Bihar Minister Controversial Remarks: ଆମେରିକା ଜାପାନରେ ବି ଘଟେ ଯୌନ ନିର୍ଯାତନା, ବିହାର ମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ

Sep 24, 2026 - 16:42
Bihar Minister Controversial Remarks: ଆମେରିକା ଜାପାନରେ ବି ଘଟେ ଯୌନ ନିର୍ଯାତନା, ବିହାର ମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ

ବିହାରରେ ଯୌନ ନିର୍ଯାତନା ଘଟଣାକୁ ନେଇ ମନ୍ତ୍ରୀଙ୍କ ଅଜବ ବୟାନ । ସାମ୍ବାଦିକଙ୍କ ପ୍ରଶ୍ନରେ ବିହାର ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି, ଏଭଳି ଘଟଣା ଆମେରିକା ଓ ଜାପାନରେ ମଧ୍ୟ ଘଟୁଛି । ତେବେ ଅପରାଧୀଙ୍କୁ ସରକାର ସୁରକ୍ଷା ଦେଉଛି କି ନାହିଁ ଏବଂ ଘଟଣା ପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉଛି କି ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସମସ୍ତିପୁରରେ ଜଣେ ଯୁବତୀଙ୍କୁ ସର୍ବସାଧାରଣ ସ୍ଥାନରେ ହଇରାଣ କରାଯାଇଥିବା ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି । ଜମୁଇ ଓ ଦରଭଙ୍ଗାରେ ମଧ୍ୟ ଗତ କିଛି ଦିନରେ ସମାନ ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାଗୁଡ଼ିକରେ ତୁରନ୍ତ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ଏପଟେ କଂଗ୍ରେସ ନେତା ଶକିଲ ଅହମଦ ଖାନ୍ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଅପରାଧୀମାନେ ଜେଲ୍ ଯିବା ଓ ପରେ ଜାମିନ୍ ପାଇବା ଜାଣିଥିବାରୁ ଏଭଳି ଘଟଣା ଘଟୁଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।