Bay of Bengal Cyclone Forecast: ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ; ଦାନା ବାନ୍ଧିବ ଭେରି ସିଭିୟର୍ ସାଇକ୍ଲୋନ୍, ଓଡ଼ିଶାକୁ କରିବ ହଲଚଲ୍
ଆନ୍ଧ୍ରରେ ପିଟିହେବ, ଓଡ଼ିଶାକୁ ବୁଡ଼ାଇବ।
ସମୁଦ୍ରରେ ବଳ ଗୋଟାଇ ଅତିଭୀଷଣ ବାତ୍ୟା ଆଡ଼କୁ ଅଗ୍ରସର ହେଉଛି ଲଘୁଚାପ।
ଆସନ୍ତାକାଲି ଅବପାତ ପରେ ଅଧିକ ଘନୀଭୂତ ହୋଇ ୨୬ ତାରିଖରେ ନେବ ବାତ୍ୟା ରୂପ ।
୨୮ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ୍।
ତେବେ ଓଡ଼ିଶାରେ ସ୍ଥଳଭାଗ ନ ଛୁଇଁଲେ ବି ବିପଦରୁ ତ୍ରାହି ମିଳିବନି।
୨୭ ସନ୍ଧ୍ୟାରେ ବଡ଼ ବର୍ଷାରେ ଭିଜିବ ଓଡ଼ିଶା ।
ଡେଞ୍ଜର ଜୋନରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ।
Advertisment କାଲିଠୁ ଘନୀଭୂତ, ୨୮ ପାହାନ୍ତାରେ ପ୍ରହାର।
ବୁଧ-ଗୁରୁ ଓଡ଼ିଶାକୁ ବୁଡ଼େଇବ !
ଡେଞ୍ଜର୍ ଜୋନରେ ଦକ୍ଷିଣ।
ବାତ୍ୟା ରୂପ ନେବା ଆଗରୁ ଅଶାନ୍ତ ବଙ୍ଗୋପସାଗରରେ ଇଏ ସେହି ଲଘୁଚାପ କ୍ଷେତ୍ର।
ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ପରେ ଅବପାତ ରୂପ ନେବାକୁ ବଳ ସାଉଣ୍ଟୁଛି।
କାଲିଠୁ ହେବ ଡିପ୍ ଡିପ୍ରେସନ୍, ୨୬ରେ ବାତ୍ୟା।
ତାପରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ସମୁଦ୍ରରେ ଘୂରି ବୁଲିବ।
ପାଲଟିଯିବ ଭେରି ସିଭିୟର ସାଇକ୍ଲୋନ୍ ଅର୍ଥାତ ଅତି ଭୀଷଣ ବାତ୍ୟା।
ଯଦିଓ ଏଯାଏଁ ଆଇଏମଡି ଗତିପଥ ଜାରି କରିନି, କିନ୍ତୁ ସାଇକ୍ଲୋନ୍ ଆନ୍ଧ୍ର ଆଡ଼କୁ ହିଁ ମୁହାଁଇବା ନେଇ ପ୍ରାକ୍ ସୂଚନା ଜାରି କରିଛି।
ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ୨୭ ତାରିଖରେ ବାତ୍ୟା ଅତି ଭୀଷଣ ରୂପ ନେଇପାରେ।
Advertisment ୨୮ ତାରିଖ ଭୋରରୁ ସକାଳ ଭିତରେ ଆନ୍ଧ୍ର ଉପକୂଳରେ ଛୁଇଁପାରେ ସ୍ଥଳଭାଗ।
ଆନ୍ଧ୍ରରେ ହିଟ୍ କଲେ ବି ବାତ୍ୟା ରାଡାରରୁ ଖସି ପାରିବନି ଓଡ଼ିଶା।
ଏଠି ପଡ଼ିବ ବଡ଼ ଇମ୍ପାକ୍ଟ।
କୋରାପୁଟରୁ କେନ୍ଦ୍ରାପଡ଼ା ଯାଏଁ ପ୍ରଭାବ ଛାଡିପାରେ।
ଲ୍ୟାଣ୍ଡଫଲ୍ ପରେ ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଘାଣ୍ଟିବ ବର୍ଷା।
ବିଶେଷକରି ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷା ହେବାର ଆକଳନ କରାଯାଉଛି।
ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଏଯାଏଁ ନିର୍ଦ୍ଧାରଣ ହୋଇନଥିଲେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ରହିବ।
ଆନ୍ଧ୍ର ସହିବ ବାତ୍ୟା ମାଡ଼, ଓଡ଼ିଶା ଦେଖିବା ବର୍ଷାଝଡ଼।
ନଜର ପକାନ୍ତୁ- ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆଲର୍ଟ ମ୍ୟାପ୍ ଉପରେ।
ଆସନ୍ତା ମଙ୍ଗଳବାର ବେଳକୁ ଓଡ଼ିଶାରେ ବଦଳିଯିବ ପାଗ।
ଉତ୍ତର-ଦକ୍ଷିଣ ଓ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶା ବି ଭୋଗିବ ବାତ୍ୟା ପ୍ରକୋପ ।
୨୭ ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବର୍ଷା।
ସେହିଦିନ ୭ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ।
ତେବେ ୨୮ରୁ ଅର୍ଥାତ ଲ୍ୟାଣ୍ଡଫଲ୍ ସମୟରୁ ୨୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଓଡ଼ିଶାକୁ ବିପଦ ବେଶୀ।
ଦକ୍ଷିଣ ଓଡ଼ିଶାରେ ହେବ ସାଂଘାତିକ ସ୍ଥିତି।
୨୮ରେ ରେଡ୍ ଆଲର୍ଟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ।
୧୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ଆଲର୍ଟ।
ସେହିଭଳି ୨୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ, ୧୧ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ।
କିଛି ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି।
ଦକ୍ଷିଣ ଓଡ଼ିଶାରେ ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ।
ତେବେ ଲ୍ୟାଣ୍ଡଫଲ୍ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ହେବ ?
ସ୍ଥଳଭାଗ ଛୁଇଁବା ସମୟରେ କେତେ ବେଗରେ ପବନ ବହିବ ?
କେତେ ବାଟ ଲମ୍ବିବ ବାତ୍ୟାର ପରିସର ?
ଲଘୁଚାପ ଅବପାତରେ ପରିଣତ ହେବାପରେ ଏନେଇ ସ୍ପଷ୍ଟ ସୂଚନା ଆସିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।