Biju Patnaik Airport: ବିଜୁ ପଟ୍ଟନାୟକ ବିମାନବନ୍ଦର: ସଂକୁଚିତ ହେଉଛି ସେବା, ବିଦେଶୀ ଉଡ଼ାଣ ବନ୍ଦ, ହ୍ରାସ ପାଇଛି ବିମାନ ସଂଯୋଗ
"ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଅନ୍ତର୍ଜାତୀୟ ମାନ୍ୟତା ପାଇଥିଲେ ବି ଦିନକୁ ଦିନ ଏଠାରୁ ବିଦେଶକୁ ଯାତ୍ରୀ ସେବା ସଂକୁଚିତ ହେବାରେ ଲାଗିଛି।
ପୂର୍ବାପେକ୍ଷା ବିଦେଶକୁ ବିମାନ ଉଡ଼ାଣ କମିବାରେ ଲାଗିଥିବା ବେଳେ କିଛି ମାସ ହେବ ଉଡ଼ାଣ ସଂପୂର୍ଣ୍ଣ ବନ୍ଦ ରହିଛି।
ସେପଟେ କେନ୍ଦ୍ର ସରକାର ଏହି ବିମାନବନ୍ଦରକୁ ଘରୋଇକରଣ କରି କର୍ଣ୍ଣାଟକର ହୁବଳି ବିମାନବନ୍ଦର ସହ ସମ୍ମିଶ୍ରଣ କରିବାକୁ ଯୋଜନା କରିଛନ୍ତି।
ଆଜି ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଲିଖିତ ପ୍ରଶ୍ନ ଜରିଆରେ ଏହାର ଜବାବ ମାଗିଛନ୍ତି।
Advertisment Saheed Nagar Durga Puja Committee: ସହିଦନଗର ଦୁର୍ଗାପୂଜା କମିଟି: ସୁନାମୁକୁଟ, ଚାନ୍ଦିମେଢ଼ ଆକର୍ଷଣ ବିଦେଶୀ ଉଡ଼ାଣ ବନ୍ଦ, ହ୍ରାସ ପାଇଛି ବିମାନ ସଂଯୋଗଘରୋଇ ସେବା ବି ପ୍ରଭାବିତ ବିଜୁ ପଟ୍ଟନାୟକ ବିମାନବନ୍ଦର ୨୦୧୩ରେ ଅନ୍ତର୍ଜାତୀୟ ମାନ୍ୟତା ପାଇଲା।
୨୦୧୭ରେ କ୍ବାଲାଲାମପୁର ଓ ବ୍ୟାଙ୍କକ୍କୁ ଏଠାରୁ ସିଧାସଳଖ ପ୍ରଥମ ଅର୍ନ୍ତଜାତୀୟ ବିମାନ ସେବା ଆରମ୍ଭ ହୋଇଥିଲା।
ପରେ ଦୁବାଇ, ସିଙ୍ଗାପୁରକୁ ବିମାନସେବା ଆରମ୍ଭ ହୋଇଥିଲା।
କାର୍ଗୋ ସେବା ବି ଆରମ୍ଭ ହୋଇଥିଲା, କିନ୍ତୁ ସଂକୁଚିତ ସେବା ନେଇ ଯାତ୍ରୀ ଶଙ୍କାରେ ପଡ଼ିଲେଣି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଳରେ ଜୁଲାଇରୁ ଏଠାରୁ ବିଦେଶକୁ ସବୁ ବିମାନସେବା ବନ୍ଦ ରଖାଯାଇଛି।
ବିଧାୟକ ଶ୍ରୀ ସିଂହଦେଓଙ୍କ ଆଜି ବିଧାନସଭାରେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ବିଗତ ୫ ବର୍ଷରେ ଘରୋଇ ଓ ବିଦେଶକୁ ଚଳାଚଳ କରିଥିବା ବିମାନର ତାଲିକା ମାଗିଥିଲେ।
ବିଧାୟକ ଶ୍ରୀ ଜେନା ବିମାନବନ୍ଦରକୁ ଘରୋଇକରଣ କରାଯିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ରାଜ୍ୟ ସରକାର କ"ଣ ମତ ଦେଇଛନ୍ତି ଓ ବିଗତ ୫ ବର୍ଷ ଭିତରେ ବିମାନବନ୍ଦରର ଲାଭ-କ୍ଷତିର ହିସାବ ମାଗିଥିଲେ।
ଘରୋଇକରଣ ପରେ ବିମାନବନ୍ଦରର ନାମ ପରିବର୍ତ୍ତନ ହେବ କି ବୋଲି ପ୍ରଶ୍ନ କରିଥିଲେ।
Kuakhai River: କୁଆଖାଇକୁ ଡେଇଁଲେ ଆଉ ଜଣେ ଯୁବକ: ଡେଥ୍ ଜୋନ୍ ପାଲଟିଛି ଟଙ୍କପାଣି ବ୍ରିଜ୍ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ୨୦୨୫ରେ ଭୁବନେଶ୍ୱର ବିମାନବନ୍ଦରରୁ ୩୩ଟି ଘରୋଇ ଗନ୍ତବ୍ୟସ୍ଥଳକୁ ବିମାନ ସଂଯୋଗ ଥିବାବେଳେ ୨୦୨୬ରେ ଏହା ୧୯ଟିକୁ ହ୍ରାସ ପାଇଛି।
ବିଭିନ୍ନ ସମୟରେ ଇନ୍ଦୋର, ଦେହରାଦୁନ, କୋଚି, ପୁଣେ ଓ ଗୋଆ ଭଳି ଘରୋଇ ରୁଟ୍ରେ ସେବା ବନ୍ଦ ହୋଇଥିବା ରିପୋର୍ଟ ହୋଇଛି।
ଅନ୍ତର୍ଜାତୀୟ ସଂଯୋଗରେ ମଧ୍ୟ ବଡ଼ ପରିବର୍ତ୍ତନ ଘଟିଛି।
ପୂର୍ବରୁ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ଆବୁଧାବି ଓ ବ୍ୟାଙ୍କକ୍ ଭଳି ସହରକୁ ସିଧାସଳଖ ବିମାନ ଚଳାଚଳ କରୁଥିଲା।
କିନ୍ତୁ ଯାତ୍ରୀ ଚାହିଦା କମିବା ଓ ବାଣିଜ୍ୟିକ ଭାବେ ରୁଟ୍ଗୁଡ଼ିକର ଚାପ ଯୋଗୁ ଦୁବାଇ ଓ ସିଙ୍ଗାପୁର ସେବା ବନ୍ଦ ରହିଛି।
ଆବୁଧାବି ସେବା ମଧ୍ୟ ପ୍ରତ୍ୟାହାର ହୋଇଛି।
ଏୟାରଲାଇନ୍ଗୁଡ଼ିକର ବ୍ୟବସାୟିକ ଲାଭ-କ୍ଷତି, ଯାତ୍ରୀ ଚାହିଦା, କମ୍ ଯାତ୍ରୀ ଭର୍ତ୍ତି ହାର, ଅପରେସନାଲ୍ ସମସ୍ୟା ଓ ଋତୁଭିତ୍ତିକ ଚାହିଦା ଭଳି କାରଣ ଏଥିରେ ପ୍ରଭାବ ପକାଇଛି।
ଦୁବାଇ ଓ ସିଙ୍ଗାପୁର ରୁଟ୍କୁ ଜାରି ରଖିବା ପାଇଁ ରାଜ୍ୟ ସରକାର ଭିଜିଏଫ୍ ସହାୟତା ନେଇଥିଲେ।
ଏବେ ଇଣ୍ଡିଗୋ ଭୁବନେଶ୍ୱର ବ୍ୟାଙ୍କକ୍ ସିଧାସଳଖ ବିମାନ ଆରମ୍ଭ କରିବା ଯୋଜନା କରୁଛି।
ଅକ୍ଟୋବର ୧ରୁ ଏହି ସେବା ଆରମ୍ଭ ହେବାର ଯୋଜନା ରହିଛି।
ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ବିମାନ ଉଡ଼ାଣ ହ୍ରାସ ପରେ ଓଡ଼ିଶାର ପର୍ଯ୍ୟଟନ, ବ୍ୟବସାୟ, ନିବେଶ ଓ ବିଦେଶରେ ରହୁଥିବା ଓଡ଼ିଆଙ୍କ ଯାତାୟାତ ଉପରେ ପ୍ରଭାବ ପଡ଼ିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।