BJP Alleges Rift in Congress: କଂଗ୍ରେସରେ ଭାଇ-ଭଉଣୀ ଲଢ଼େଇ! ରାଇହାନ ବିବାଦରେ ନୂଆ ମୋଡ଼
କଂଗ୍ରେସରେ ସବୁ ଠିକ୍ ଅଛି ତ?
ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବଢ଼ୁଛି କି ଦୂରତା?
ରାଜନୀତିରେ ଏବେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ରାଇହାନ ଭଦ୍ରାଙ୍କ ଫଟୋ ପ୍ରଦର୍ଶନୀ ବିବାଦକୁ ନେଇ ବିଜେପି କଂଗ୍ରେସ ଭିତରେ ଫାଟ ଥିବା ଅଭିଯୋଗ କରିଛି।
ବିଶେଷ କରି, ପ୍ରିୟଙ୍କାଙ୍କ ପୁଅ ରାଇହାନଙ୍କ ସମର୍ଥନରେ ରାହୁଲ ଗାନ୍ଧୀ ନୀରବ କାହିଁକି?
ଏହାକୁ ନେଇ ବିଜେପି ଉଠାଇଛି ପ୍ରଶ୍ନ।
Advertisment ଦିଲ୍ଲୀର ବିକାନେର ହାଉସ୍ରେ ରାଇହାନଙ୍କ 'ନୋ ଆଇଡିଆ ଇଜ୍ ଫାଇନାଲ୍' ନାମକ ଫଟୋ ପ୍ରଦର୍ଶନୀ ଆରମ୍ଭ ହେବା ପୂର୍ବରୁ ୧୦୫ଟି ଫଟୋ ମଧ୍ୟରୁ ୭୪ଟି ଫଟୋ ହଟାଇବାକୁ କୁହାଯାଇଥିବା ରାଇହାନ ଅଭିଯୋଗ କରିଥିଲେ।
ଏହି ଫଟୋଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ସମ୍ପର୍କିତ ଚିତ୍ର ମଧ୍ୟ ଥିଲା।
ରାଇହାନଙ୍କ କହିବା ଅନୁସାରେ, ତିନି ବର୍ଷର ପରିଶ୍ରମରେ ସେ ଏହି ଫଟୋ ସଂଗ୍ରହ ପ୍ରସ୍ତୁତ କରିଥିଲେ।
କିନ୍ତୁ ପ୍ରଦର୍ଶନୀ ଆରମ୍ଭ ବେଳକୁ ମାତ୍ର ୩୫ଟି ଫ୍ରେମ୍ ରହିଥିଲା।
ଏହାକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ତୀବ୍ର ପ୍ରତିକ୍ରିୟା ଦେଇଥିଲେ।
ଯୁବପିଢ଼ିଙ୍କ ସ୍ୱରକୁ ଚାପି ଦେବାର ଉଦ୍ୟମ ବୋଲି ସେ ଅଭିଯୋଗ କରିଥିଲେ।
ଅନ୍ୟପଟେ, ବିକାନେର ହାଉସ୍ ପକ୍ଷରୁ କୁହାଯାଇଛି ଯେ ଉକ୍ତ ଫଟୋଗୁଡ଼ିକ ପ୍ରଦର୍ଶନୀ ସ୍ଥଳର ନୀତି ସହ ମେଳ ଖାଉନଥିଲା।
Advertisment ଏବେ ଏହି ବିବାଦକୁ ନେଇ କଂଗ୍ରେସକୁ ଘେରିଛି ବିଜେପି।
ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଅଭିଯୋଗ କରିଛନ୍ତି ଯେ, ରାଇହାନଙ୍କୁ ରାଜନୀତିରେ ଆଗକୁ ଆଣିବା ପାଇଁ ଏହି ବିବାଦ ସୃଷ୍ଟି କରାଯାଇଛି।
ତାଙ୍କର ଆଉ ଏକ ପ୍ରଶ୍ନ, ଭିଏତନାମ ଗସ୍ତରେ ଥିବା ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ସକ୍ରିୟ ଥିବାବେଳେ, ରାଇହାନଙ୍କ ମାମଲାରେ କାହିଁକି ନୀରବ?
ସେପଟେ ବିଜେପି ଦାବି କରିଛି, ରାଇହାନଙ୍କ ପ୍ରଦର୍ଶନୀ ପାଇଁ ପ୍ରଥମେ ଦିଆଯାଇଥିବା ପ୍ରସ୍ତାବରେ ପ୍ରକୃତି, ବନ୍ୟଜନ୍ତୁ, କଳାକୃତି, ପ୍ରତିକୃତି ଓ ମୂର୍ତ୍ତି ଭଳି ବିଷୟ ଉଲ୍ଲେଖ ଥିଲା।
ରାଜନୈତିକ ଫଟୋ ପରେ ଯୋଡ଼ାଯାଇଥିବା ବିଜେପି ଅଭିଯୋଗ କରିଛି।
ଅକ୍ଟୋବର ୨୧ରେ ୭୪ଟି ଫଟୋ ହଟାଇବା ପାଇଁ ନୋଟିସ୍ ଦିଆଯାଇଥିବା କଥା ମଧ୍ୟ ବିଜେପି ଉଲ୍ଲେଖ କରିଛି।
ତେବେ ଏହାକୁ ନେଇ ଉଭୟ ପକ୍ଷର ଯୁକ୍ତି ଏବେ ବିବାଦର କେନ୍ଦ୍ରବିନ୍ଦୁରେ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।