BJD: ଏମ୍‌ଏମ୍‌ଡିଆର୍‌ ବିରୋଧରେ ବିଜେଡି ଗର୍ଜିଲା: ଏକାଠି ହେବାକୁ ନବୀନଙ୍କ ଆହ୍ବାନ

Sep 29, 2026 - 03:23
BJD: ଏମ୍‌ଏମ୍‌ଡିଆର୍‌ ବିରୋଧରେ ବିଜେଡି ଗର୍ଜିଲା: ଏକାଠି ହେବାକୁ ନବୀନଙ୍କ ଆହ୍ବାନ

"ଭୁବନେଶ୍ବର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ(ଏମ୍‌ଏମ୍‌ଡିଆର୍‌) ବିରୋଧରେ ବିଜୁ ଜନତା ଦଳ ଆଜି ଲୋୟର୍‌ ପିଏମ୍‌ଜିରେ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବି‌ରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଶାଳ ସମାବେଶରେ ଉପସ୍ଥିତ ରହି ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଓଡ଼ିଶାର ସ୍ବାର୍ଥକୁ ନଜରରେ ରଖି ଦଳମତ ନିର୍ବିଶେଷରେ ସମସ୍ତେ ଏହି ବିଲ୍‌ ବିରୋଧରେ ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି।

ସେ କହିଛନ୍ତି, ଏହି ଆଇନ ଓଡ଼ିଶାର ଅଧିକାର ଛଡ଼ାଇ ନେଇଛି।

ଓଡ଼ିଶାର ଜେନ୍‌-ଜିଙ୍କୁ ଏହା ବିପଦ ମୁହଁକୁ ଠେଲି ଦେଇଛି।

ଓଡ଼ିଶାର ସ୍ବାର୍ଥ ଓ ଆମ ଯୁବପିଢ଼ିଙ୍କ ସୁରକ୍ଷା ପାଇଁ ଆମକୁ ଲଢ଼ିବାକୁ ପଡ଼ିବ।

ଆମ ଅଧିକାରକୁ ଛଡ଼ାଇ ଆଣିବା ପାଇଁ ସଂଗ୍ରାମ କରିବାକୁ ପଡ଼ିବ।

ଓଡ଼ିଶାର ସ୍ବାର୍ଥ ପାଇଁ ସେ ଜୀବନର ଶେଷନିଶ୍ବାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ ବୋଲି ସେ କହିଥିଲେ।

Advertisment ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ, ବିନା ଆଲୋଚନାରେ ସଂସଦରେ ଏହି ଗୁରୁତ୍ବପୂର୍ଣ୍ଣ ବିଲ୍‌କୁ ପାରିତ କରାଇ ନିଆଯାଇଛି।

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏହି ଆଇନ ବିରୋଧରେ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୁଇ ଦୁଇ ଥର ପତ୍ର ଲେଖିଥିଲେ।

କିନ୍ତୁ ଦୁର୍ଭାଗ୍ୟ, ଚିଠିର ଉତ୍ତର ମିଳିଲା ନାହିଁ।

ସେହିପରି ବିଜେପିର କୋଡ଼ିଏ ସାଂସଦଙ୍କୁ ସେ ଲେଖିଥିବା ପତ୍ରର ମଧ୍ୟ ଉତ୍ତର ମିଳିଲା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ।

Neglect: ଦିବ୍ୟାଙ୍ଗଙ୍କ ଉନ୍ନତି ଭୁଲିଗଲେ; ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର ଏକାଠି ହେବାକୁ ନବୀନଙ୍କ ଆହ୍ବାନପୁଲିସ ଓ ବିଜେଡି କର୍ମୀ ଧସ୍ତାଧସ୍ତି ନବୀନ ପଟ୍ଟନାୟକଙ୍କ ପରେ ବିଜେଡି ନେତ୍ରୀ ସୁଜାତା ପାଣ୍ଡିଆନ୍‌ଙ୍କ ଅଭିଭାଷଣ ବେଶ୍‌ ଚର୍ଚ୍ଚାରେ ଥିଲା।

ବିଜେପି ସରକାରକୁ କଟାକ୍ଷ କରି ଶ୍ରୀମତୀ ପାଣ୍ଡିଆନ କହିଥିଲେ ଯେ ବିଜେଡି ଏକ ମାତ୍ର ଦଳ ଯାହାର ରିମୋଟ୍‌ କଣ୍ଟ୍ରୋଲ ଓଡ଼ିଶାବାସୀଙ୍କ ହାତରେ ରହିଛି।

ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ ବିରୋଧ କରି ସେ କହିଥିଲେ ଯେ ଓଡ଼ିଶାର ଅଧିକାର ନ ମିଳିବା ପର୍ଯ୍ୟନ୍ତ ବିଜେଡିର ଲଢେଇ ଜାରି ରହିବ।

ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ବିଜେଡିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡ.

ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ମାନସ ମଙ୍ଗରାଜ, ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ, ପ୍ରୀତିରଞ୍ଜନ ଘଡ଼େଇ, ଗଣେଶ୍ୱର ବେହେରା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇ ବିଜେପି ସରକାର ବିରୋଧରେ ବର୍ଷିଥିଲେ।

ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ଦଳଗତ ସ୍ବାର୍ଥରୁ ଊର୍ଧ୍ବରେ ରହି କାର୍ଯ୍ୟ କରିବାକୁ ସେମାନେ ଆହ୍ବାନ ଦେଇଥିଲେ।

Flight service: ବୋଇଂର ୭୩୭ ମ୍ୟାକ୍ସ ଅଟୋପାଇଲଟ୍ ତ୍ରୁଟି କ'ଣ?

ଆଜି ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଏକ ‌ବିରାଟ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରିଥିଲେ।

ଏହି ଅବସରରେ ଆଦିବାସୀ ସେଲ୍ ସଭାପତି ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଆଦିବାସୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ବେଶ ପୋଷାକରେ ସଜେଇ ହୋଇ ସମାବେଶରେ ସାମିଲ୍ ହୋଇଥିଲେ।

ସମାବେଶ ପରେ ବିଜେଡିର କର୍ମୀମାନେ ବିଧାନସଭା ଘେରାଉ ଉଦ୍ୟମ କରିଥିଲେ।

ପୁଲିସ ବିକ୍ଷୋଭକାରୀମାନଙ୍କୁ ବ୍ୟାରିକେଡ୍‌ କରି ଅଟକାଇଥିଲା।

ବିଜେଡି କର୍ମୀମାନେ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କଲାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା।

ପୁଲିସ ଶତାଧିକ ବିକ୍ଷୋଭକାରୀମାନଙ୍କୁ ଲୋୟର୍‌ ପିଏମ୍‌ଜିରୁ ଉଠାଇନେଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।