BDA: ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ୧,୮୧୫ ଏକରରେ ଆଉ ୧୦ ଟିପି ଯୋଜନା
"ଭୁବନେଶ୍ବର: ପ୍ରି-କାଷ୍ଟିଂ ଶୈଳୀରେ ଆମେ ୧୦୦ ଦିନରେ ୧୦୦ ଘର କରିବାକୁ ଯୋଜନା କରିଛୁ।
ଏହି ଘର ନିମ୍ନ ଆୟବର୍ଗଙ୍କ ପାଇଁ ନିର୍ମାଣ କରାଯିବ।
ବମ୍ବେର ସଂସ୍ଥାଙ୍କୁ ଏଥିପାଇଁ ନିୟୋଜିତ କରାଯିବ।
ଏହି ପ୍ରି-କାଷ୍ଟିଂ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ ପାଇଁ ପ୍ରାୟ ୩୦ ଏକର ଜାଗା ଚିହ୍ନଟ ସରିଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.
କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ବିଡିଏର ୧୫୩ତମ ବୈଠକ ନଗର ଉନ୍ନୟନ ମନ୍ତ୍ରୀ ଡ.
ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଡିଏ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି ଘର କିଣିବାରେ ଆବେଦନ ଶୁଳ୍କ ୧୦ହଜାର ଟଙ୍କା ଓ ସିକ୍ୟୁରିଟି ଜମା ୨ଲକ୍ଷ ଟଙ୍କା ରହିଛି।
ଘର ପାଉନଥିବା ଲୋକେ ଆବେଦନ ଶୁଳ୍କ ଓ ସିକ୍ୟୁରିଟି ଜମା ଫେରିପାଇବେ ବୋଲି ନିଷ୍ପତ୍ତି ନିଆଯାଇଛି।
ଏଥିସହ ଘର ବାବଦ ୫ ପ୍ରତିଶତ ସାମଗ୍ରୀ ଓ ସେବା କର ଏବଂ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯାଇଛି।
୧ ବର୍ଷ ପାଇଁ ଏକାମ୍ର ରେସିଡେନ୍ସିର ସବୁ ଘରର ପରିଚାଳନା ଦାୟିତ୍ବ ବିଡିଏ ନେବ।
ଯେଉଁମାନେ ଘର ନେବେ, ସେମାନଙ୍କ ଫ୍ରି-ହୋଲ୍ଡ ବ୍ୟବସ୍ଥା କରାଯାଉଛି।
ଏଣୁ ୩ ବର୍ଷ ପରେ ବିଡିଏଠାରୁ ଆଉ ଫ୍ରି-ହୋଲ୍ଡ ଅନୁମତି ନେବାକୁ ପଡ଼ିବନି ଓ ଘର ମାଲିକ ନିଜ ଇଚ୍ଛାରେ ଘର ବିକ୍ରି କରିପାରିବେ।
ବିଡିଏ ପକ୍ଷରୁ ସିଡିପିରେ ସୈନିକ ସ୍କୁଲ ଛକରୁ ଭିଏସ୍ଏସ୍ ନଗର ୧.୨୪ କିମି ରାସ୍ତା, ଜୟଦେବ ବିହାରରୁ ରଘୁନାଥପୁର ଦେଇ ନନ୍ଦନକାନନ ରୋଡ୍ ପର୍ଯ୍ୟନ୍ତ ୧.୦୨ କିମିର ଆପ୍ରୋଚ୍ ରୋଡ୍, କସ୍ମୋପଲିସ୍ଠାରୁ ଜାଗମରା ଛକ ପର୍ଯ୍ୟନ୍ତ ୨.୦୫ କିମି ରାସ୍ତା ଓ ଏମ୍ସ ରୋଡ୍ରୁ ଭଗବାନପୁର ମଡେଲ୍ ସ୍କୁଲ ପର୍ଯ୍ୟନ୍ତ ୨ କିମି ରାସ୍ତାକୁ ଚଉଡ଼ା କରିବାକୁ ନିଷ୍ପତ୍ତି ନିଆଯାଇଛି।
Advertisment Judgement: ଯୁବକଙ୍କୁ ମାରି ତାଳଦଣ୍ଡା କେନାଲରେ ପକାଇ ଥିଲା, ମିଳିଲା ଆଜୀବନ ଜେଲ୍ଦଣ୍ଡ ଏକାମ୍ର ରେସିଡେନ୍ସିର ଆବେଦନ, ସାମଗ୍ରୀ ଓ ସେବା ଶୁଳ୍କ ଛାଡ଼୧,୮୧୫ ଏକରରେ ଆଉ ୧୦ ଟିପି ଯୋଜନାସିଡିପିରେ ଚଉଡ଼ା ହେବ ସହରର ୪ ପ୍ରମୁଖ ରାସ୍ତାନିକୋ ପାର୍କ ବିକାଶ ପାଇଁ ପ୍ରଶାସନିକ ମଞ୍ଜୁରି ୧,୮୧୫ ଏକର ଜମିରେ ଆଉ ୧୦ଟି ଟିପି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।
ରାଜସ୍ବ ଗ୍ରାମ ଗୋବର୍ଦ୍ଧନପୁର, ଇଟିପୁର ଓ ରାଧାମୋହନପୁରକୁ ନେଇ ଟିପି-୩୨(୨୨୨.୪୯ ଏକର), ଗୋବର୍ଦ୍ଧନପୁର, ଇଟିପୁର, ନିସ୍ଥାରିଣୀପୁର ଓ ରାଧାମୋହନପୁରକୁ ନେଇ ଟିପି-୩୩(୨୨୯.୬୨ ଏକର), ଦଧିବାମନପୁର ଓ ଜୟପୁରକୁ ନେଇ ଟିପି-୩୪(୨୦୪.୪୯ ଏକର), ବିକିପୁର ଓ ଦିହାପୁରକୁ ନେଇ ଟିପି-୩୫(୧୧୯.୮୫ ଏକର), ସୁନ୍ଦରପଦାରେ ଟିପି-୩୬(୧୬୪.୭୦ ଏକର), ବାହାଦଲପୁର ଓ ଏବରାଙ୍ଗକୁ ନେଇ ଟିପି-୩୭(୧୬୮.୮୮ ଏକର), ହାଟସାହି ଓ ବାହାଦଲପୁରକୁ ନେଇ ଟିପି-୩୮(୨୨୫.୮୪ ଏକର), ସୁଆଙ୍ଗା, ସରକାନ୍ତରା, ରଣସିଂହପୁର ଓ ଶ୍ରୀନିବାସପୁରକୁ ନେଇ ଟିପି-୩୯(୩୦୧.୭୩ ଏକର), ସୁଆଙ୍ଗା, ଛୋଟରାୟପୁର, ଦାମୋଦରପୁର ଓ ଶ୍ରୀନିବାସପୁରକୁ ନେଇ ଟିପି-୪୦(୨୨୨.୫୫ ଏକର), ସିଜୁଆରେ ଟିପି-୪୧(୧୫୦.୭୫ ଏକର) କରିବାକୁ ନିଷ୍ପତ୍ତି ହୋଇଛି।
Khimji Jewellers: ଖିମଜୀ ଜୁଏଲର୍ସର "ରୌନକ ହୈ ତୁମସେ" ଅଫର ଭୁବନେଶ୍ବରର ନିକୋ ପାର୍କକୁ ଲେକ୍ ଜୋନ୍-୧, ଲେକ୍ ଜୋନ୍-୨ ଓ ଲେକ୍ ଜୋନ୍-୩ରେ ବିଭକ୍ତ କରି ବିକାଶ କରାଯିବ।
୧୦ ନମ୍ବର ଡ୍ରେନ୍ ଉପରେ ଏହି ଲେକ୍ ଜୋନ୍ ବିକାଶ ପାଇଁ ପ୍ରଶାସନିକ ଅନୁମୋଦନ ମିଳିସାରିଛି।
ବିଦ୍ୟୁତ୍ ମାର୍ଗ ଓ ସଚିବାଳୟ ମାର୍ଗ ମଧ୍ୟରେ ଲେକ୍ ଜୋନ୍-୧ ହେବ।
ଏହି ପ୍ରକଳ୍ପରେ ଦୈନିକ ୧୨ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଏକ ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର ସ୍ଥାପନ କରାଯିବ।
ଲେକ୍ ଜୋନ୍-୨ ଓ ଲେକ୍ ଜୋନ୍-୩ ବିକାଶ ସଚିବାଳୟ ମାର୍ଗଠାରୁ ରେଳ କ୍ରସିଂ ପର୍ଯ୍ୟନ୍ତ ପ୍ରାୟ ୨.୩ କିମି ଲମ୍ବ ଓ ପ୍ରାୟ ୭୫ ଏକର ଜମି ଉପରେ ହେବ।
ବୋଟିଂ ସହ ଅନ୍ୟ ପର୍ଯ୍ୟଟନ ଭିତ୍ତିଭୂମି ପ୍ରସ୍ତୁତ କରାଯିବ।
ଦୁଇକଡ଼ରେ ୱାଟର ରିଭର୍ ଭ୍ୟୁ ସାଙ୍ଗକୁ ପାର୍କ, ଜିମ୍, ମ୍ୟୁଜିୟମ ଆଦି ବ୍ୟବସ୍ଥା କରାଯିବ।
ପ୍ରିୟଦର୍ଶିନୀ ମାର୍କେଟ୍ର ବି ଏସ୍ଓପି ସରିଛି, ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଆଜିର ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଜଟଣୀ ପୌରପାଳିକା ଅଧ୍ୟକ୍ଷ ଅନନ୍ତ ବେହେରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ପ୍ରମୁଖ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।