29 SEPTEMBER 2026

Welcome!

Unlock your personalized experience.
Sign Up

Keonjhar Mine: ଫାଇନାଲ୍‌ରେ କେନ୍ଦୁଝର ମାଇନର୍ସ

Sep 29, 2026 - 01:58
Keonjhar Mine: ଫାଇନାଲ୍‌ରେ କେନ୍ଦୁଝର ମାଇନର୍ସ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ‘ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି’ରେ କେନ୍ଦୁଝର ମାଇନର୍ସ ଫାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ସମ୍ବଲପୁର ୱାରିୟର୍ସ ଓ ଭୁବନେଶ୍ବର ଟାଇଗର୍ସ ମଧ୍ୟରେ କ୍ବାଲିଫାୟର ଖେଳାଯିବା ପରେ ଦ୍ବିତୀୟ ଫାଇନାଲିଷ୍ଟ୍‌ ନିର୍ଣ୍ଣୟ ହେବ। ଏହି ୩ ଦଳ ସମାନ ୬ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଏନ୍‌ଆର୍‌ଆର୍‌ ଭିତ୍ତିରେ କେନ୍ଦୁଝର ମାଇନର୍ସ ସିଧାସଳଖ ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସେହିଭଳି ପଏଣ୍ଟ ଟେବୁଲ ନିମ୍ନ ଅର୍ଦ୍ଧେକରେ ରହି ପୂର୍ବ ବର୍ଷର ବିଜେତା କଟକ ପାନ୍ଥର୍ସ, ପୁରୀ ଟାଇଟନ୍‌ସ, ରାଉରକେଲା ସୁପରଷ୍ଟାର୍‌ସ ବିଦାୟ ନେଇଛନ୍ତି।

World Skills Shanghai-2026: ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

ସମ୍ବଲପୁର ୱାରିୟର୍ସ-ଭୁବନେଶ୍ବର ଟାଇଗର୍ସ ଖେଳିବେ କ୍ବାଲିଫାୟର
ସୁମିତଙ୍କ ହ୍ୟାଟ୍ରିକ୍‌ ସହ ୫ ୱିକେଟ୍‌

ସୋମବାର ଧାର୍ଯ୍ୟ ୪ଟି ମ୍ୟାଚ୍‌ରୁ ୨ଟିରେ ପୁରୀ ଟାଇଟନ୍‌ସ ଓ କେନ୍ଦୁଝର ମାଇନର୍ସ ବିଜୟୀ ହୋଇଥିଲେ। ଅନ୍ୟ ଦୁଇଟି ମ୍ୟାଚ୍‌ ଓଦା ପଡ଼ିଆ ପାଇଁ ବାତିଲ ହୋଇଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ପୁରୀ ୧୩ ରନ୍‌ରେ ରାଉରକେଲା ସୁପରଷ୍ଟାର୍‌ସକୁ ପରାସ୍ତ କରିଥିଲା। ପୁରୀ ଟାଇଟନ୍‌ସ ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ୍‌ ହରାଇ ୮୬ ରନ୍‌ ସ୍କୋର କରିଥିଲା। ସର୍ବେଶ୍ବର ମହାନ୍ତି ଧୂଆଁଧାର ବ୍ୟାଟିଂ କରି ୧୮ ବଲ୍‌ରୁ ଅର୍ଦ୍ଧଶତକ (୫୧ ରନ୍‌) ହାସଲ କରିଥିଲେ। ରାଉରକେଲା ପକ୍ଷରୁ ପପୁ ରାୟ, ଗୋବିନ୍ଦ ପୋଦାର, ଅଭିଷେକ ଯାଦବ, ଓମ୍‌କାର ମହାନ୍ତି ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ରାଉରକେଲା ସୁପରଷ୍ଟାର୍‌ସ ୧୦ ଓଭରରେ ୮ ୱିକେଟ୍‌ ହରାଇ ୭୩ ରନ୍‌ କରିଥିଲା। ଦଳ ପକ୍ଷରୁ ଅନୁରାଗ ଷଡ଼ଙ୍ଗୀ ୨୪ ରନ୍‌ (୨୨ ବଲ୍‌) ଓ ଅଭିଷେକ ଯାଦବ ୨୭ ରନ୍‌ (୧୬ ବଲ୍‌) କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ସଫଳ ହୋଇ ନ ଥିଲେ। ପୁରୀ ପକ୍ଷରୁ ସୁମିତ ଶର୍ମା ହ୍ୟାଟ୍ରିକ୍‌ ସହ ୫ ୱିକେଟ୍‌ ନେଇ ରାଉରକେଲାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଏହି ମ୍ୟାଚ୍‌ରେ ସୁମିତଙ୍କୁ ମୋମେଣ୍ଟ ଅଫ୍‌ ଦ ମ୍ୟାଚ୍‌ ଏବଂ ସର୍ବେଶ୍ବର ମହାନ୍ତିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଥିଲା।

Neglect: ଦିବ୍ୟାଙ୍ଗଙ୍କ ଉନ୍ନତି ଭୁଲିଗଲେ; ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର

ସୋମବାରର ଦ୍ବିତୀୟ ମ୍ୟାଚ୍‌ରେ କେନ୍ଦୁଝର ମାଇନର୍ସ ୨୬ ରନ୍‌ରେ ସମ୍ବଲପୁର ୱାରିୟର୍ସକୁ ପରାସ୍ତ କରିଛି। କେନ୍ଦୁଝର ୧୦ ଓଭରରେ ୫ ୱିକେଟ୍‌ ହରାଇ ୧୦୯ ରନ୍‌ କରିଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତି ୩୩ (୧୫ ବଲ୍‌), ରାଜେଶ ଧୂପର ୨୧ (୧୧ ବଲ୍‌) ଓ ପ୍ରୟାସ ସିଂହ ୨୩ ରନ୍‌ (୧୪ ବଲ୍‌) କରିଥିଲେ। ସମ୍ବଲପୁର ପକ୍ଷରୁ ପ୍ରଦୀପ ପ୍ରଧାନ ୩ ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ଡାନିଶ ଓ ଅଙ୍କିତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ସମ୍ବଲପୁର ୱାରିୟର୍ସ ୧୦ ଓଭରରେ ୯ ୱିକେଟ୍‌ ହରାଇ ୮୩ ରନ୍‌ କରିଥିଲା। ଅଧିନାୟକ ଗୌରବ ଚୌଧୁରୀ ୧୮ରନ୍‌ (୧୦ ବଲ୍‌) ଓ ସାଥୀ ଖେଳାଳି ସୌମ୍ୟରଞ୍ଜନ ଲେଙ୍କା ୩୩ ରନ୍‌ (୧୮ ବଲ) ସ୍କୋର କରିଥିବା ବେଲେ ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ନଥିଲେ। କେନ୍ଦୁଝର ପକ୍ଷରୁ ଶୁଭମ ବିସ୍ତ, ଭଗିଶ ଶର୍ମା ଓ ଦେବବ୍ରତ ପ୍ରଧାନ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଶୁଭ୍ରାଂଶୁ ସେନାପତିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଓ ଶୁଭମ୍‌ ବିସ୍ତଙ୍କୁ ମୋମେଣ୍ଟ ଅଫ ଦ ମ୍ୟାଚ୍‌ ବିବେଚିତ କରାଯାଇଥିଲା। ଅତିଥି ଭାବେ ଭାରତ ମସଲା ଜିଏମ୍‌ ନବକୃଷ୍ଣ ପଣ୍ଡା ଓ ନିର୍ଦ୍ଦେଶକ ଦିଗନ୍ତ ପଣ୍ଡା, ପୂର୍ବତନ କ୍ରିକେଟର ରଜତ ଭାଟ୍ଟିଆ ଅତିଥି ଭାବେ ଯୋଗଦେଇ କୃତି କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।