Big Threat Looms Over Nepal: ନେପାଳ ପାଇଁ ଘନଉଛି ଆଉ ଏକ ବଡ଼ ବିପଦ, ଚୀନର ଭୟଙ୍କର ଚେତାବନୀ

Aug 28, 2026 - 14:16
Big Threat Looms Over Nepal: ନେପାଳ ପାଇଁ ଘନଉଛି ଆଉ ଏକ ବଡ଼ ବିପଦ, ଚୀନର ଭୟଙ୍କର ଚେତାବନୀ

ଚୀନର ଆଉ ଏକ ବନ୍ୟା ଚେତାବନୀ । ନେପାଳ ପାଇଁ ଆଉ ଏକ ବଡ଼ ବିପଦ ଘନଉଥିବା ସତର୍କ କରାଇଲା ଚୀନ୍ । 
ଚୀନର ଜଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ହିମାଳୟ କ୍ଷେତ୍ରରେ ଦୁଇ ନଦୀର ସଙ୍ଗମ ନିକଟରେ ଏକ ବିରାଟ ହ୍ରଦ ‘ଡେଥ୍  ଲେକ୍ ’ ସୃଷ୍ଟି ହୋଇଛି। ଏତେ ମାତ୍ରାରେ ପାଣି ଜମା ହେଉଛି ଯେ, ଯଦି ଏହା ବନ୍ଧ ଭାଙ୍ଗେ ତେବେ ଏହି ବିପର୍ଯ୍ୟୟ ପୂର୍ବ ବିପର୍ଯ୍ୟୟକୁ ଟପିଯିବ । ନେପାଳରେ ଛୋଚେନ ଖୋଲା ଏବଂ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମ ନିକଟରେ ଏକ ବଡ଼ ହ୍ରଦ ସୃଷ୍ଟି ହୋଇଛି । ଏହା ରସୁୱାଗଡ଼ି ସୀମାରୁ ପ୍ରାୟ ୧୮ କିମି ଉପରେ ରହିଛି।

ଲେହେନ୍ଦେ ନଦୀରେ ପାଣିର ପ୍ରବାହ ବନ୍ଦ ହୋଇଯିବା ପରେ ଏହି ଲେକ୍ ସୃଷ୍ଟି ହୋଇଛି । ଗୁରୁବାର ସକାଳ ପର୍ଯ୍ୟନ୍ତ ସେଥିରେ ପ୍ରାୟ ୨୦ ଲକ୍ଷ ଟନ୍ ଘନ ମିଟର ପାଣି ଜମିଯାଇଥିଲା। ପାଣି ଲଗାତର ବଢ଼ୁଥିବାରୁ ଏହି ହ୍ରଦ ଭୁଶୁଡିବା ଆଶଙ୍କା ବି ବଢ଼ିଯାଇଛି । ତେଣୁ ସେହି ଅଞ୍ଚଳ ପାଖାପାଖି ଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ବ୍ୟାରିୟର ଲେକ୍ ଫାଟିଲେ ପ୍ରାୟ ୫୦ ଲକ୍ଷ କ୍ୟୁବିକ୍ ମିଟର ପାଣି ମାଡ଼ି ଆସିବ ଏବଂ ଭୟଙ୍କର ବିପର୍ଯ୍ୟୟର କାରଣ ହେବ। 

  ଭୁଶୁଡ଼ି ପାରେ ନେପାଳ ସୀମାରେ ଥିବା ହ୍ରଦ
ଚୀନର ଚେତାବନୀ ପରେ ହାଇ ଆଲର୍ଟରେ ପ୍ରଶାସନ
ଭୋଟେକୋଶୀ ନଦୀରେ ବନ୍ୟା ପରେ ଆଉ ଏକ ବିପଦ ଆଶଙ୍କା
ଛୋଚେନ ଖୋଲା ଓ ପୁରେପୁ ନଦୀର ସଙ୍ଗମରେ ବ୍ୟାରିୟର ଲେକ୍ 
ଲଗାତର ପାଣି ବଢୁଥିବାରୁ ପ୍ରାକୃତିକ ବନ୍ଧ ଭାଙ୍ଗିବା ଆଶଙ୍କା 
ହ୍ରଦ ଫାଟିଲେ ୫୦ ଲକ୍ଷ କ୍ୟୁବିକ୍ ମିଟର ପାଣି ମାଡ଼ି ଆସିବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।