BJP Announces Nationwide Protests: ମୋଦିଙ୍କୁ ନେଇ ଖଡ଼ଗେଙ୍କ ବିବାଦୀୟ ବୟାନ, ଆଜି ଦେଶବ୍ୟାପୀ ବିକ୍ଷୋଭ କରିବ ବିଜେପି

Oct 26, 2026 - 09:30
BJP Announces Nationwide Protests: ମୋଦିଙ୍କୁ ନେଇ ଖଡ଼ଗେଙ୍କ ବିବାଦୀୟ ବୟାନ, ଆଜି ଦେଶବ୍ୟାପୀ ବିକ୍ଷୋଭ କରିବ ବିଜେପି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୟାନକୁ ନେଇ ତେଜିଲା ରାଜନୈତିକ ଝଡ଼।

ପାଟନାରେ ଏକ କାର୍ଯ୍ୟକ୍ରମରେ ଖଡ଼ଗେଙ୍କ ମୁହଁରୁ ବାହାରିଥିବା 'ମୋଦି କା ବାପ୍ ଭି ଜାଏଗା' ମନ୍ତବ୍ୟକୁ ନେଇ ବିବାଦ ତେଜିଛି।

ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ଶ୍ରୀକୃଷ୍ଣ ସିଂହଙ୍କ ୧୩୯ତମ ଜୟନ୍ତୀ ଉତ୍ସବରେ ଭାଷଣ ଦେଉଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

Advertisment ଏହି ସମୟରେ ଭିଡ଼ ଭିତରୁ ଜଣେ ବ୍ୟକ୍ତିଙ୍କ ସ୍ୱର ଶୁଣିବାକୁ ମିଳିଥିଲା ମୋଦି ନହିଁ ଯାଏଗା।

ଏହାର ଜବାବରେ ଖଡ଼ଗେ କହିଥିଲେ ମୋଦି କା ବାପ୍ ଭି ଜାଏଗା।

ଖଡଗେଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଗଲା ରାଜନୈତିକ ତୁମ୍ବି ତୋଫାନ।

ବିଜେପି ଏହାକୁ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ସ୍ୱର୍ଗତ ପିତାଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ କରିଛି।

କଂଗ୍ରେସ ଅଧ୍ୟକ୍ଷଙ୍କ ଭାଷାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତା କଡ଼ା ସମାଲୋଚନା କରିଛନ୍ତି।

ସେପଟେ ଖଡ଼ଗେଙ୍କ ମନ୍ତବ୍ୟକୁ ନେଇ ଆଜି ଦେଶବ୍ୟାପୀ ବିକ୍ଷୋଭ କରିବ ବିଜେପି।

ସବୁ ରାଜ୍ୟର ଦଳୀୟ ମୁଖ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।