Imran Khan: CJP ପ୍ରତିବାଦରେ ସାମିଲ ହେବା  ପଡ଼ିଲା  ମହଙ୍ଗା, ଇମ୍ରାନ ଖାନ୍‌ଙ୍କୁ ଭାରତ ଛାଡ଼ିବାକୁ ହେଲା ନୋଟିସ୍‌

Oct 15, 2026 - 11:33
Imran Khan: CJP ପ୍ରତିବାଦରେ ସାମିଲ ହେବା  ପଡ଼ିଲା  ମହଙ୍ଗା, ଇମ୍ରାନ ଖାନ୍‌ଙ୍କୁ ଭାରତ ଛାଡ଼ିବାକୁ ହେଲା ନୋଟିସ୍‌

"ନୂଆଦିଲ୍ଲୀ:  ବଲିଉଡ୍‌ ଅଭିନେତା ଇମ୍ରାନ ଖାନ୍‌ଙ୍କ ପାଇଁ ବଢ଼ିଲା ଅଡ଼ୁଆ!

ଅମୀର ଖାନ୍‌ଙ୍କ ଭଣଜା ଇମ୍ରାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍‌।

ଅକ୍ଟୋବର ୨୮ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ମୁମ୍ବାଇ ପୁଲିସର ନିର୍ଦ୍ଦେଶ ଦେଇଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ସିଜେପି ପ୍ରତିବାଦରେ ସାମିଲ ହେବା ପରେ ଇମ୍ରାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଦାବି କରାଯାଉଛି।

ତେବେ କାହିଁକି ଇମ୍ରାନଙ୍କୁ ମିଳିଲା ଏଭଳି ନୋଟିସ୍‌?

କ"ଣ କହୁଛି ଆଇନ?

ଅମୀର ଖାନ୍‌ଙ୍କ ଭଣଜା ତଥା "ଜାନେ ତୁ...

ୟା ଜାନେ ନା" ଫେମ୍‌ ଇମ୍ରାନ ଖାନ୍‌ ଏବେ  ବିବାଦରେ।

ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ହୋଇଥିବା ପ୍ରତିବାଦରେ ସେ ସାମିଲ ହୋଇଥିଲେ।

ଏହି ପ୍ରତିବାଦରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା।

ପୁଲିସ ତାଙ୍କୁ ଅନ୍ୟ ପ୍ରତିବାଦକାରୀଙ୍କ ସହ ଅଟକ ରଖିଥିଲା।

ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

ହେଲେ ଏବେ ମାମଲା ଆଉ ଏକ ମୋଡ଼ ନେଇଛି।

Advertisment CJP: ୧୬ରେ ଦିଲ୍ଲୀରେ ଏକଜୁଟ ହେବ ସିଜେପି   ରିପୋର୍ଟ ଅନୁସାରେ, ଇମ୍ରାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍‌ ମିଳିଛି।

ଇମ୍ରାନ ଭାରତୀୟ ନାଗରିକ ନୁହନ୍ତି, ସେ ଆମେରିକୀୟ ନାଗରିକ ଏବଂ ଓସିଆଇ କାର୍ଡଧାରୀ ବୋଲି ଖବର ପ୍ରକାଶ ପାଇଛି।

ପ୍ରତିବାଦରେ ତାଙ୍କ ଅଂଶଗ୍ରହଣକୁ ନେଇ ବିଜେପି ନେତା କିରିଟ ସୋମାୟା ତଦନ୍ତ ଦାବି କରିଥିଲେ।OCI କାର୍ଡଧାରୀଙ୍କ ଭାରତରେ ରହିବା ଓ କାର୍ଯ୍ୟକଳାପ ସମ୍ପର୍କରେ କିଛି ନିୟମ ରହିଛି।

ତେଣୁ ଏହି ପ୍ରତିବାଦରେ ଇମ୍ରାନଙ୍କ ଅଂଶଗ୍ରହଣ ନିୟମ ଉଲ୍ଲଂଘନ କରିଛି କି ନାହିଁ, ତାହା ଯାଞ୍ଚ ପାଇଁ ପୁଲିସ ଇମିଗ୍ରେସନ୍‌ ଅଧିକାରୀଙ୍କ ସହ ଯୋଗାଯୋଗ କରିବା କଥା ମଧ୍ୟ ପୂର୍ବରୁ ସାମ୍ନାକୁ ଆସିଥିଲା।

ତେବେ ଏହି ମାମଲାରେ ଆଇନଗତ ଦାୟିତ୍ୱ ଓ ନୋଟିସ୍‌ର ସଠିକ୍‌ ଆଧାର ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିବା ବାକି ରହିଛି।

ଅନ୍ୟପଟେ, ଇମ୍ରାନ ଅଟକ ହେବା ପୂର୍ବରୁ କହିଥିଲେ ଯେ ସେ କୌଣସି ସଂଗଠନର ପ୍ରତିନିଧି ଭାବେ ନୁହେଁ, ବରଂ ଜଣେ ସାଧାରଣ ନାଗରିକ ଭାବେ ସେଠାକୁ ଯାଇଥିଲେ।

ଲୋକଙ୍କ ଯିବାଆସିବାର ସ୍ୱାଧୀନତା ଏବଂ ସେମାନଙ୍କ ସ୍ୱରକୁ ନେଇ ତାଙ୍କର ପ୍ରଶ୍ନ ଥିବା ସେ କହିଥିଲେ।

ଏବେ ଦେଶ ଛାଡ଼ିବା ନୋଟିସ୍‌ ଖବର ପରେ ଇମ୍ରାନଙ୍କ ପରବର୍ତ୍ତୀ ପଦକ୍ଷେପ କ"ଣ ହେବ, ତାହା ଉପରେ ସମସ୍ତଙ୍କ ନଜର।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।