27 OCTOBER 2026

Welcome!

Unlock your personalized experience.
Sign Up

Indian cinema: ଭାରତୀୟ ସିନେମାର ନୂଆ ଧାରାକୁ ପ୍ରଶଂସା

Oct 27, 2026 - 05:46
Indian cinema: ଭାରତୀୟ ସିନେମାର ନୂଆ ଧାରାକୁ ପ୍ରଶଂସା

‘ସ୍ଲମ୍‌ଡଗ୍‌ ମିଲିଅନେଆର୍‌’ ଚଳଚ୍ଚିତ୍ର ଜରିଆରେ ଅନ୍ତର୍ଜାତୀୟ ସ୍ତରରେ ପରିଚିତି ହାସଲ କରିଥିବା ଅଭିନେତ୍ରୀ ଫ୍ରିଡା ପିଣ୍ଟୋ ଭାରତୀୟ ସିନେମାରେ ମହିଳା ଚରିତ୍ର ଚିତ୍ରଣରେ ଆସୁଥିବା ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି। ପୂର୍ବରୁ ମହିଳାଙ୍କୁ କେବଳ ଆଦର୍ଶବାଦୀ, ତ୍ୟାଗୀ ଓ କର୍ତ୍ତବ୍ୟନିଷ୍ଠ ଚରିତ୍ରରେ ସୀମିତ ରଖାଯାଉଥିବା ବେଳେ ଏବେ ଏହି ଧାରାରେ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ପରଦାରେ ମହିଳାଙ୍କ ଜୀବନର ଦୁର୍ବଳତା, ଜଟିଳତା ଓ ବାସ୍ତବ ଅନୁଭୂତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହାକୁ ନେଇ ଫ୍ରିଡା ଆନନ୍ଦ ପ୍ରକାଶ କରିଛନ୍ତି।
ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ, ସମ୍ପ୍ରତି ଭାରତୀୟ ସିନେମାରେ ଅନେକ ସକାରାତ୍ମକ ପରିବର୍ତ୍ତନ ଘଟୁଛି। ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ରେ ମହିଳାଙ୍କ ପ୍ରତିନିଧିତ୍ୱ ଅଧିକ ବାସ୍ତବଧର୍ମୀ ହେବା ସହ ବିଭିନ୍ନ ଦିଗକୁ ନେଇ କାହାଣୀ ଗଢ଼ାଯାଉଛି। ଏହି ପରିବର୍ତ୍ତନ ସ୍ୱାଗତଯୋଗ୍ୟ ବୋଲି ସେ ମତ ଦେଇଛନ୍ତି।

National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ

ଫ୍ରିଡାଙ୍କ ମତରେ, ସବୁବେଳେ ନିଖୁଣ ଚରିତ୍ର ଅପେକ୍ଷା ନିଜ ଜୀବନରେ ସଂଘର୍ଷ କରୁଥିବା ଓ ଭୁଲ୍‌ରୁ ଶିଖୁଥିବା ଚରିତ୍ର ଅଧିକ ବାସ୍ତବ ମନେହୁଏ। ଏଭଳି ଚରିତ୍ର ସହ ଦର୍ଶକ ସହଜରେ ନିଜକୁ ଯୋଡ଼ିପାରନ୍ତି ଏବଂ ଏହା ସେମାନଙ୍କୁ ଅଧିକ ଆକର୍ଷିତ କରେ। ଏଥିସହ ଭାରତର ଯୁବପିଢ଼ିଙ୍କ ନୂଆ ଚିନ୍ତାଧାରା ଓ ସୃଜନଶୀଳତାକୁ ଆଗକୁ ବଢ଼ିବାର ସୁଯୋଗ ଦେବା ଉଚିତ ବୋଲି ସେ କହିଛନ୍ତି। ସୃଜନଶୀଳତାକୁ ଦମନ ନ କରି ନୂଆ କାହାଣୀ ଓ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଲେ ଭାରତୀୟ ସିନେମା ଆହୁରି ସମୃଦ୍ଧ ହୋଇପାରିବ।

Tribal worker: ରାମ୍‌କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।