Bauxite mining: ବକ୍ସାଇଟ୍ ଖଣି ବିରୋଧୀ ଅଭିଯୋଗର ଅନୁଧ୍ୟାନ ଚାଲିଛି: ମନ୍ତ୍ରୀ
ଭୁବନେଶ୍ବର: ନିକଟରେ କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ କେତେକ ନୂଆ ବକ୍ସାଇଟ୍ ଖଣି ଲିଜ୍ ସୂତ୍ରରେ ଦିଆଯାଇଛି। ଏହି ଖଣିଗୁଡ଼ିକୁ ଲିଜ୍ରେ ନ ଦେବା ଲାଗି ଓଡ଼ିଶା ସଚେତନ ନାଗରିକମାନଙ୍କ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହି ଖଣିଗୁଡ଼ିକ ଦ୍ବାରା ରାଜ୍ୟର ପ୍ରାକୃତିକ ସମ୍ପଦ ନଷ୍ଟ ହେବା ଆଶଙ୍କା ଥିବା ସେମାନେ ଅଭିଯୋଗ କରିଥିଲେ। ଉକ୍ତ ପ୍ରସଙ୍ଗରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ପହଞ୍ଚିଥିବା ଅଭିଯୋଗଗୁଡ଼ିକୁ ଜିଲ୍ଲା ତଥା କ୍ଷେତ୍ରରେ ସ୍ତରରେ ଆଇନ ଅନୁଯାୟୀ ଅନୁଧ୍ୟାନ କରାଯାଉଛି।
Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା
ରାୟଗଡ଼ା, କଳାହାଣ୍ଡି, କୋରାପୁଟରେ ବେଦାନ୍ତ, ଆଦାନୀକୁ ଖଣି
ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାୟଗଡ଼ା ଓ କଳାହାଣ୍ଡିର ସିଜିମାଳି ବକ୍ସାଇଟ୍ ଖଣି ଓ କୋରାପୁଟର କର୍ଣ୍ଣପୋଡ଼ିକୋଣ୍ଡା ବକ୍ସାଇଟ୍ ଖଣିକୁ ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ ସଂସ୍ଥା ବେଦାନ୍ତ ଲିମିଟେଡ୍କୁ ପ୍ରଦାନ କରାଯାଇଛି। ସେହିପରି, ରାୟଗଡ଼ା ଓ କଳାହାଣ୍ଡିର କୁଟ୍ରୁମାଳି ଖଣି ଓ କୋରାପୁଟର ବଲ୍ଲଦା ବକ୍ସାଇଟ୍ ଖଣିକୁ ଆଦାନୀ ଗ୍ରୁପ୍ର ସଂସ୍ଥା କଳିଙ୍ଗ ଆଲୁମିନା ଲିମିଟେଡ୍କୁ ଦିଆଯାଇଛି। କର୍ଣ୍ଣପୋଡ଼ିକୋଣ୍ଡା ଖଣିକୁ ୨୦୨୬ରେ ଓ ଅବଶିଷ୍ଟ ୩ ଖଣିକୁ ୨୦୨୩ରେ ଆବଣ୍ଟନ କରାଯାଇଥିଲା। ଏହି ସମସ୍ତ ଚାରି ଖଣି କାର୍ଯ୍ୟକ୍ଷମ ହୋଇନଥିବା ମନ୍ତ୍ରୀ ଜଣାଇଛନ୍ତି।
Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର
ପୂର୍ବରୁ ରାଜ୍ୟରେ ୬ଟି ବକ୍ସାଇଟ୍ ଖଣି ଥିଲା। ସେଥିରୁ ପାଞ୍ଚଟି କୋରାପୁଟରେ ଓ ଗୋଟିଏ ରାୟଗଡ଼ାରେ ଥିଲା। କୋରାପୁଟରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍କୁ ଦିଆଯାଇଥିବା ମାଳିପର୍ବତ ଖଣି ଓ ନାଲ୍କୋକୁ ଆବଣ୍ଟନ କରାଯାଇଥିବା ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ନାହିଁ। କୋରାପୁଟlj ନାଲ୍କୋର ଦୁଇଟି ଖଣି ପଞ୍ଚପଟ୍ଟମାଳି (ଦକ୍ଷିଣ) ଓ ପଞ୍ଚପଟ୍ଟମାଳି (ଉତ୍ତର) ଓ ଓଏମ୍ସିର କୋଡ଼ିଙ୍ଗମାଳି ପିଏଫ୍ ଖଣି ଏବଂ ରାୟଗଡ଼ାରେ ଥିବା ଉତ୍କଳ ଆଲୁମିନା ଲିମିଟେଡ୍ର ବାପହିଲମାଳି ବକ୍ସାଇଟ୍ ଖଣି କାର୍ଯ୍ୟକ୍ଷମ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।