Bear Spotted in Village: ଗାଁରେ ବୁଲୁଛି ଭାଲୁ, ଲୋକଙ୍କ ମଧ୍ୟରେ ଆତଙ୍କ
ସ୍କୁଲରେ ଶୋଇଛି ଭାଲୁ। ସ୍କୁଲ ପରିସରରେ ଶୋଇବା ସହ ଗାଁରେ ବୁଲୁଛି ଭାଲୁ। କୋରାପୁଟ ଲମତାପୁଟ ବ୍ଲକ ଗୁନେଇପଡା ଅଞ୍ଚଳର ଏ ଘଟଣା। ଗୁନେଇପଡା ବିଦ୍ୟାଳୟ ପରିସରରେ ଏକ ଭାଲୁ ପଶିଥିବା ଦେଖିବାକୁ ମିଳିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବିଦ୍ୟାଳୟ ନିକଟରେ ଭାଲୁକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ।
ଗୁନେଇପଡା ଅଞ୍ଚଳରେ ବହୁ ବର୍ଷ ପରେ ଭାଲୁ ଦେଖିବାକୁ ମିଳିଛି । ଭାଲୁଟି ଗାଁ ଭିତରକୁ ପଶି ଆସିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଭାଲୁକୁ ଦେଖି ଗାଁ ଲୋକେ ସତର୍କ ହୋଇ ତାକୁ ଘଉଡ଼ାଇ ଦେଇଥିଲେ ।
ସେହିପରି ରାଉରକେଲା ସହର ଭିତରେ ବୁଲୁଛି ଦନ୍ତା। ରାଉରକେଲା ସହରର ଜବାଘାଟରେ ଜଙ୍ଗଲୀ ହାତୀ ବୁଲୁଥିବାର ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀଟି ଜନବସତି ଅଞ୍ଚଳରେ ବୁଲୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି। ଖାଦ୍ୟ ଅନ୍ବେଷଣରେ ହାତୀଟି ଆସିଥିବା କୁହାଯାଉଛି।
ସ୍କୁଲରେ ଶୋଇଛି ଭାଲୁ
ସ୍କୁଲ ପରିସରରେ ଶୋଇଛି ଭାଲୁ
କୋରାପୁଟ ଲମତାପୁଟ ଗୁନେଇପଡା ଗାଁ ଘଟଣା
ଗାଁରେ ମୁକ୍ତ ଭାବେ ବିଚରଣ କରୁଛି ଭାଲୁ
ଭାଲୁକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ
ଭାଲୁକୁ ଘଉଡ଼ାଇଲେ ଗ୍ରାମବାସୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।