Blue Lake Tragedy: ବ୍ଲୁ ଲେକ୍ ରେ ବୁଡ଼ି ଦୁଇ କଲେଜ ଛାତ୍ର ନିଖୋଜ, କଲେଜରୁ ଯାଇଥିଲେ ବୁଲିବାକୁ

Aug 22, 2026 - 16:25
Blue Lake Tragedy: ବ୍ଲୁ ଲେକ୍ ରେ ବୁଡ଼ି ଦୁଇ କଲେଜ ଛାତ୍ର ନିଖୋଜ, କଲେଜରୁ ଯାଇଥିଲେ ବୁଲିବାକୁ

ପରିତ୍ୟକ୍ତ ଖାଦାନରେ ଗାଧୋଇବାକୁ ଯାଇ ଅଘଟଣ। ଗଭୀର ପାଣିରେ ବୁଡ଼ି ଦୁଇ କଲେଜ ଛାତ୍ର ନିଖୋଜ। ନୀଳଗିରି ମିତ୍ରପୁର ନିକଟରେ ଥିବା ପରିତ୍ୟକ୍ତ ଖୋଲା ଖାଦାନ ବ୍ଲୁ ଲେକ୍ ରେ ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ, ତିନି ଜଣ କଲେଜ ଛାତ୍ର ଖାଦାନ ନିକଟକୁ ବୁଲିବାକୁ ଯାଇଥିଲେ। ପରେ ଗାଧୋଇବା ସମୟରେ ଦୁଇ ଜଣ ପାଣିରେ ବୁଡ଼ି ଯାଇଥିଲେ। ଜଣେ ଛାତ୍ର ସୁରକ୍ଷିତ ଭାବେ ବାହାରି ଆସିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ।

ନିଖୋଜ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣେ ଭଦ୍ରକ ଏବଂ ଅନ୍ୟ ଜଣେ ବାରିପଦା ଅଞ୍ଚଳର ବୋଲି ସୂଚନା ମିଳିଛି। ତିନି ଜଣଯାକ ଫକୀର ମୋହନ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ନୀଳଗିରି ଅଗ୍ନିଶମ ବାହିନୀ। ପରିତ୍ୟକ୍ତ ଖାଦାନର ଗଭୀର ପାଣିରେ ନିଖୋଜ ଦୁଇ ଛାତ୍ରଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ପରିତ୍ୟକ୍ତ ଖାଦାନରେ ପୂର୍ବରୁ ମଧ୍ୟ ଅଘଟଣ ଘଟିଥିବା ଜଣାପଡ଼ିଛି।

ପରିତ୍ୟକ୍ତ ଖାଦାନରେ ଗାଧୋଇବାକୁ ଯାଇ ଅଘଟଣ
ଗଭୀର ପାଣିରେ ବୁଡ଼ି ଦୁଇ କଲେଜ ଛାତ୍ର ନିଖୋଜ
ନୀଳଗିରି ମିତ୍ରପୁର ନିକଟ ବ୍ଲୁ ଲେକ୍ ରେ ବୁଡ଼ିଗଲେ
୩ ଜଣ ସାଙ୍ଗ ବୁଲିବାକୁ ଆସିଥିଲେ, ୨ ଜଣ ବୁଡ଼ିଗଲେ
ନିଖୋଜ ୨ ଛାତ୍ର ଫକୀର ମୋହନ କଲେଜର ସୂଚନା
ନୀଳଗିରି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।