Bhumika: ଏଥର ଭୂମିକାଙ୍କ ପାଳି
"ପୂର୍ବରୁ ଯେଉଁ ସୁଯୋଗ ଆଗଧାଡ଼ିର ନାୟିକା ସୂର୍ଯ୍ୟମୟୀଙ୍କୁ ମିଳିଥିଲା, ଏବେ ଆଉ ଜଣେ ନାଆଁକରା ନାୟିକାଙ୍କୁ ତାହା ମିଳିଛି।
ଦୀର୍ଘ ପାଞ୍ଚ ଦଶକ ଧରି ଓଡ଼ିଆ ସିନେଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ସାଜିଥିବା ମହାଶ୍ବେତା ରାୟଙ୍କ ଯୁବାବସ୍ଥାକୁ ପରଦାରେ ଉପସ୍ଥାପିତ କରିବେ ଭୂମିକା ଦାଶ।
ପୂର୍ବରୁ ସୂର୍ଯ୍ୟମୟୀ ଦୁଇ ଦୁଇଟି ସିନେମାରେ ମହାଶ୍ବେତାଙ୍କ ଯୁବା ସମୟର ଚରିତ୍ରରେ ଅଭିନୟ କରିଛନ୍ତି।
ସେ ଦୁଇଟି ହେଲା, ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ "ଆଶ୍ରମ" ଓ ମୁକ୍ତି ପ୍ରତୀକ୍ଷାରେ ଥିବା "ନାୟିକା"।Advertisment Art Gallery: ଚିତ୍ରଶାଳା: କ୍ୟାନ୍ଭାସ୍ରେ ନୁହେଁ, ମାଟିରେ ରଙ୍ଗ ମାଖନ୍ତି ଓଲିଉଡ୍ର ଜଣାଶୁଣା ନାୟିକା ଭୂମିକା ଦାଶ ପ୍ରଥମଥର ପାଇଁ "ମଧୁମାଳତୀ" ଛବିରେ ମହାଶ୍ବେତାଙ୍କ ଯୁବାବସ୍ଥାର ଚରିତ୍ର ନିଭାଇବାର ସୁଯୋଗ ପାଇଛନ୍ତି।
ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଛବିରେ ମହାଶ୍ବେତାଙ୍କ ଅଭିନୀତ ଚରିତ୍ର ମାଳତୀର ଯୁବା ବେଳର ଭୂମିକାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଅଭିନେତ୍ରୀ ଭୂମିକା।
ସେ କହିଛନ୍ତି, ""ମହାଶ୍ବେତା ମ୍ୟାଡମ୍ଙ୍କର ଯୁବାବସ୍ଥାକୁ ପରଦାରେ ନିଭାଇବା ମୋ ପାଇଁ ଆଦୌ ସହଜ ନ ଥିଲା।
ମୁଁ ଚରିତ୍ରକୁ ଶତପ୍ରତିଶତ ନ୍ୟାୟ ଦେବାକୁ ଚେଷ୍ଟା କରିଛି।
ମାତ୍ର ମୁଁ ଜାଣିଛି ଯେ କେବେହେଲେ ତାଙ୍କ ଭଳି ଅଭିନୟ କରିପାରିବି ନାହିଁ।
କିନ୍ତୁ ଦର୍ଶକ ମୋତେ "ମଧୁମାଳତୀ"ରେ ଭଲପାଇବା ଦେବେ ବୋଲି ଆଶା ରଖିଛି।"" Boat Accident: ବୁଡ଼ି ଯାଉଥିବା ୧୦ ବାଂଲାଦେଶୀଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ବିଏସଏଫ ଯବାନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।