BJP: ମେଘାଳୟର ବିଧାନସଭାରେ ବିଜେପି ସଦସ୍ୟ ସଂଖ୍ୟା ୨ରୁ ବଢ଼ି ୧୦ ହେଲା
"ନୂଆଦିଲ୍ଲୀ: ୟୁଡିପି (ୟୁନାଇଟେଡ୍ ଡିମୋକ୍ରାଟିକ୍ ପାର୍ଟି)ର ୮ ଜଣ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି।
ଏହାପରେ ମେଘାଳୟରେ ବିଜେପି ବିଧାୟକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।
୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ୟୁଡିପିର ୧୨ ଜଣ ବିଧାୟକ ଥିଲେ।
Advertisment ୮ ଜଣ ବିଜେପିରେ ଯୋଗ ଦେବା ପରେ ୟୁଡିପିର ସଦସ୍ୟ ସଂଖ୍ୟା ୪କୁ ହ୍ରାସ ପାଇଛି।
ୟୁଡିପି ଓ ବିଜେପି ନେତୃବୃନ୍ଦଙ୍କ ମଧ୍ୟରେ ଏହି ମିଶ୍ରଣ ସଂକ୍ରାନ୍ତରେ ଗତ କିଛି ମାସ ଧରି ଆଲୋଚନା ହେବା ପରେ ଆଜି ନୂଆଦିଲ୍ଲୀରେ ୮ ଜଣ ୟୁଡିପି ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି।
୮ ବିଧାୟକ ହେଉଛନ୍ତି ଲଖମେନ ରିମ୍ବୁଇ, ପୂର୍ବତନ ମନ୍ତ୍ରୀ କିରମେନ ଶିଲା, ଓଲାନ ସିଂହ ସୁଇନ, ମାଥ୍ୟୁ ବିୟଣ୍ଡଷ୍ଟାର କୁରବାହ, ମାୟରାଲବାର୍ନ ସିୟୋମ, ପିଉସ୍ ମାରୱିନ, ସିନ୍ଶର ଥାବାହ ଓ ବାଲାଜିଦ ସିନରେମ।
ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ବିଧାୟକମାନେ ବିଜେପିରେ ଯୋଗ ଦେଇଛନ୍ତି।
BJP: ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ: ଓଡ଼ିଶାର ପ୍ରଭାରୀ ହେଲେ ଡି.
ପୁରନ୍ଦେଶ୍ୱରୀ ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମ ନେଇ ଆଜି ବିଜେପି ଜାତୀୟ ମୁଖପାତ୍ର ତଥା ବରିଷ୍ଠ ନେତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
୮ ବିଧାୟକଙ୍କ ଏହି ପ୍ରବେଶ ରାଜ୍ୟର ରାଜନୈତିକ ଗଣିତକୁ ପରିବର୍ତ୍ତନ କରିବ ଏବଂ ଆଗାମୀ ୨୦୨୮ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶାସକ ଦଳ ଉପରେ ଏକ ବଡ଼ ପ୍ରଭାବ ପକାଇବ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ପୂର୍ବତନ ବିଧାୟକ ଓ ୟୁଡିପି ନେତା ଡ.
ଜେମିନୋ ମାବଥୋ ସେପ୍ଟେମ୍ବର ୧୨ରେ ବିଜେପିରେ ଯୋଗ ଦେଇଥିଲେ।
ଏହି ମିଶ୍ରଣ ପରେ ମେଘାଳୟ ବିଧାନସଭାରେ ବିଜେପି ଏନ୍ପିପି ଦଳ ପରେ ଦ୍ୱିତୀୟ ବୃହତ୍ତମ ଦଳ ହେବ।
ମିଳିଥିବା ସୂଚନାନୁଯାୟୀ, ବିଧାୟକମାନେ ବିଜେପି ନେତୃବୃନ୍ଦଙ୍କ ନିକଟରେ କିଛି ନିର୍ଦ୍ଦିଷ୍ଟ ଦାବି ରଖିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।