Violence: ଲାଇନ୍‌ମ୍ୟାନ୍‌ଙ୍କୁ ଗୁଳି କରି ହତ୍ୟା, ୨୪ ଘର ଜାଳିଦେଲେ

Sep 23, 2026 - 21:02
Violence: ଲାଇନ୍‌ମ୍ୟାନ୍‌ଙ୍କୁ ଗୁଳି କରି ହତ୍ୟା, ୨୪ ଘର ଜାଳିଦେଲେ

"ଇମ୍ଫାଲ: ମଣିପୁରରେ ହିଂସା ଅତି ଉଗ୍ର ରୂପ ନେଲାଣି।

ଗତ କିଛି ଦିନ ଧରି ରାଜ୍ୟରେ ହିଂସା ତେଜିଛି ଏବଂ ଏଥିଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେଲାଣି।

ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ଆଜି ଜଣେ ଘରୋଇ ଲାଇନ୍‌ମ୍ୟାନ୍‌ଙ୍କୁ କିଛି ସଶସ୍ତ୍ର ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି।

ସେମାନେ ପଡ଼ୋଶୀ କାଙ୍ଗପୋକ୍‌ପି ଜିଲ୍ଲାର ୨ଟି ଗାଁରେ ୨୪ଟି ଘରେ ନିଆଁ ଲଗାଇ ଦେଇଛନ୍ତି।Advertisment ଗୁଳିମାଡ଼ରେ ପ୍ରାଣ ହରାଇଥିବା ଲାଇନମ୍ୟାନ୍‌ଙ୍କ ନାଁ ପାଓଜଙ୍ଗମ ଚଙ୍ଗଲଇ।

ସେ କୁକି ୱାକୋତଫାଇ ଗ୍ରାମର।

ଆଜି ଭୋର୍‌ ପ୍ରାୟ ୪ଟା ସମୟରେ ସେ ତାମେଇ ଥାନା ଅଧୀନ ଲାସନ ଗ୍ରାମରେ ୩୩ କେଭି ତାର ମରାମତି କରୁଥିବାବେଳେ କିଛି ସଶସ୍ତ୍ର ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଅସ୍ତ୍ରଧାରୀମାନେ କାଙ୍ଗପୋକ୍‌ପି ଜିଲ୍ଲାର ଚାଲୱା ଥାନା ଅଧୀନ ମକୁଇ ଖୁମାନ ଓ ମକୁଇ ଥନାମ୍ବା ଗ୍ରାମରେ ଘରଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।

ଏଥିଯୋଗୁ ପ୍ରାୟ ୨୪ଟି ଘର ପୋଡ଼ି ପାଉଁଶ ହୋଇଯାଇଛି।

ଏହି ୨ ନାଗା ଗ୍ରାମ ଥାନାଠାରୁ ପ୍ରାୟ ୧୫ କିମି ଦୂରରେ ଅବସ୍ଥିତ।

Protest: କୁକି ଯୁବକଙ୍କୁ ଅଟକ ପ୍ରତିବାଦରେ ମଣିପୁରରେ ହିଂସାତ୍ମକ ବିକ୍ଷୋଭ, ଟାୟାର ଜାଳି ରାସ୍ତା ଅବରୋଧ ମକୁଇ ଖୁମାନର ଜଣେ ଗ୍ରାମବାସୀଙ୍କ ଅନୁଯାୟୀ, ଭୋର୍ ପ୍ରାୟ ୫ଟା ସମୟରେ କିଛି ଦୁର୍ବୃତ୍ତ ଦୁଇ ଗ୍ରାମରେ ନିଆଁ ଲଗାଇ ଦେଇଥିଲେ।

ସେ କହିଛନ୍ତି, କୁକି-ନାଗା ସଂଘର୍ଷ ଆରମ୍ଭ ହେବା ପରଠାରୁ ସମସ୍ତ ଗ୍ରାମବାସୀ ଘର ଛାଡ଼ି ୧୨ କିମି ଦୂର ମକୁଇ ଖୁନଜାଓରେ ରହୁଛନ୍ତି।

ଗ୍ରାମବାସୀମାନେ ଗାଁରେ ପହଞ୍ଚିବା ବେଳକୁ ଦୁଇ ଗ୍ରାମର ସମସ୍ତ ଘର ପୋଡ଼ି ପାଉଁଶ ହୋଇଯାଇଥିଲା।

ଗ୍ରାମରେ କୌଣସି ସୁରକ୍ଷାକର୍ମୀ ମୁତୟନ ହୋଇନାହାନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ମଧ୍ୟ ନାଗା ସମ୍ପ୍ରଦାୟର ଜଣେ ୧୭ ବର୍ଷୀୟ ବାଳକଙ୍କୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।