Srimandir Wealth Details Out: ସାର୍ବଜନୀନ ହେଲା ଶ୍ରୀମନ୍ଦିର ପାଣ୍ଠିର ହିସାବ, ଜଣାପଡ଼ିଲା ବଡ଼ ତଥ୍ୟ

Sep 03, 2026 - 14:52
Srimandir Wealth Details Out: ସାର୍ବଜନୀନ ହେଲା ଶ୍ରୀମନ୍ଦିର ପାଣ୍ଠିର ହିସାବ, ଜଣାପଡ଼ିଲା ବଡ଼ ତଥ୍ୟ

ସାର୍ବଜନୀନ ହେଲା ଶ୍ରୀମନ୍ଦିର ପାଣ୍ଠିର ହିସାବ। ଶ୍ରୀମନ୍ଦିରର ସମ୍ପତ୍ତି ଓ ଆୟକୁ ନେଇ ସ୍ୱଚ୍ଛତାର ତଥ୍ୟ ସାମ୍ନାକୁ ଆଣିଲା ଶ୍ରୀମନ୍ଦିର ପ୍ରଶାସନ। ଅଗଷ୍ଟ ୩୧ ସୁଦ୍ଧା ୩ଟି ପାଣ୍ଠିରେ ମୋଟ ୧୮୧୧ କୋଟି ୯ ଲକ୍ଷରୁ ଅଧିକ ଟଙ୍କା ସ୍ଥାୟୀ ଜମାରେ ରହିଛି। ଏଥି ମଧ୍ୟରୁ ବିଭିନ୍ନ ରାଷ୍ଟ୍ରୟତ୍ତ ବ୍ୟାଙ୍କମାନଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଏବଂ ଶ୍ରୀଜଗନ୍ନାଥ ମନ୍ଦିରର ପି.ଏଲ୍  ଆକାଉଣ୍ଟରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ରଖାଯାଇଛି।

ଏଥିସହ ବିଭିନ୍ନ ବ୍ୟାଙ୍କ ଖାତାରେ ରହିଛି ଆଉ ୧୦୦ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା। ପ୍ରତିଦିନ ହୁଣ୍ଡି ଗଣନା ସହ ଏହାର ବିବରଣୀ ପ୍ରକାଶ କରାଯାଉଛି। ଅନ୍ୟପଟେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଜରିଆରେ ଅଗଷ୍ଟ ୩୧ ସୁଦ୍ଧା ଭକ୍ତମାନେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କା ଦାନ କରିଛନ୍ତି। ଏହି ପ୍ଲାଟଫର୍ମ ଜରିଆରେ ଶ୍ରଦ୍ଧାଳୁମାନେ ପୃଥିବୀର କୋଣ ଅନୁକୋଣରୁ ଥାଇ ସରଳୀକୃତ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥାନ୍ତି।...

ସାର୍ବଜନୀନ ହେଲା ଶ୍ରୀମନ୍ଦିର ପାଣ୍ଠିର ହିସାବ
ଶ୍ରୀମନ୍ଦିର ଆୟ-ସମ୍ପତ୍ତିର ତଥ୍ୟ ପ୍ରକାଶ
ବ୍ୟାଙ୍କରେ ରହିଛି କୋଟି କୋଟି ଟଙ୍କା
ସ୍ଥାୟୀ ଜମାରେ ରହିଛି ୧୮୧୧ କୋଟିରୁ ଅଧିକ ଟଙ୍କା
ଡିଜିଟାଲ ହୁଣ୍ଡି ‘ସମର୍ପଣ’ରେ ୫୬ ଲକ୍ଷରୁ ଅଧିକ ଦାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।