Daily Horoscope 7th November 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ ଅଶ୍ୱନୀ – ଅର୍ଥ ଆୟ କରିବା ସହିତ ମାନସମ୍ମାନ ପାଇବେ ।
ପ୍ରତ୍ୟେକ କ୍ଷେତ୍ରରେ ଘଟଣା ଗୁଡିକ ଅସ୍ୱାଭାବିକ ଭାବେ ଚିନ୍ତା କରିବେ ।
ଅପୂରଣୀୟ ଅଭିଳାଶ ନେଇ ଦୁଃଖ ଅନୁଭବ କରିବେ ।
ଶୁଣା କଥାକୁ ବିଶ୍ୱାସ କରିଲେ ଅସୁବିଧାରେ ପଡିପାରନ୍ତି ।
ଦ୍ୱିଜା – ସନ୍ତାନ ମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ ।
ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ ।
ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ ।
କୃତିକା – ମହିଳାମାନେ ଅନ୍ୟକୁ ସାହାଯ୍ୟ କରିବେ ।
ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ ।
ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ ।
ଯାନବାହନ,ସଭସମିତି,ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ Advertisment ବୃଷ- କୃତିକା- କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ ।
ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି ।
ପେସାଦାର ବ୍ୟବସାୟଙ୍କୁ ଅଚାନକ ଧନଲାଭ ହୋଇପାରେ ।
ଅଫିସ କାମରେ ମନ୍ଥର ଗତିରେ ପୂରା ହେବ ।
ରୋହିଣୀ- ଅତ୍ୟଧିକ ଭାବ ପ୍ରବଣ ହୋଇ ଅପଦସ୍ତ ହେବେ ।
ବିଶ୍ୱାସ ସହ ଆଗକୁ ମାଡି ଚାଲିବେ ।
ବାକି ପଡିଥିବା ଅର୍ଥକୁ କୈାଶଳରେ ଆଦାୟ କରିବାକୁ ସମର୍ଥ ହେବେ ।
ଇଶ୍ୱରଙ୍କ ସାଧନାରେ ଲିପ୍ତ ରହିବେ ।
ମୃଗଶିରା- ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ ।
ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ବାଞିତ ଅଭିଳାଷ ପୂରଣ ହେବ ।
ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ ମିଥୁନ ମୃଗଶିରା - ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ ।
ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ ।
ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ ।
ଆଦ୍ରା - ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ ।
ଶିକ୍ଷାର୍ଥୀମାନେ କିଛି ପରିମାଣରେ ଶୁଭଫଳ ପାଇବେ ।
ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି ।
ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ପୁନର୍ବସୁ - ଗମ୍ଭିରତାର ସହ ଉଦ୍ୟମ କରନ୍ତୁ ସଫଳତା ପାଇବେ ।
ଭୂ-ସମ୍ପତି କିଣିବାର ଯୋଗ ରହିଛି ।
କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ ।
ନୂତନ ଦ୍ରବ୍ୟ ଲାଭର ସୁଯୋଗ ରହିଛି ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ Advertisment କର୍କଟ- ପୁନର୍ବସୁ- ଗୋଡରେ କିଛି ସମସ୍ୟା ଦେଖାଦେବ ।
ବନ୍ଧୁ ମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ ।
ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି ।
ପୁଷ୍ୟା- କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ ।
ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ ।
ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ ।
ଅଶ୍ଲେଷା- ଧିରେ ଧିରେ ପ୍ରଗତି ପଥରେ ଅଗ୍ରସର ହେବେ ।
ବିଦେଶ ଯାତ୍ରା କରି ପାରନ୍ତି ।
ଭଲ ବ୍ୟବହାର ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରନ୍ତି ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ସିଂହ ମଘା – ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ ।
ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ ।
କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ ।
ପୂ , ଫାଲଗୁନୀ - ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ ।
ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ ।
ଶିକ୍ଷାକ୍ଷେତ୍ରରେ ମାନସିକ ସି୍ଥରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି ।
ଉ ,ଫାଲଗୁନୀ – ନିଜର ଚତୁରତା, ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ ।
କ୍ରିଡା,ମନୋରଞନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ କନ୍ୟା- ଉ,ଫଳଗୁନି- ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ ।
କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ୟ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି ।
ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ ।
ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝିନେବେ ।
ହସ୍ତା- ମହିଳା ମାନେ ଧର୍ମପରାୟଣ ରହିବା ସହିତ ବନ୍ଧୁ ପରିଜନଙ୍କ ପ୍ରିୟଭାଜନ ହେବେ ।
ବିଦ୍ୟାର୍ଥୀ ମାନେ କୃତିତ୍ୱ ହାସଲ କରିବେ ।
ପ୍ରଶାସନିକ ସ୍ତରରେ ଭଲ କାମ କରିପାରନ୍ତି ।
ଚିତ୍ରା- କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରନ୍ତି ।
ଗୃହିଣୀମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି ।
ସଭା ସମିତି ପ୍ରଭୁତିରୁ ଆଶ୍ଵସ୍ଥି ଲାଭ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ତୁଳା - ଚିତ୍ରା – ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ ।
ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି ।
ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇ ପାରେ ।
ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ ।
ସ୍ୱାତୀ – ଛାତ୍ର ଛାତ୍ରି ମାନେ ପଢାରେ ଭଲ ସଫଳତା ଆଣିବେ ।
ରୁଣ କିମ୍ବା ଉଧାର ନେବା ଠାରୁ ଦୂରେଇ ରହିବା ଉଚିତ୍ ।
ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ ।
କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ ।
ବିଶାଖା – ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ ।
କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ ।
ଅର୍ଥ ସମ୍ମାନର ଅଭାବ ରହିବ ନାହିଁ ।
ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ବିଛା- ବିଶାଖା- ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ ।
ଅଫିସ୍ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ ।
ଆମଦାନି ବୃଦ୍ଧି ହେବାର ସମ୍ଭାବନା ରହିଛି ।
କୈାଣସି କାର୍ୟ୍ୟରେ ସାହାସିକ ପଦକ୍ଷପ ନେବେ ।
ଅନୁରାଧା- ରାଜନୀତିରେ ଚାପରେ ଗତିକରିବେ ।
ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ ।
ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ ।
ଅଜଣା ବ୍ୟକ୍ତିଙ୍କ ସହଯୋଗରୁ , ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ଜ୍ୟେଷ୍ଠା- ମାଲିମକନ୍ଦମାରେ ପରାଜୟ ଶିକାର କରିବାକୁ ପଡିବ ।
ମହିଳା ମାନେ ଚିନ୍ତାରେ ସମୟ ଅତିବାହିତ କରିବେ ।
ଭାଗ୍ୟଦୋୟ ହେବାର ସୁଯୋଗ ଆସିପାରେ ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ ଧନୁ ମୂଳା – ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସି୍ଥରତା ଅକ୍ଷୁର୍ଣ୍ଣ ରହିବ ।
କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ ।
ପିଲା ମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ ।
ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ ।
ପୂ , ଷାଢା – ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ।
ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ ।
ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ ।
ଉ , ଷାଢା – ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ ।
ଆଜ୍ଞା ପାଳନ କରିବେ ।
ମାଲିକମକଦ୍ଦମାରେ ଓକିଲଙ୍କ ସାହାଯ୍ୟ ପାଇବେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ୟ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ମକର- ଉ,ଷାଢା- ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି ।
ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।
ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି ।
ଶ୍ରବଣା- ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି ।
ପରିସ୍ଥିତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ ।
ପ୍ରସାଶନିକ ସ୍ତରରେ ଅଭିଯୋଗ ଆସିପାରେ ।
ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ ।
ଧନିଷ୍ଠା- ଆଜି ଆପଣ ଋଣ ମୁକ୍ତ ହୋଇପାରିବେ ।
ବିଦ୍ୟାର୍ଥୀମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି ।
ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ କୁମ୍ଭ ଧନିଷ୍ଠା – କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।
କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ ।
ନୂଆ କାର୍ଯ୍ୟ ପାଇଁ ପ୍ଲାନିଂ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ ।
ଶତଭିଷା – ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ ।
ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ ।
ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ପୂ , ଭାଦ୍ରପଦ – ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ ।
ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ ।
ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ ।
ସାମ୍ବାଦିକ କ୍ଷେତ୍ରରେ କାର୍ୟ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ ମୀନ- ପୂ,ଭାଦ୍ରପଦ- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ ।
କୈାଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଆନନ୍ଦ ପାଇବେ ।
ଦୀର୍ଘ ଦିନର ସମସ୍ୟା ଦୂର ହୋଇଯିବ ।
ଆପଣ ନିଜ କଥାରେ ଲୋକଙ୍କ ମନ ଜିତି ପାରିବେ ।
ଚାକିରି ପରିବର୍ତନ ପାଇଁ ଦିନଟି ଭଲ ।
ଉ,ଭାଦ୍ରପଦ- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ ।
ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ ।
ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ ।
ରେବତୀ- ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ।
ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ ।
ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।