BCCI Names Smriti Mandhana New Captain: ସ୍ମୃତି ମନ୍ଧାନା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ
ଭାରତୀୟ ମହିଳା କ୍ରିକେଟ୍ରେ ବଡ଼ ପରିବର୍ତ୍ତନ । ହରମନପ୍ରୀତ କୌରଙ୍କ ପରେ ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ହେଲେ ସ୍ମୃତି ମନ୍ଧାନା । ସମସ୍ତ ଫର୍ମାଟ୍ର ଅଧିନାୟକ ପଦରୁ ହରମନପ୍ରୀତ ହଟିବା ପରେ ବିସିସିଆଇ ସ୍ମୃତିଙ୍କ ନାଁ ଘୋଷଣା କରିଛି । ୩୦ ବର୍ଷୀୟ ସ୍ମୃତି ଦୀର୍ଘଦିନ ଧରି ଭାରତୀୟ ଦଳର ଉପଅଧିନାୟକ ରହିଆସିଛନ୍ତି ।
ଏବେ ତାଙ୍କ ଉପରେ ରହିବ ଟିମ୍ ଇଣ୍ଡିଆକୁ ଆଗକୁ ନେବାର ବଡ଼ ଦାୟିତ୍ୱ । ଫ୍ରାଞ୍ଚାଇଜ୍ କ୍ରିକେଟ୍ରେ ମଧ୍ୟ ଅଧିନାୟକ ଭାବେ ସ୍ମୃତିଙ୍କ ଦମଦାର ରେକର୍ଡ ରହିଛି । ତାଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୨୪ ଓ ୨୦୨୬ରେ ଦୁଇଥର WPL ଚାମ୍ପିଅନ୍ ହୋଇଛି ।
୨୦୧୩ରୁ ଭାରତୀୟ ଦଳରେ ଥିବା ସ୍ମୃତିଙ୍କ ପାଖରେ ରହିଛି ଦୀର୍ଘ ଆନ୍ତର୍ଜାତୀୟ ଅଭିଜ୍ଞତା । ସେ ଏପର୍ଯ୍ୟନ୍ତ ୧୮ଟି T20 ଓ ୪ଟି ଦିନିକିଆରେ ଭାରତର ନେତୃତ୍ୱ ନେଇସାରିଛନ୍ତି । ଏବେ ପୂର୍ଣ୍ଣକାଳୀନ ହ୍ୱାଇଟ୍-ବଲ୍ ଅଧିନାୟକ ଭାବେ ନୂଆ ଦାୟିତ୍ୱ ତୁଲାଇବେ ସ୍ମୃତି ମନ୍ଧାନା ।
Honoured. Grateful. Ready. 💙@mandhana_smriti reflects on the immense pride of becoming #TeamIndia Captain and carrying the legacy forward 🫡🇮🇳 pic.twitter.com/qFooagUeJr
— BCCI Women (@BCCIWomen) October 6, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।