Big Raid Conducted at Pahala Sweet Shops: ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍, ଚାଲିଛି ଯାଞ୍ଚ
ଅପମିଶ୍ରିତ ମିଠା, ଛେନା ଓ ପନିର କାରବାର ସନ୍ଦେହରେ ରେଡ୍। ଭୁବନେଶ୍ୱର ପାହାଳ ଅଂଚଳରେ ରେଡ୍ କରୁଛି ଟିମ। ଅପମିଶ୍ରିତ ଛେନା ଓ ପନିର ବିକ୍ରି ଅଭିଯୋଗରେ ହୋଇଛି ଏହି ଚଢାଉ। ପାହାଳର ଏକାଧିକ ମିଠା ଦୋକାନରେ ଚଢାଉ ଚାଲିଛି। ମିଠାରେ କୌଣସି ରାସାୟନିକ ପଦାର୍ଥ ମିଶିଛି ନା ନାହିଁ ଏହାର ତନାଘନା କରୁଛି ଟିମ।
ଅପମିଶ୍ରିତ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି। ଅନେକ ସମୟରେ ଭଲ ପନିର ସହ ଭେଜାଲ ପନିର ମିଶାଇ ବଜାରକୁ ଛାଡୁଛନ୍ତି। ନକଲି ପନିରକୁ ନଷ୍ଟ କରିବା ସହିତ ଚଢାଉକୁ ଆହୁରି ଜୋରଦାର କରାଯାଇଛି ।
ପାହାଳ ମିଠା ଦୋକାନରେ ରେଡ୍
ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚାଲିଛି ରେଡ୍
ଅପମିଶ୍ରିତ ମିଠାଗୁଡିକର କରାଯାଉଛି ଯାଞ୍ଚ
ଏକାଧିକ ମିଠା ଦୋକାନରେ ଚାଲିଛି ରେଡ୍
ଭେଜାଲ ମିଠା, ପନିର ଓ ଛେନାର ଯାଞ୍ଚ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।