରକ୍ଷା ଲୋଡ଼ିଲେ ତେଲକୋଇ ବିଧାୟକ

Sep 12, 2026 - 04:23
Telkoi MLA: ସୁରକ୍ଷା ଲୋଡ଼ିଲେ ତେଲକୋଇ ବିଧାୟକ

ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇ ନିର୍ବାଚନମଣ୍ଡଳୀର ବିଧାୟକ ଡାକ୍ତର ଫକୀର ମୋହନ ନାଏକ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଗୃହ ବିଭାଗ ଓ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ତାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। କିଛିଦିନ ତଳେ ବାଂଶପାଳ ବ୍ଲକ୍‌ରେ ତାଙ୍କ ସମର୍ଥକ ତଥା ତାଙ୍କୁ ପରୋକ୍ଷରେ ଧମକ ଦିଆଯାଇଥିଲା।

Annual function: ‘ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ’

ବାଂଶପାଳର ଏକ ବୈଠକରେ ତାଙ୍କ ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ଠେଙ୍ଗାରେ ଆକ୍ରମଣ କରାଯିବା ସହ ହରିଚନ୍ଦନପୁରରେ ଟ୍ରେଲର ଓ ତେଲକୋଇରେ ଫିଲିମ୍‌ ଦେଖିବେ ବୋଲି ତାଙ୍କୁ ସାମାଜିକ ଗଣମାଧ୍ୟମରେ ଧମକ ମିଳିଥିବା ଜଣାପଡ଼ିଛି। ତେଲକୋଇ ଡାକ୍ତରଖାନାରେ ତାଙ୍କୁ ଏବଂ ତାଙ୍କ ସମର୍ଥକଙ୍କୁ ଯୋଜନାବଦ୍ଧ ଭା‌ବେ ଆକ୍ରମଣ କରାଯାଇଥିବା ବିଧାୟକ ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ଗୋଟିଏ ଗୋଷ୍ଠୀ ତାଙ୍କ ବିରୋଧରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରଚିଥିବା ସେ ଅଭିଯୋଗ କରିଛନ୍ତି।

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।