Blast: ଆନ୍ଧ୍ରପ୍ରଦେଶ ଏସ୍ଇଜେଡ୍ରେ ବଏଲର ବିସ୍ଫୋରଣ: ୫ ମୃତ, ୧୦ ଗୁରୁତର
"ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲା ଅନ୍ତର୍ଗତ ସତ୍ୟବେଡୁ ମଣ୍ଡଳର ଶ୍ରୀ ସିଟି ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍)ରେ ଥିବା ଏକ ବେସରକାରୀ ଫାର୍ମାସ୍ୟୁଟିକାଲ୍ ଉତ୍ପାଦନ କାରଖାନାରେ ଶନିବାର ଭୋର ସମୟରେ ବଏଲର ବିସ୍ଫୋରଣ ଘଟି ଅତିକମରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଏହି ଭୟଙ୍କର ଦୁର୍ଘଟଣାରେ ଅନ୍ୟ ୧୦ ଜଣରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।Advertisment ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଶ୍ରମିକମାନେ ନାଇଟ୍ ସିଫ୍ଟରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ବଏଲର ବିସ୍ଫୋରଣ ହୋଇଥିଲା, ଯାହା ଫଳରେ କାରଖାନା ଭିତରେ ଭୟଙ୍କର ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା ଏବଂ ସମଗ୍ର ଶିଳ୍ପାଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଆନ୍ଧ୍ରପ୍ରଦେଶର ଶିକ୍ଷା ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ନାରା ଲୋକେଶ ଏହି ଦୁର୍ଘଟଣା ସମ୍ପର୍କରେ ନିଶ୍ଚିତ କରିବା ସହ ଶ୍ରମିକମାନଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
Water Crisis: ଶୁଖିଲା ପଡ଼ିଛି ଆନ୍ଧ୍ରପ୍ରଦେଶର ଚିତ୍ରାବତୀ ନଦୀ: ଗଣପତିଙ୍କୁ ବାଲିରେ ବିସର୍ଜନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।