Bhadrak Kali Puja: କାଳିପୂଜା ପାଇଁ ପ୍ରସ୍ତୁତି ଜୋରଦାର, ଲକ୍ଷାଧିକ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

Nov 07, 2026 - 09:57
Bhadrak Kali Puja: କାଳିପୂଜା ପାଇଁ ପ୍ରସ୍ତୁତି ଜୋରଦାର, ଲକ୍ଷାଧିକ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା

ଆସନ୍ତାକାଲି କାଳୀ ପୂଜା।

ପବିତ୍ର ଦୀପାବଳି ଓ କାଳୀପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ।

ଚଳଚଞ୍ଚଳ ହେଲାଣି ଭଦ୍ରକ।

୯ ଦିନ ଧରି ଚାଲିବ ମା' ଶ୍ୟାମାକାଳୀଙ୍କ ଆରାଧନା।

ଏଥିପାଇଁ ସହରର ୧୧ଟି ପୂଜାମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି।

ବିଶେଷକରି ଚରମ୍ପା ଅଞ୍ଚଳରେ କାଳୀପୂଜାକୁ ନେଇ ଦେଖିବାକୁ ମିଳିଛି ବେଶ୍ ଉତ୍ସାହ।

ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା, ମିନାବଜାର ଓ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ପୂଜାମଣ୍ଡପ।

Advertisment ଅନ୍ୟପଟେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ସପ୍ତଦିନ ବ୍ୟାପୀ ସପ୍ତମାତୃକା ବେଶରେ ପୂଜା ପାଇବେ ମା'।

କେବଳ ପୂଜା ଆୟୋଜନ ନୁହେଁ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ସୁବିଧା ଉପରେ ମଧ୍ୟ ଦିଆଯାଉଛି ଗୁରୁତ୍ୱ।

ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ, ପାନୀୟ ଜଳ, ପରିମଳ ଓ ଜନସ୍ୱାସ୍ଥ୍ୟ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା।

ଏଥର ପ୍ରାଚୀନ ପୂଜାମଣ୍ଡପଗୁଡ଼ିକୁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ।

ଏଥିସହ ଶ୍ରେଷ୍ଠ ପୂଜାମଣ୍ଡପ ପାଇଁ ଘୋଷଣା ହୋଇଛି ଆକର୍ଷଣୀୟ ପୁରସ୍କାର।

Advertisment ଅନ୍ୟପଟେ କଟକ ସହରରେ କାଳୀପୂଜା ପାଇଁ ଜୋରଦାର ପ୍ରସ୍ତୁତି।

ସହରର ୭୦ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ପୂଜା ପାଇବେ ମା' କାଳୀ।

ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଜସଜ୍ଜା ସହ ଆୟୋଜନକୁ ଚୂଡ଼ାନ୍ତ ରୂପ ଦିଆଯାଉଛି।

ମା'ଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇଉଠିଛି କଟକ ସହର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।