Bhubaneswar Drug Bust: ଚିକେନ୍ ଦୋକାନରେ ଧଳା ଜହର ବେପାର; ଗ୍ରାହକ ବେଶରେ ଡିଲ୍ କଲା ଅବକାରୀ ଟିମ୍
ରାଜଧାନୀରେ ଚିକେନ୍ ଦୋକାନରେ ଧଳା ଜହର କାରବାର! ଚିକେନ୍ ବ୍ୟବସାୟ ଆଳରେ ବ୍ରାଉନ୍ ସୁଗାର ବେପାର ଚାଲିଥିବା ଅଭିଯୋଗ। ଗ୍ରାହକ ବେଶରେ ପହଞ୍ଚି ଡିଲ୍ କରିବା ପରେ ଅଭିଯୁକ୍ତଙ୍କୁ ମାଡ଼ି ବସିଲା ଅବକାରୀ ବିଭାଗ। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଝାରପଡ଼ା କେନାଲ ରୋଡ୍ ନିକଟରେ ଚଢ଼ାଉ କରି ୧୬୨ ଗ୍ରାମ ହେରୋଇନ୍ ଜବତ କରିଛି ଅବକାରୀ ଟିମ୍।
ଏଥିସହ ୧ ହଜାର ୬୦୦ ଟଙ୍କା ନଗଦ ଏବଂ ଗୋଟିଏ ବାଇକ୍ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଏସ୍ .କେ. ମାଜିଦ୍ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅଭିଯୁକ୍ତ ଜଣକ ଝାରପଡ଼ା ମୁସଲିମ୍ ସାହିର ବାସିନ୍ଦା ବୋଲି ଜଣାପଡ଼ିଛି। ସେ କେନାଲ ରୋଡ୍ ରେ ଏକ ଚିକେନ୍ ସେଣ୍ଟର୍ ଚଳାଉଥିବା ବେଳେ ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ଏସ୍ .କେ. ମାଜିଦଙ୍କୁ କୋର୍ଟ ଚାଲାଣ କରାଯାଇଛି।
- ରାଜଧାନୀରେ ଚିକେନ୍ ଦୋକାନରେ ଧଳା ଜହର ବେପାର
- ଗ୍ରାହକ ବେଶରେ ଡିଲ୍ କଲା ଅବକାରୀ ଟିମ୍
- ନାଲି ପଲସରରୁ ୧୬୨ ଗ୍ରାମ ହେରୋଇନ୍ ଜବତ
- ଚିକେନ୍ ସେଣ୍ଟର ମାଲିକ ଏସ୍ .କେ. ମାଜିଦ୍ ଗିରଫ
- ୧୬୦୦ ଟଙ୍କା ଓ ବାଇକ୍ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।