Census Begins From January: ଜାନୁଆରୀରୁ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ, ପ୍ରଥମଥର ହେବ ଡିଜିଟାଲ

Nov 03, 2026 - 21:24
Census Begins From January: ଜାନୁଆରୀରୁ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ, ପ୍ରଥମଥର ହେବ ଡିଜିଟାଲ

ଜାନୁଆରୀ ୧୦ରୁ ଆରମ୍ଭ ହେବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ।

ଏଥର ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ କରାଯିବ ଜନଗଣନା।

ଏଥିପାଇଁ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରତ୍ୟେକ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ସେମାନେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଲିମ ଦେବେ।

ଏହି ପ୍ରଶିକ୍ଷଣ ପ୍ରକ୍ରିୟା ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ।

Advertisment ଜାନୁଆରୀ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ନାଗରିକମାନେ ନିଜର ତଥ୍ୟ ନିଜେ ପୋର୍ଟାଲ ଓ ଆପ୍ ଜରିଆରେ ପ୍ରଦାନ କରିପାରିବେ।

ଜାନୁଆରୀ ୨୫ରୁ ଫେବୃଆରୀ ୨୮ ତାରିଖ ଯାଏଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ଜନଗଣନା ଅଧିକାରୀ।

ପ୍ରଥମ ପର୍ଯ୍ୟାୟରେ ଘର ଓ ଘରୋଇ ସମ୍ପତ୍ତି ସମ୍ପର୍କିତ ଗଣନା କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯିବ।

ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୋଟ ୪୦ଟି ପ୍ରଶ୍ନ ପଚରାଯିବ।

ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସମେତ ଜାତି ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ।

ଆସନ୍ତା ଏପ୍ରିଲ ମାସ ସୁଦ୍ଧା ସମଗ୍ର ଜନଗଣନା ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।