Shreya Kalra, Bigg Boss 20: 'Bigg Boss 20'କୁ ମନା କଲେ ଶ୍ରେୟା କାଲରା! କହିଲେ- ‘ଏବେ ଆଉ ରିଆଲିଟି ଶୋ’ ନୁହେଁ’

Aug 09, 2026 - 11:14
Shreya Kalra, Bigg Boss 20: 'Bigg Boss 20'କୁ ମନା କଲେ ଶ୍ରେୟା କାଲରା! କହିଲେ- ‘ଏବେ ଆଉ ରିଆଲିଟି ଶୋ’ ନୁହେଁ’

“ଲକ ଅପ୍୨” ବିଜୟ ପରେ ଚର୍ଚ୍ଚାରେ ଥିବା କଣ୍ଟେଣ୍ଟ କ୍ରିଏଟର ତଥା ଅଭିନେତ୍ରୀ ଶ୍ରେୟା କାଲରା ଏବେ “ବିଗ୍ ବସ୍ ୨୦”ରେ ନଜର ଆସିବେ ନାହିଁ। ତାଙ୍କୁ ନେଇ ଶୋ’ର ପ୍ରତିଯୋଗୀ ଭାବେ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଶ୍ରେୟା ନିଜେ ଏହି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ନିଜ ଇନଷ୍ଟାଗ୍ରାମ ଚ୍ୟାନେଲ୍ ‘Clock It With Shreya’ରେ ପ୍ରଶଂସକଙ୍କ ସହ କଥା ହେବା ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ଏବେ ଆଉ କୌଣସି ରିଆଲିଟି ଶୋ’ରେ ପ୍ରତିଯୋଗୀ ହେବାକୁ ତାଙ୍କର ଇଚ୍ଛା ନାହିଁ।

ଶ୍ରେୟା କହିଛନ୍ତି, “ମୁଁ ଏବେ ଏକ ପାଗଳଖାନାରୁ ବାହାରି ଆସିଛି। ତେଣୁ ଏବେ ଜଣେ ପ୍ରତିଯୋଗୀ ଭାବେ କୌଣସି ରିଆଲିଟି ଶୋ’ କରିବାକୁ ଯୋଜନା ନାହିଁ। ଏହା ମାନସିକ ଭାବେ ବହୁତ କ୍ଲାନ୍ତିକର ଏବଂ କଷ୍ଟଦାୟକ।”

ସେ ଆହୁରି କହିଛନ୍ତି ଯେ, ଯଦି ବିଗ୍ ବସ୍ ପକ୍ଷରୁ ତାଙ୍କୁ ହୋଷ୍ଟ, ମେଣ୍ଟର କିମ୍ବା ଗ୍ୟାଙ୍ଗ୍ ଲିଡର ଭଳି ଭୂମିକା ମିଳେ, ତେବେ ସେ ନିଶ୍ଚିତ ଭାବେ ଏଥିପାଇଁ ଉତ୍ସାହିତ ହେବେ। କିନ୍ତୁ ପ୍ରତିଯୋଗୀ ଭାବେ ପୁଣି ଏକ ରିଆଲିଟି ଶୋ’ରେ ନଜର ଆସିବାକୁ ସେ ପ୍ରସ୍ତୁତ ନୁହଁନ୍ତି।

Lock Upp 2ରେ ଜବରଦସ୍ତ ଖେଳ ଦେଖାଇଥିଲେ ଶ୍ରେୟା

“ଲକ ଅପ୍୨”ରେ ଶ୍ରେୟାଙ୍କ ଯାତ୍ରା ବେଶ୍ ଚର୍ଚ୍ଚିତ ରହିଥିଲା। ଶୋ’ରେ ଅନେକ ସମୟରେ ସହ-ପ୍ରତିଯୋଗୀଙ୍କ ସହ ତାଙ୍କର ବିବାଦ ହୋଇଥିଲା। ତାଙ୍କର ଖୋଲାଖୋଲି ମତ ଏବଂ ଆକ୍ରମଣାତ୍ମକ ଖେଳ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା ଶେଷରେ ସେ “ଲକ ଅପ୍୨”ର ଟ୍ରଫି ସହ ୧ କୋଟି ଟଙ୍କାର ନଗଦ ପୁରସ୍କାର ଜିତିଛନ୍ତି।

ବିଗ୍ ବସ୍ ୨୦କୁ ନେଇ ବଢୁଛି ଉତ୍ସାହ

ଶ୍ରେୟା ନିଜକୁ ବିଗ୍ ବସ୍ ୨୦ ଦୂରେଇ ରଖିଥିବା ବେଳେ ଶୋ’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଶୋ’ର ନୂଆ ସିଜନ୍‌କୁ ନେଇ ଅନେକ ନାମ ଚର୍ଚ୍ଚାରେ ରହିଛି। ନିଆ ଶର୍ମା, ଅର୍ଜୁନ ବିଜଲାନୀ, କରଣ ପଟେଲ ଏବଂ ଜନ୍ନତ ଜୁବୈରଙ୍କ ଭଳି ନାମକୁ ନେଇ ମଧ୍ୟ ଗୁଜବ ଜୋର ଧରିଛି। ତେବେ ଅଫିସିଆଲ୍ ଘୋଷଣା ନହେବା ପର୍ଯ୍ୟନ୍ତ ଏହି ନାମଗୁଡ଼ିକୁ ନିଶ୍ଚିତ କରାଯାଇପାରିବ ନାହିଁ।

ଅନ୍ୟପକ୍ଷରେ ବିଗ୍ ବସ୍ ୨୦ର ପ୍ରୋମୋ ମଧ୍ୟ ଦର୍ଶକଙ୍କ ଉତ୍ସୁକତା ବଢାଇଛି। ସଲମାନ ଖାନଙ୍କ ‘କରଣ ଅର୍ଜୁନ’ ସନ୍ଦର୍ଭ ଏବଂ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ମିଳିବାକୁ ଥିବା ‘ବରଦାନ’କୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଚାଲିଛି।

ବିଗ୍ ବସ୍ ୨୦ ସେପ୍ଟେମ୍ବର ୬ ରେ ଜିଓହଟଷ୍ଟାର ଏବଂ କଲର୍ସ ରେ ପ୍ରସାରିତ ହେବାକୁ ସ୍ଥିର ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।