Silver Moon: ସ୍ମୃତି ଏକ ରୁପାଜହ୍ନ: ସେଦିନର ନିଷ୍ପତ୍ତି ଠିକ୍ ଥିଲା
"ନିଜର ସୁମଧୁର କଣ୍ଠସ୍ବରରେ ଗୀତିକବିତାକୁ ଆକର୍ଷଣୀୟ ଢଙ୍ଗରେ ପରିବେଷଣ କରି ଶ୍ରୋତାଙ୍କ ମନ ଜିଣିବା ପାଇଁ ସେ ବେଶ୍ ପରିଚିତ।
ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ କଣ୍ଠଶିଳ୍ପୀ ସୁସ୍ମିତା ଦାଶ ତାଙ୍କ ଜୀବନର ଏକ ଅଭୁଲା ସ୍ମୁତିକୁ ମନେ ପକାଇଛନ୍ତି। ""୧୯୯୩ ଏପ୍ରିଲ୍ରେ ମୋ ସ୍ବାମୀଙ୍କର ନ୍ୟାସ୍ନାଲ୍ ଫରେଷ୍ଟ୍ ଏକାଡେମିରେ ପୋଷ୍ଟିଙ୍ଗ୍ ହେଇଗଲା ଏବଂ ଆମେ ପାଞ୍ଚ ବର୍ଷ ପାଇଁ ଡେରାଡୁନ୍ ଚାଲିଗଲୁ।
ସେତେବେଳେ ମୋ ବଡ଼ଝିଅକୁ ମାତ୍ର ଚାରିବର୍ଷ।
ଝିଅ ଜନ୍ମ ହେବାପରେ ବିଭିନ୍ନ କାରଣରୁ ମୋର ଗୀତ ଶିଖିବା ବନ୍ଦ ହେଇ ଯାଇଥିଲା।
ଡେରାଡୁନ୍ରେ ମୁଁ ପୁଣି ମୋ ଗୀତଶିଖା ଆରମ୍ଭ କରିବାକୁ ଚିନ୍ତାକଲି।""Advertisment Art Gallery: ଚିତ୍ରଶାଳା: କ୍ୟାନ୍ଭାସ୍ରେ ନୁହେଁ, ମାଟିରେ ରଙ୍ଗ ମାଖନ୍ତି ""ବହୁତ ଚେଷ୍ଟା ପରେ ମୁଁ ବୟୋଜ୍ୟେଷ୍ଠ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ ଡ.
ଜିନ୍ଦେଙ୍କ ବିଷୟରେ ଜାଣିଲି।
କିନ୍ତୁ, ଅସୁବିଧା ହେଲା, ସେ ଆମ ଘରଠାରୁ ପ୍ରୟ ୧୨ କିଲୋମିଟର୍ ଦୂରରେ ରହୁଥିଲେ।
ତାଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ହେଇଥିବାରୁ ସେ ଘରୁ ବାହାରୁ ନଥିଲେ।
କିନ୍ତୁ ଗୀତଶିଖା ଝୁଙ୍କ୍ ଏତେ ପ୍ରବଳ ଥିଲା ଯେ ମୁଁ ଗୋଟେ ସନ୍ନି ମୋପେଡ୍ କିଣିଲି, ଆଉ ଚଲେଇବା ଶିଖିଲି।
ତା" ପରେ ପ୍ରତିଦିନ ସନ୍ନି ଚଲେଇ ସକାଳ ୯ଟାରେ ବାହାରି ଯାଉଥିଲି।
ଯିବାକୁ ଘଣ୍ଟାଏ, ଫେରିବାକୁ ଘଣ୍ଟାଏ, ଗୀତଶିଖା ଦୁଇ ଘଣ୍ଟା।
ଘରେ ପହଞ୍ଚିଲା ବେଳକୁ ପ୍ରାୟ ଦେଢ଼ଟା ବାଜି ଯାଉଥିଲା।
ଯାହା ମୁଁ ଶିଖେ, ତାକୁ ସନ୍ଧ୍ୟାବେଳେ ଝିଅକୁ ଶିଖାଏ।
ତା"ର ଗୀତ ଶିଖିବା ହୁଏ ଆଉ ମୋର ରିଆଜ୍।
ଏମିତି ପ୍ରାୟ ବର୍ଷେ ହେଇଗଲା, ମୋ ଝିଅ ମଧ୍ୟ ଭଲ ଗାଇବାରେ ଲାଗିଲା।"" ""ମୁଁ ସାର୍ଙ୍କ ଘରକୁ ଏକମୁହାଁ ହେଇ ଯାଏ, ଇଆଡ଼େ ସିଆଡ଼େ ଅନେଇବାର ନାହିଁ।
କିଛିଦିନ ପରେ ଅନୁଭବ କଲି, କିଏ ଜଣେ ମତେ ଫଲୋ କରୁଛି।
ପ୍ରଥମେ ମୁଁ ଗୁରୁତ୍ବ ଦେଲିନି।
କିନ୍ତୁ, ଦିନେ ସେ ମତେ ଅଟକେଇ କଥାବାର୍ତ୍ତା କରିବାକୁ ଚେଷ୍ଟାକଲା।
ଭିତରେ ତ ପ୍ରବଳ ଡର ଥାଏ।
କିନ୍ତୁ ବହୁତ ଦମ୍ଭର ସହିତ କହିଲି, ମୁଁ କିଏ ତୁମେ ଜାଣିଛ?
ମୁଁ ଆଜି ତୁମ ନାଁରେ ପୁଲିସରେ କମ୍ପ୍ଲେନ୍ ଦେବି।
ଯାହାହଉ ସିଏ ଡରିଗଲା ଆଉ ମୋ ପିଛା କରିବା ବନ୍ଦ କରିଦେଲା।
ମୁଁ କିନ୍ତୁ ଏ ବିଷୟରେ କାହାକୁ କିଛି କହିଲିନି।
ମୋ ଡର ହେଲା, କାଳେ ମୋର ଗୀତଶିଖା ବନ୍ଦ େହାଇଯିବ ଏବଂ ତା" ସହ ମୋ ଝିଅର ମଧ୍ୟ ଶିଖିବା ପ୍ରଭାବିତ ହେବ।"" Successful Santosh: ଜୀବନ ଜିନ୍ଦାବାଦ୍: ସଫଳ ସନ୍ତୋଷ ""ମୋର ସଙ୍ଗୀତ କ୍ୟାରିୟର୍ ପାଇଁ ଏହି ନିଷ୍ପତ୍ତି ଠିକ୍ ଥିଲା।
ମୋ ଝିଅର ଗୀତଶିଖା ମଧ୍ୟ ଭଲରେ ଚାଲିଲା।
ଏଇ ଘଟଣାର କଛି ଦିନ ପରେ ଆମ ଅଫିସର୍ସ କ୍ଲବ୍ର ବାର୍ଷିକ ଉତ୍ସବ ହେଲା।
ମୋ ଝିଅ ସେଥିରେ ସବୁଠାରୁ ସାନ ପ୍ରତିଯୋଗୀ।
ସିଏ ଏତେ ଦମ୍ଭର ସହିତ ଗୋଟେ ଶାସ୍ତ୍ରୀୟ ଗୀତ ଗାଇଲା ଯେ ସମସ୍ତେ ଆଶ୍ଚର୍ଯ୍ୟ ହେଇ ଗଲେ।
ମୋ ଆଖିରୁ ଲୁହ ବୋହିଗଲା।
ଆମେ ମାଆ ଝିଅ ସିନିୟର୍ ଆଉ ଜୁନିୟର୍ ବିଭାଗରେ ପ୍ରଥମ ପୁରସ୍କାର ପାଇଲୁ।"""
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।