Ganjam Horror: ରାତିରେ ସାଙ୍ଗଙ୍କ ସହ ଘରୁ ଆସିଥିଲେ, ସକାଳୁ ମିଳିଲା ମୃତ୍ୟୁ ଖବର

Oct 23, 2026 - 15:47
Ganjam Horror: ରାତିରେ ସାଙ୍ଗଙ୍କ ସହ ଘରୁ ଆସିଥିଲେ, ସକାଳୁ ମିଳିଲା ମୃତ୍ୟୁ ଖବର

ଗଞ୍ଜାମ ଜିଲ୍ଲା ‎କବିସୂର୍ଯ୍ୟନଗର ଥାନା ମାଲଗୁଡ଼ିଆ ଛକରେ ଯୁବକଙ୍କୁ ନିର୍ମମ ହତ୍ୟା I ‎ମୃତ ଯୁବକ ଜଣକ ପୋଲସରା ବ୍ଲକ ଡୁଙ୍ଗୁରୀ ଗାଁର ନାରାୟଣ ପ୍ରଧାନ।

ସୂଚନା ଅନୁସାରେ ଗତ ରାତିରେ ଦୁଇରୁ ତିନିଜଣ ସାଙ୍ଗଙ୍କ ସହ ମିଶି ନାରାୟଣ ଘରୁ ଆସି ଆଉ ଫେରିନଥିଲେ l ପରିବାର ଲୋକେ ଖୋଜାଖୋଜି ବେଳେ ସକାଳୁ ମାଲଗୁଡ଼ିଆ ଛକ ନିକଟରେ ନାରାୟଣ ପଡ଼ିଥିବା ଦେଖିବାକୁ ପାଇଥିଲେ l ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment ନାରାୟଣଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ନାରାୟଣଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ଥିବାବେଳେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କବିସୂର୍ଯ୍ୟନଗର ଥାନା ମାଲଗୁଡିଆ ଛକରେ ହତ୍ୟାକାଣ୍ଡ ମୃତ ଯୁବକ ପୋଲସରା ବ୍ଲକ ଡୁଙ୍ଗୁରୀ ଗାଁର ନାରାୟଣ ପ୍ରଧାନ ହତ୍ୟା ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।