Bloodshed in Capital City: ବମିଖାଲରେ ଛାତିଥରା ହତ୍ୟାକାଣ୍ଡ, ପଏଣ୍ଟ ବ୍ଲାଙ୍କରୁ ମୁଣ୍ଡକୁ ଗୁଳି ଘଟଣାରେ ୪ ଗିରଫ
ରକ୍ତରଞ୍ଜିତ ରାଜଧାନୀ।
ଗୋଟିଏ ଦିନରେ ଦୁଇ ଦୁଇଟି ମର୍ଡର।
ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ପଥରରେ ଛେଚି ଆଉ ଜଣଙ୍କୁ ହତ୍ୟା କରାଯାଇଛି।
ବିଳମ୍ବିତ ରାତିରେ ଭୁବନେଶ୍ବର ବମିଖାଲ ଅଞ୍ଚଳରେ ପଏଣ୍ଟ ବ୍ଲାଙ୍କରୁ ମୁଣ୍ଡକୁ ଫାୟାରିଂ କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ।
ଦୁର୍ବୃତ୍ତଙ୍କ ଗୁଳିରେ ହଳଦୀପଡ଼ିଆର ସୋନୁ ନାୟକଙ୍କ ମୃତ୍ୟୁ ଘଟିଛି।
ଘଟଣାରେ ୪ ଜଣଙ୍କୁ ବାନ୍ଧିଛି ଲକ୍ଷ୍ମୀସାଗର ଥାନା ପୋଲିସ ।
Advertisment ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ସମୟରେ ସୋନୁ ନିଜର ୪ ଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ।
ଏହି ସମୟରେ ବମିଖାଲରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ।
ଅତି ନିକଟରୁ ସୋନୁଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ।
ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ସୋନୁ।
ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୋନୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରଶ୍ନ ଉଠୁଛି- ଗୁଳିକାଣ୍ଡ ପଛରେ ରହିଛି କି ପୂର୍ବ ଶତ୍ରୁତା, ନା ଆଉ କିଛି କାରଣରୁ ହୋଇଛି ଫାୟାରିଂ ?
ବିଭିନ୍ନ ଦିଗରୁ ପୋଲିସ ଘଟଣାର ଛାନଭିନ କରିଛି ।
ପୋଲିସ କମିଶନର ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।
Advertisment ପୁଣି ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି ବମିଖାଲରେ ଗୁଳିକାଣ୍ଡରେ ଗଡ଼ିଲା ମୁଣ୍ଡ ପଏଣ୍ଟ ବ୍ଲାଙ୍କରୁ ସୋନୁ ନାୟକଙ୍କ ମୁଣ୍ଡକୁ ଗୁଳି ରାତି ୩ଟାରେ ରକ୍ତରଞ୍ଜିତ ହେଲା ରାଜଧାନୀ ୪ ସାଙ୍ଗଙ୍କ ସହ ଯାଉଥିବା ବେଳେ ସୋନୁଙ୍କୁ ହତ୍ୟା କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା ଗୁଳିକାଣ୍ଡ ପଛର କାରଣ ଅସ୍ପଷ୍ଟ, ପୋଲିସର ତନାଘନା ୪ ଜଣଙ୍କୁ ଅଟକ ରଖି ଛାନଭିନ ଚଳାଇଛି ପୋଲିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।