Bebo: ବଦଳିବେ ନାହିଁ ବେବୋ

Sep 24, 2026 - 05:21
Bebo: ବଦଳିବେ ନାହିଁ ବେବୋ

"ନିକଟରେ ୪୬ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାଁ।

ତା‌ଙ୍କର ଏହି ସ୍ବତନ୍ତ୍ର ଦିନରେ ତାଙ୍କୁ ପ୍ରଶଂସକ, ପରିବାର ଓ ବଲିଉଡ୍‌ ଶିଳ୍ପର ସହକର୍ମୀଙ୍କଠାରୁ ଅନେକ ଶୁଭେଚ୍ଛା ମିଳିଛି।

ସୋସିଆଲ୍‌ ମିଡିଆ ଜରିଆରେ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଏକ ଭାବପ୍ରବଣ ନୋଟ୍‌ ଲେଖିଛନ୍ତି ବେବୋ।

ସେ ତାଙ୍କ ଇନଷ୍ଟାଗ୍ରାମ୍‌ ଷ୍ଟୋରିରେ ଜନ୍ମଦିନ କେକ୍‌ର ଏକ ଫଟୋ ସେୟାର୍‌ କରିବା ସହ ମିଳିଥିବା ଭଲପାଇବା ପାଇଁ କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ସେ ଆଗକୁ ମଧ୍ୟ "ନିଜ ଭଳି ରହିବେ", ଅର୍ଥାତ୍‌ କେବେ ବଦଳିବେ ନାହିଁ ବୋଲି ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହାସହିତ ପ୍ରଶଂସକମାନଙ୍କର ଭଲପାଇବା ଓ ସକାରାତ୍ମକତାକୁ ସାଥୀରେ ନେଇ ଆଗାମୀ ଦିନରେ ଉଚିତ ପଦକ୍ଷେପ ନେବେ ବୋଲି ଉଲ୍ଲେଖ କରିଛନ୍ତି।

Advertisment Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ କରୀନାଙ୍କୁ ନିକଟରେ ମେଘନା ଗୁଲଜାର୍‌ଙ୍କ କ୍ରାଇମ୍ ଥ୍ରିଲର୍ "ଦାୟରା"ରେ ଦେଖିବାକୁ ମିଳିଛି।

ଏଥିରେ ସେ ଜଣେ ପୁଲିସ ଅଧିକାରୀ ଚରିତ୍ରରେ ନଜର ଆସି ଏକ ବିବାଦୀୟ ମାମଲାର ତଦନ୍ତ କରୁଛନ୍ତି।

ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ କରୀନା ଓ ପୃଥ୍ୱୀରାଜ ସୁକୁମାରନ୍‌ ଏକାଠି ପରଦାରେ ନଜର ଆସିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୦ ମସିହାରେ "ରିଫ୍ୟୁଜି" ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ପଦାର୍ପଣ କରିଥିବା କରୀନା "କଭି ଖୁସି କଭି ଗମ୍‌", "ଚମେଲି", "ଓମ୍‌କାରା", "ଜବ୍‌ ଵି ମେଟ୍‌", "୩ ଇଡିଅଟ୍‌ସ" ଭଳି ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡ଼ିଛନ୍ତି।

Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।