Benefits of Mustard: ହାଣ୍ଡିଶାଳ ବୈଦ୍ୟ: ସୋରିଷର ଉପକାରିତା
"ଆମ ରୋଷେଇ ଘରେ ସୋରିଷ ନଥିଲେ ଲାଗେ ଯେମିତି ରୋଷେଇ ସମ୍ଭବ ନୁହେଁ।
ଏହା କେବଳ ଖାଦ୍ୟର ସ୍ବାଦ ବଢ଼ାଏ ନାହିଁ, ତା" ସହ ଏହାର ଅନେକ ଔଷଧୀୟ ଗୁଣ ବି ରହିଛି।
ଆଧୁନିକ ବିଜ୍ଞାନ ମଧ୍ୟ ସୋରିଷର ସ୍ବାସ୍ଥ୍ୟଗତ ଉପକାରିତାକୁ ଗ୍ରହଣ କରିଛି।
ସୋରିଷ ଗଛର ପତ୍ର ଓ ମଞ୍ଜି ଉଭୟ ଖାଦ୍ୟୋପଯୋଗୀ।
ଏଥିରେ କ୍ୟାଲିସିୟମ୍, କପର୍, ଭିଟାମିନ୍-ଏ, ସି ଓ କେ ପ୍ରଚୁର ମାତ୍ରାରେ ଥାଏ।
ଏଥିରେ ଗ୍ଲୁକୋସିନୋଲେଟ୍ ଓ ଫ୍ଲାଭୋନଏଡ୍ ପରି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।
Advertisment Education: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ୍ ଫାଟକରେ ତାଲା ପକାଇ ପ୍ରତିବାଦ ଗବେଷଣାରୁ ଜଣାପଡ଼ିଛି ଯେ, ସୋରିଷ ପତ୍ରର ବ୍ୟବହାର ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
ସୋରିଷ ମଞ୍ଜିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ଗୁଡ଼ିକ ଶରୀରକୁ ବିଭିନ୍ନ ଜୀବାଣୁ ଓ କବକ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ।
ସାଧାରଣ ପରିମାଣରେ ସୋରିଷ ଖାଇବା ସମ୍ପୂର୍ଣ୍ଣ ସୁରକ୍ଷିତ।
କିନ୍ତୁ ଅଧିକ ମାତ୍ରାରେ ଖାଇଲେ ପେଟରେ ଯନ୍ତ୍ରଣା କିମ୍ବା ଡାଇରିଆ ଭଳି ସମସ୍ୟା ହୋଇପାରେ।
କଞ୍ଚା ସୋରିଷ ମଞ୍ଜି ଓ ପତ୍ରରେ "ଗୋଇଟ୍ରୋଜେନ୍" ନାମକ ତତ୍ତ୍ୱ ଥାଏ, ଯାହା ଥାଇରଏଡ୍ ସମସ୍ୟା ଥିବା ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ।
ତେଣୁ ଥାଇରଏଡ୍ ରୋଗୀମାନେ ଏହାକୁ ସିଝାଇ କିମ୍ବା ଅଳ୍ପ ପରିମାଣରେ ଖାଇବା ଉଚିତ।
Education: ସମସ୍ୟା ଘେରରେ ଶ୍ରମଶକ୍ତି ସରକାରୀ ହାଇସ୍କୁଲ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।