Benefits of Soaked Raisins: ସକାଳେ ଖାଲି ପେଟରେ ଖାଆନ୍ତୁ ଭିଜା କିସମିସ୍; ପାଚନଠାରୁ ହାଡ଼ ପର୍ଯ୍ୟନ୍ତ ମିଳିପାରେ ଏହି ୫ଟି ଫାଇଦା

Aug 09, 2026 - 11:14
Benefits of Soaked Raisins: ସକାଳେ ଖାଲି ପେଟରେ ଖାଆନ୍ତୁ ଭିଜା କିସମିସ୍; ପାଚନଠାରୁ ହାଡ଼ ପର୍ଯ୍ୟନ୍ତ ମିଳିପାରେ ଏହି ୫ଟି ଫାଇଦା

ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ଭିଜା କିସମିସ୍। ରାତିସାରା ପାଣିରେ ଭିଜାଇ ସକାଳେ ଖାଇଲେ ମିଳିପାରେ ଏହି ସବୁ ଲାଭ। ଜାଣନ୍ତୁ କିପରି ଆପଣଙ୍କ ଡାଏଟ୍‌ରେ ସାମିଲ କରିବେ।

ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଅନେକ ସମୟରେ ମହଙ୍ଗା ଖାଦ୍ୟ କିମ୍ବା ସପ୍ଲିମେଣ୍ଟ୍‌ ଉପରେ ନିର୍ଭର କରିଥାଉ। କିନ୍ତୁ ଆମ ରୋଷେଇ ଘରେ ଥିବା କିଛି ସାଧାରଣ ଖାଦ୍ୟ ମଧ୍ୟ ପୋଷକତତ୍ତ୍ୱରେ ଭରପୂର। ସେଥିମଧ୍ୟରୁ କିସମିସ୍ ଅନ୍ୟତମ।

ବିଶେଷକରି ରାତିସାରା ପାଣିରେ ଭିଜାଇ ରଖାଯାଇଥିବା କିସମିସ୍‌କୁ ସକାଳେ ଖାଇବା ଅନେକ ଲୋକଙ୍କ ଅଭ୍ୟାସ। କିସମିସ୍‌ରେ ଫାଇବର୍, ପୋଟାସିୟମ୍, ଆଇରନ୍ ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ ରହିଥାଏ। ତେବେ ଭିଜା କିସମିସ୍ ଖାଇବାର ଫାଇଦା କ’ଣ? ଆସନ୍ତୁ ଜାଣିବା।

୧. ପାଚନକ୍ରିୟା ପାଇଁ ଉପକାରୀ

କିସମିସ୍‌ରେ ଭଲ ପରିମାଣରେ ଡାଏଟାରୀ ଫାଇବର୍ ରହିଥାଏ। ଏହା ଅନ୍ତନଳୀକୁ ସଫା ରଖି ପାଚନତନ୍ତ୍ରକୁ ମଜବୁତ କରିବାରେ ସହାଯ୍ୟ କରେ। ନିୟମିତ ଭାବେ ସକାଳେ ଏହା ଖାଇଲେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ଆରାମ ମିଳିଥାଏ।

୨. ଆଇରନ୍ ଯୋଗାଇବାରେ ସହାୟକ

କିସମିସ୍‌ରେ ଆଇରନ୍ ଥାଏ। ଆଇରନ୍ ଶରୀରରେ ହିମୋଗ୍ଲୋବିନ୍ ଓ ଲାଲ ରକ୍ତ କଣିକା ତିଆରି ପାଇଁ ଆବଶ୍ୟକ। ତେଣୁ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବେ କିସମିସ୍ ଆଇରନ୍ ଯୋଗାଣରେ ସହାୟକ ହୁଏ। ଯାହା ଫଳରେ ଦୁର୍ବଳତା ଓ ଥକାପଣ କମିପାରେ।

୩. ରକ୍ତଚାପ ଏବଂ ହୃଦୟର ସ୍ୱାସ୍ଥ୍ୟ ପାଇଁ

କିସମିସ୍‌ରେ ପୋଟାସିୟମ୍‌ର ପରିମାଣ ଭଲ ରହିଥାଏ। ପୋଟାସିୟମ୍ ଶରୀରରେ ସୋଡିୟମ୍‌ର ପ୍ରଭାବକୁ ସନ୍ତୁଳିତ କରିବାରେ ସହାୟତା କରେ, ଯାହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ଗୁଡ଼ିକ କୋଲେଷ୍ଟେରଲ୍ ସ୍ତରକୁ ସନ୍ତୁଳିତ ରଖିବା ସହ ହୃଦରୋଗର ଆଶଙ୍କା କମାଇବାରେ ସହାୟକ ହୁଏ।

୪. ଶକ୍ତି ବଢ଼ାଇବାରେ ସହାୟକ

ସକାଳୁ ଉଠିବା ପରେ ଯଦି ଆପଣଙ୍କୁ ଅଳସୁଆ କିମ୍ବା ଥକା ଲାଗେ, ତେବେ ଚା କିମ୍ବା କଫି ବଦଳରେ ଭିଜା କିସମିସ୍ ଖାଇପାରନ୍ତି। ଏଥିରେ ଥିବା ପ୍ରାକୃତିକ ଗ୍ଲୁକୋଜ୍ ଓ ଫ୍ରୁକ୍ଟୋଜ୍ ଶରୀରକୁ ଶୀଘ୍ର ଶକ୍ତି ଯୋଗାଇପାରେ। ୱାର୍କଆଉଟ୍ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ପ୍ରି-ୱାର୍କଆଉଟ୍ ସ୍ନାକ୍ ହୋଇପାରେ।

୫. ହାଡ଼ର ସ୍ୱାସ୍ଥ୍ୟ ପାଇଁ ଉପକାରୀ ପୋଷକତତ୍ତ୍ୱ

କିସମିସ୍‌ରେ କିଛି ପରିମାଣରେ କ୍ୟାଲସିୟମ୍ ଓ ବୋରନ୍ ଭଳି ପୋଷକତତ୍ତ୍ୱ ମିଳିଥାଏ। ହାଡ଼ର ସ୍ୱାସ୍ଥ୍ୟ ପାଇଁ କ୍ୟାଲସିୟମ୍ ଗୁରୁତ୍ୱପୂର୍ଣ୍ଣ। ଏହା ମହିଳାମାନଙ୍କଠାରେ ଅଷ୍ଟିଓପୋରୋସିସ୍‌ର ଆଶଙ୍କା କମାଇବାରେ ସହାୟକ ହୋଇପାରେ। ତେଣୁ ସନ୍ତୁଳିତ ଖାଦ୍ୟରେ କିସମିସ୍‌କୁ ସାମିଲ ଫଳରେ ହାଡ଼ର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ପୋଷଣ ମିଳିଥାଏ।

କିପରି ଖାଇବେ ଭିଜା କିସମିସ୍?

ରାତିରେ କିଛି କିସମିସ୍ ଭଲ ଭାବେ ଧୋଇ ଏକ ପାତ୍ର ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାକୁ ଖାଇପାରିବେ। ଚାହିଁଲେ ଭିଜା କିସମିସ୍‌କୁ ଦହି, ଓଟ୍ସ୍ କିମ୍ବା ଅନ୍ୟ ଖାଦ୍ୟ ସହିତ ମଧ୍ୟ ଖାଇପାରିବେ।

ସ୍ପଷ୍ଟୀକରଣ : ଏଥିରେ ଥିବା ସୂଚନା କେବଳ ସାଧାରଣ ଜ୍ଞାନ ଓ ସଚେତନତା ପାଇଁ। ଏହାକୁ ଡାକ୍ତରୀ ପରାମର୍ଶ କିମ୍ବା ଚିକିତ୍ସାର ବିକଳ୍ପ ଭାବେ ନିଅନ୍ତୁ ନାହିଁ। କୌଣସି ରୋଗର ଲକ୍ଷଣ ଥିଲେ କିମ୍ବା ନିୟମିତ ଔଷଧ ସେବନ କରୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।