BJP Holds ‘Save Democracy’ March in Katak: କଟକରେ ବିଜେପିର ‘ଗଣତନ୍ତ୍ର ବଞ୍ଚାଅ’ ପଦଯାତ୍ରା, ସୁଧାଂଶୁ ତ୍ରିବେଦୀଙ୍କ ଯୋଗଦାନ
କଟକରେ ବିଜେପି ପକ୍ଷରୁ ଆୟୋଜିତ ହୋଇଛି 'ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' ପଦଯାତ୍ରା।
ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖ କଲେଜ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇଥିଲା ଏହି ପଦଯାତ୍ରା।
ଏଥିରେ ସାମିଲ ହୋଇଥିଲେ ବରିଷ୍ଠ ବିଜେପି ନେତା ତଥା ସାଂସଦ ଡକ୍ଟର ସୁଧାଂଶୁ ତ୍ରିବେଦୀଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ।
Advertisment ନେତାଜୀଙ୍କ ପ୍ରତିମୂର୍ତ୍ତିରୁ ବାହାରିଥିବା ଏହି ପଦଯାତ୍ରା ସହରର ବିଭିନ୍ନ ରାସ୍ତା ଦେଇ ଦୋଳମୁଣ୍ଡାଇ ଛକରେ ପହଞ୍ଚି ଶେଷ ହୋଇଥିଲା।
ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି ସୁଧାଂଶୁ ତ୍ରିବେଦୀ।
ପ୍ରଧାନମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଓ ନୀତିଗତ ପ୍ରଶ୍ନର ସାମ୍ନା କରିବାରେ ବିଫଳ ହୋଇ ବିରୋଧୀ ବାରମ୍ବାର ବ୍ୟକ୍ତିଗତ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।