Bhubaneswar Couple Arrested; ଶିଳ୍ପପତି ପରିଚୟ ଦେଇ ଦେଢ଼ କୋଟି ଠକେଇ; ୧.୪୭ କୋଟି ଟଙ୍କା ଚଳୁ, ରାଜଧାନୀରୁ ଧରାପଡ଼ିଲେ ଠକ
ନିଜକୁ ଶିଳ୍ପପତି ବୋଲି କହି ଠକିଥିଲେ ପ୍ରାୟ ଦେଢ଼ କୋଟି ଟଙ୍କା।
ରାଜଧାନୀରୁ ଧରାପଡ଼ିଲେ ଠକ ଦଂପତି।
ସେମାନେ ହେଲେ ଶ୍ରୀମନ୍ତ କଳସ ଓ ତାଙ୍କ ପତ୍ନୀ ସୌମ୍ୟା ଶୁଭଦର୍ଶିନୀ କଳସ।
ଘର ଭୁବନେଶ୍ବର ଟଙ୍କପାଣି ରୋଡରେ।
ଉଭୟ ନିଜକୁ ବିଭିନ୍ନ କଂପାନୀର ମାଲିକ ବୋଲି ପରିଚୟ ଦେଇ ଠକେଇର ଜାଲ ବୁଣିଥିଲେ।
Advertisment ସହିଦ ନଗର ଅଂଚଳରେ ପ୍ଳଟ୍ ଦେବା ବାହାନାରେ ସୁଧୀର ପାଣିଗ୍ରାହୀ ନାମକ ବେଙ୍ଗାଳୁରୁରେ ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।
ଏହି ଆଧାରରେ ଉଭୟଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ୍।
ଶିଳ୍ପପତି ପରିଚୟ ଦେଇ ଦେଢ଼ କୋଟି ଠକେଇ ରାଜଧାନୀରୁ ଧରାପଡ଼ିଲେ ଠକ ଦମ୍ପତି ଘର ଓ ଜମି ଦେବା ନାଁରେ ୧.୪୭ କୋଟି ଟଙ୍କା ଚଳୁ ଚନ୍ଦ୍ରଶେଖରପୁର ପୋଲିସ ହାତରେ ଶ୍ରୀମନ୍ତ ଓ ସୌମ୍ୟା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।