Election: ୪ ରାଜ୍ୟର ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଭୋଟ୍‌ ଗ୍ରହଣ

Oct 06, 2026 - 22:10
Election: ୪ ରାଜ୍ୟର ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଭୋଟ୍‌ ଗ୍ରହଣ

"ନୂଆଦିଲ୍ଲୀ: ଦେଶର ୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଆଜି ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନର ମତଦାନ ସନ୍ଧ୍ୟାରେ ଶେଷ ହୋଇଛି।

ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ଏବଂ ରେଜିନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ସମ୍ପୂର୍ଣ୍ଣ ହୋଇଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ନିର୍ଦ୍ଧାରିତ ସମୟ ସୀମା ଶେଷ ହୋଇଥିଲେ ହେଁ ଧାଡ଼ିରେ ଠିଆ ହୋଇଥିବା ମତଦାତାଙ୍କୁ ସେମାନଙ୍କ ଗାଣତନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଉଭୟ ଆସନରେ ପ୍ରାୟ ୭୯ ପ୍ରତିଶତ ଭୋଟର ନିଜର ମତ ଦେଇଛନ୍ତି।

କିଛି ସୀମିତ ସ୍ଥାନରେ ରାଜନୈତିକ ବିଶୃଙ୍ଖଳା ଦେଖାଦେବା ବାଦ୍ ନିର୍ବାଚନ ପ୍ରକ୍ରିୟା ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ରହିଛି।Advertisment ସରକାରୀ ତଥ୍ୟ ଅନୁଯାୟୀ, ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦୀଗ୍ରାମରେ ୭୯.୩୯ ପ୍ରତିଶତ ଏବଂ ମୁର୍ଶିଦାବାଦର ରେଜିନଗରରେ ୭୮.୪୨ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି।

ମାତ୍ର ନନ୍ଦୀଗ୍ରାମର କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ ସ୍ଥାନୀୟ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ ନିରପେକ୍ଷ ନରହି ଶାସକ ଦଳ ସପକ୍ଷରେ ପକ୍ଷପାତପୂର୍ଣ୍ଣ କାର୍ଯ୍ୟ କରିଥିବା ଏବଂ ବ୍ୟାପକ ଭୋଟ୍ ଲୁଟ୍ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଏହି କାରଣରୁ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ଶୁଭଙ୍କର ସରକାର ଉଭୟ ନନ୍ଦୀଗ୍ରାମ ଓ ରେଜିନଗର ଆସନର ନିର୍ବାଚନକୁ ସମ୍ପୂର୍ଣ୍ଣ ରଦ୍ଦ କରି ମିଳିତ ଭାବେ ପୁନଃ ନିର୍ବାଚନ କରିବାକୁ ଦୃଢ଼ ଦାବି କରିଛନ୍ତି।

ସେହିପରି ରେଜିନଗରର କଂଗ୍ରେସ ପ୍ରାର୍ଥୀ ମହମ୍ମଦ ଅବଦୁଲ୍ଲାହିଲ କାଫି ଏହି ଉପନିର୍ବାଚନକୁ ବାତିଲ କରି ସଦ୍ୟ ନିର୍ବାଚନ କରିବା ଦାବିରେ ସ୍ଥାନୀୟ ଥାନା ବାହାରେ ଧାରଣାରେ ବସି ରହିଛନ୍ତି।

ଅପରପକ୍ଷରେ, ଆସାମର ନାଗାଓଁ ଲୋକସଭା ଆସନରେ ଆଜି ସନ୍ଧ୍ୟା ୫ ଟା ସମୟରେ ମତଦାନ ଶେଷ ହୋଇଛି, ଯେଉଁଥିରେ ପ୍ରାୟ ୧୯.୦୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଏବଂ ଏଠାରେ ମୋଟ ମତଦାନ ହାର ପ୍ରାୟ ୭୬ ପ୍ରତିଶତ ରହିଛି।

ତାମିଲନାଡୁର ଦୁଇଟି ବିଧାନସଭା ଆସନ ଯଥା ଚେଙ୍ଗଲପଟ୍ଟୁ ଜିଲ୍ଲାର ମଦୁରନ୍ତକମ୍ (ଏସ୍‌ସି) ଏବଂ ତିରୁପୁରର ଧାରାପୁରମ (ଏସ୍‌ସି) ରେ ମଧ୍ୟଭୋଟ୍ ଗ୍ରହଣ କରାଯାଇଛି।

ତେବେ ଧାରାପୁରମ୍‌ରେ ଶାସକ ଟିଭିକେ ଦଳର ଉପନିର୍ବାଚନ ପ୍ରାର୍ଥୀ ପି.

ସଥ୍ୟବାମାଙ୍କର ଏକ ସାଂଘାତିକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ସେ ଏହି ନିର୍ବାଚନ ଜିତିବା ପାଇଁ ବେଆଇନ ଭାବେ ପ୍ରାୟ ୩୧ କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ପଷ୍ଟ ଶୁଣିବାକୁ ମିଳିଛି।

Lok Sabha Seat: ପୁନଃ ସୀମା ନିର୍ଦ୍ଧାରଣରେ ସମସ୍ତ ରାଜ୍ୟର ଲୋକସଭା ଆସନ ୫୦% ପ୍ରତିଶତ ବୃଦ୍ଧି ପାଇବ!

ପୁଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଏହି ବିବାଦୀୟ ଭିଡିଓକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ନିର୍ବାଚନ କମିସନ୍ ଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଦାଖଲ କରାଯାଇଛି।

ଏହି ଉପନିର୍ବାଚନରେ ମଦୁରନ୍ତକମ୍‌ରେ ୮୫.୯୮ ପ୍ରତିଶତ ଏବଂ ଧାରାପୁରମ୍‌ରେ ୮୦.୩୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି, ଯାହା ଗତ ଏପ୍ରିଲ ୨୦୨୬ ର ସାଧାରଣ ନିର୍ବାଚନ (ମଦୁରନ୍ତକମ୍‌ରେ ୯୩.୨୦ ପ୍ରତିଶତ ଏବଂ ଧାରାପୁରମ୍‌ରେ ୮୯.୯୦ ପ୍ରତିଶତ) ତୁଳନାରେ ସାମାନ୍ୟ କମ୍ ରହିଛି।

ଏହା ବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଥଟ୍ଟନଚାବଡ଼ୀ ନିର୍ବାଚନମଣ୍ଡଳୀରେ ଆଜି ମତଦାନ ଶେଷ ହେବା ସୁଦ୍ଧା ପ୍ରାୟ ୮୦.୮୧ ପ୍ରତିଶତ ମତଦାନ ହୋଇଥିବା ନେଇ କର୍ତ୍ତୃପକ୍ଷ ରିପୋର୍ଟ ପ୍ରକାଶ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।