BCCIର ବଡ଼ ନିଷ୍ପତ୍ତି: ଟିମ ଇଣ୍ଡିଆରୁ ବିଦାୟ ନେବେ ନୀତୀଶ ରେଡ୍ଡୀ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପରେ ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତୀୟ ଦିନିକିଆ ଦଳରୁ ରିଲିଜ କରିବାକୁ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ଏହାପରେ ସେ ତୃତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଏ ଦଳରେ ସାମିଲ ହେବେ। ଟେଷ୍ଟ ସିରିଜ ପୂର୍ବରୁ ତାଙ୍କୁ ଲାଲ ବଲରେ ଅଭ୍ୟାସ କରିବାର ସୁଯୋଗ ଦେବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ନୀତୀଶ ରେଡ୍ଡୀଙ୍କୁ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ସମସ୍ତ ମ୍ୟାଚ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ହେଲେ ଏବେ ବିସିସିଆଇ ତାଙ୍କୁ ପ୍ରଥମ ଦିନିକିଆ ପରେ ଦଳରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟରୁ ଏହି ଖବର ସାମ୍ନାକୁ ଆସିଛି। ତେବେ ଏନେଇ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ଭାରତୀୟ ଦଳ ନଭେମ୍ବର ୪ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ସିରିଜର ପ୍ରଥମ ତିନୋଟି ମ୍ୟାଚରେ ଶୁଭମନ ଗିଲ ଭାରତୀୟ ଦଳର ଅଧିନାୟକ ରହିବେ। ତେବେ ତୃତୀୟ ଓ ଚତୁର୍ଥ ଦିନିକିଆରେ ଶ୍ରେୟସ ଆୟର ଦଳର ନେତୃତ୍ୱ ନେବେ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହାପରେ ନଭେମ୍ବର ୧୯ରୁ ୨୩ ତାରିଖ ଯାଏଁ ୱେଲିଂଟନରେ ପ୍ରଥମ ଟେଷ୍ଟ ଏବଂ ନଭେମ୍ବର ୨୭ରୁ ଡିସେମ୍ବର ୧ ତାରିଖ ଯାଏଁ କ୍ରାଇଷ୍ଟଚର୍ଚ୍ଚରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ।
ଅର୍ଥାତ୍ ଦିନିକିଆ ସିରିଜ ଓ ଟେଷ୍ଟ ସିରିଜ ମଧ୍ୟରେ ବେଶି ଦିନର ବ୍ୟବଧାନ ନାହିଁ। ତେଣୁ ଟେଷ୍ଟ ସିରିଜ୍କୁ ଦୃଷ୍ଟିରେ ରଖି ବିସିସିଆଇ ଦୁଇଟି ଅଲଗା ଦଳ ଚୟନ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।