ଦୌଡିଦୌଡି ଜ୍ୟୋତିର୍ଲିଙ୍ଗ ଦର୍ଶନ

Oct 26, 2026 - 09:23
ଦୌଡିଦୌଡି ଜ୍ୟୋତିର୍ଲିଙ୍ଗ ଦର୍ଶନ

 

ବିହାରର ଅରରିଆ ଜିଲ୍ଲାର ୧୯ ବର୍ଷୀୟ ଯୁବକ ମୋନୁ ମେଟୁରବାଲା ନିଜ ମା'ଙ୍କ ପାଇଁ ପ୍ରତିଦିନ ପ୍ରାୟ ୫୦ କିଲୋମିଟର ଦୌଡ଼ୁଛନ୍ତି । ମୋନୁଙ୍କ ମା' ଗୁରୁତର ଭାବେ ଅସୁସ୍ଥ ଥିବାବେଳେ ଏବଂ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ, ସେ ଭଗବାନ ଶିବଙ୍କ ନିକଟରେ ପ୍ରାର୍ଥନା କରି ମାନସିକ କରିଥିଲେ । ଯେ ମା' ସୁସ୍ଥ ହୋଇଗଲେ ସେ ଦୌଡ଼ି ଦୌଡ଼ି ୧୨ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବେ । ମା'ଙ୍କ ଆରୋଗ୍ୟ ପରେ ନିଜ ବଚନ ପୂରଣ କରିବାକୁ ଗତ ୧୫ ମାର୍ଚ୍ଚ ୨୦୨୬ରୁ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ହଜାର କିଲୋମିଟର ଦୌଡ଼ି ସେ ୫ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିସାରିଛନ୍ତି । ଏହି ଭାବପୂର୍ଣ୍ଣ ଯାତ୍ରା ସମୟରେ ଅଜଣା ଲୋକମାନେ ତାଙ୍କୁ ଖାଦ୍ୟ, ପାନୀୟ ଏବଂ ରାତିରେ ରହିବା ପାଇଁ ସାହାଯ୍ୟ କରୁଛନ୍ତି । ମା'ଙ୍କ ପାଇଁ ନେଇଥିବା ଏହି ସଂକଳ୍ପ ଏବେ ତାଙ୍କ ଜୀବନର ସବୁଠାରୁ ବଡ଼ ଲକ୍ଷ ପାଲଟିଛି ଏବଂ ବାକି ୭ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ନିଜର ମାନସିକ ପୂରଣ କରିବା ତାଙ୍କର ମୂଳ ଲକ୍ଷ୍ୟ ଅଟେ । ସୋସିଆଲ ମିଡିଆରେ ତାଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।