03 OCTOBER 2026

Welcome!

Unlock your personalized experience.
Sign Up

କିସ୍‌ନାର ‘ସପ୍‌ ସ୍ପାର୍କଲ୍‌ ୱିନ୍‌ ଅଭିଯାନ’

Oct 03, 2026 - 22:23
କିସ୍‌ନାର ‘ସପ୍‌ ସ୍ପାର୍କଲ୍‌ ୱିନ୍‌ ଅଭିଯାନ’

ମୁମ୍ବାଇ : ହରି କ୍ରିଷ୍ଣା ଗ୍ରୁପ୍‌ର ଗହଣା ବ୍ରାଣ୍ଡ୍‌ କିସ୍‌ନା ଡାଇମଣ୍ଡ୍‌ ଆଣ୍ଡ୍‌ ଗୋଲ୍ଡ ଜୁଏଲାରି ପକ୍ଷରୁ ସପ୍‌ ସ୍ପାର୍କଲ୍‌ ୱିନ୍‌ ଅଭିଯାନ ଘୋଷଣା କରାଯାଇଛି । ଦେଶର ୨୧୮ଟି ସହରରେ ଏହି ଅଭିଯାନ ଅଧୀନରେ ଭାଗ୍ୟଶାଳୀ ବିଜେତାମାନଙ୍କୁ ୫୭୬ ସ୍କୁଟର ଓ ୨୪୭ ପ୍ରିମିୟମ୍‌ କାର୍‌ ପ୍ରଦାନ କରାଯିବ । ୨୫ ହଜାର ଟଙ୍କା କିମ୍ବା ତାଠାରୁ ଅଧିକ ମୂଲ୍ୟର ହୀରା ଗହଣା ଓ ୭୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା କ୍ରୟ କରୁଥିବା ଗ୍ରାହକମାନେ ଲକି ଡ୍ରରେ ଅଂଶଗ୍ରହଣ କରିବା ସୁଯୋଗ ପାଇବେ ।

Education: ଚରିତ୍ର ଗଠନ ସହ ଜୀବନ ଯାପନ କରିବାରେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି: ରାଜ୍ୟପାଳ

ଗତ ସେପ୍ଟେମ୍ବର ଶେଷ ସପ୍ତାହରୁ ଏହି ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଲକି ଡ୍ରକୁ ବିଭିନ୍ନ ଷ୍ଟୋରରେ ଆ‌ୟୋଜନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୮୮ ଜଣ ଗ୍ରାହକ ସ୍କୁଟର ଜିତିବେ । ଦ୍ବିତୀୟ ପର୍ଯ୍ୟାୟ ଲକି ଡ୍ର’ ଅକ୍ଟୋବର ମାସରେ ହେବ । ଏହାପରେ ଡିସେମ୍ବରରେ ମେଗା ଲକି ଡ୍ର ହେବ ଯେଉଁଥିରେ ଗ୍ରାହକମାନେ ପ୍ରିମିୟମ୍‌ କାର୍‌ ଜିତିବେ ।

ଏ ସମ୍ପର୍କରେ କିସ୍‌ନାର ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ ଢୋଲକିଆ କହିଛନ୍ତି, ଆମ ପାଇଁ ଗହଣା କେବଳ ଏକ କ୍ରୟ ନୁହେଁ, ଏହା ହେଉଛି ଗ୍ରାହକଙ୍କ ସ୍ବପ୍ନ ଓ ଖୁସି ସହ ଯୋଡ଼ି ହେବାର ବିଷୟ । ସପ୍‌ ସ୍ପାର୍କଲ୍‌ ୱିନ୍‌ ଅଭିଯାନ ଜରିଆରେ ଆମେ ସପିଙ୍ଗ ଅନୁଭୂତିକୁ ଅଧିକ ସ୍ବତନ୍ତ୍ର କରିବାକୁ ଆମେ ଲକ୍ଷ୍ୟ ରଖିଛୁ । କିସ୍‌ନାର ସିିଇଓ ପରାଗ ଶାହ କହିଛନ୍ତି, ଏହି ଅଭିଯାନ ଆରମ୍ଭରୁ ଗ୍ରାହକମାନଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆମର ଲକ୍ଷ୍ୟ ହେଉଛି ଆମ ଗ୍ରାହକଙ୍କ ସହ ଖୁସିର ମୁହୂର୍ତ୍ତକୁ ବାଣ୍ଟିବା ଓ ଗହଣା ସପିଙ୍ଗ ଅନୁଭୂତିକୁ ସ୍ମରଣୀୟ କରିବା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।