plane dropped: ୨ ମିନିଟ୍ରେ ୧୭,୪୦୦ ଫୁଟ୍ ତଳକୁ ଖସିଥିଲା ଫ୍ଲାଏଦୁବାଇ ବିମାନ
"ରିୟାଦ: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତେଲ ଅଭିଭ୍ର ବେନ୍ ଗୁରିଅନ ବିମାନବନ୍ଦରକୁ ଉଡ଼ାଣ କରୁଥିବା ଫ୍ଲାଏଦୁବାଇ ବିମାନ ଏଫ୍ଜେଡ୍୧୦୭୩ ଆଜି ହଠାତ୍ ଅନ୍ତର୍ଜାତୀୟ ଜରୁରୀ କୋଡ୍ ୭୭୦୦ ପଠାଇଥିଲା।
ହାଇଜାକ୍ ପାଇଁ ଏହା ଏକ ଅନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ କୋଡ୍।
ବିମାନଟି ୩୪ ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିବାବେଳେ ହଠାତ୍ ମାତ୍ର ୨ ମିନିଟ୍ରେ ୧୭,୪୦୦ ଫୁଟ୍ ତଳକୁ ଖସି ଯାଇଥିଲା।
ପ୍ରାରମ୍ଭିକ ଜରୁରୀ ସଙ୍କେତ ପରେ ବିମାନଟି ୭୫୦୦ ସ୍କ୍ୱାକ୍ କୋଡ୍ ପଠାଇଥିଲା।
ଏହା ବେଆଇନ ହସ୍ତକ୍ଷେପ ପାଇଁ ଉଦ୍ଦିଷ୍ଟ ଏକ ଅନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ କୋଡ୍।Advertisment ଆହୁରି ପଢନ୍ତୁ :Meeting: କାର୍ଯ୍ୟରେ ଅବହେଳା କଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ କକ୍ପିଟ୍ରେ ଦୁଇ ପାଇଲଟ୍ଙ୍କ ମଧ୍ୟରେ ମାଡ଼ପିଟ୍ ହେଉଥିବା ସମୟରେ ବିମାନର ଜରୁରୀ ସଙ୍କେତ ସକ୍ରିୟ କରାଯାଇଥିଲା।
ସାଧାରଣତଃ ଜରୁରୀ ସ୍ଥିତି ଉପୁଜିଲେ ଏଭଳି କୋଡ୍ ବ୍ୟବହାର କରାଯାଏ। "ସ୍କ୍ୱାକ୍" ହେଉଛି ଏକ ଟ୍ରାନ୍ସପୋଣ୍ଡର୍ କୋଡ୍, ଯାହାକୁ ବିମାନର କ୍ରୁ ଚୟନ କରିଥାନ୍ତି।
ଏହା ଚାରି ସଂଖ୍ୟା ବିଶିଷ୍ଟ ଏକ କୋଡ୍, ଯାହା ବିମାନର ଟ୍ରାନ୍ସପୋଣ୍ଡର୍ରେ ପ୍ରବେଶ କରାଯାଏ।
ଏଥିରେ ୦ରୁ ୭ ପର୍ଯ୍ୟନ୍ତ ସଂଖ୍ୟା ବ୍ୟବହାର କରାଯାଏ।
ବିମାନକୁ ଚିହ୍ନଟ କରିବା ଏବଂ ଟ୍ରାକ୍ କରିବା ପାଇଁ ଏଟିସି (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍) ପକ୍ଷରୁ ଏହି କୋଡ୍ ଦିଆଯାଏ।
ଆହୁରି ପଢନ୍ତୁ :India vs West Indies 2nd ODI: ଗିଲ୍ଙ୍କ ପରେ ଶତକ ହାସଲ କଲେ ରୋହିତ ଶର୍ମା ଏହି ସ୍କ୍ୱାକ୍ କୋଡ୍ ଏଟିସି ସିଷ୍ଟମ୍ରେ ଏକ ବିମାନର ପରିଚୟ ସଂଖ୍ୟା ଭଳି କାମ କରେ।
ସ୍କ୍ୱାକ୍ ୭୫୦୦ ହେଉଛି ବେଆଇନ ହସ୍ତକ୍ଷେପ ପାଇଁ ବ୍ୟବହୃତ କୋଡ୍।
ଫ୍ଲାଇଟ୍ରାଡାର ୨୪ ଅନୁଯାୟୀ, ହାଇଜାକ୍ ଘଟଣାରେ ଏହି କୋଡ୍ ବ୍ୟବହାର କରାଯାଏ।
ଆଇସିଏଓ (ଇଣ୍ଟରନ୍ୟାସନାଲ ସିଭିଲ୍ ଏଭିଏସନ୍ ଅର୍ଗାନାଇଜେସନ୍) ଅନୁଯାୟୀ, ବେଆଇନ ହସ୍ତକ୍ଷେପ ଘଟଣାରେ ଏହି କୋଡ୍ ମାଧ୍ୟମରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍କୁ ସତର୍କ କରାଯାଏ।
୭୫୦୦ ସଙ୍କେତ ଏଟିସି ଏବଂ ଅନ୍ୟ ବିମାନ କର୍ତ୍ତୃପକ୍ଷଙ୍କ ପାଇଁ ତୁରନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ଏହା ମାଧ୍ୟମରେ ସେମାନେ ବିମାନକୁ ଚିହ୍ନଟ କରି ତତ୍କାଳ ପଦକ୍ଷେପ ଗ୍ରହଣ କରିଥାନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।